ETV Bharat / bharat

ଟିକା ନେଉଛି ଭାରତ, ଶୁଭେଚ୍ଛା ଜଣାଇଲେ ଭୁଟାନ ପ୍ରଧାନମନ୍ତ୍ରୀ - ଭାରତକୁ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭାରତରେ ଟୀକାକରଣ ପାଇଁ ଭୁଟାନର ପ୍ରଧାନମନ୍ତ୍ରୀ ଦେଶବାସୀ ଓ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

India congratulated by Bhutan PM for Corona Vaccination
କୋରୋନା ଟୀକାକରଣ ପାଇଁ ଭାରତକୁ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
author img

By

Published : Jan 16, 2021, 1:42 PM IST

ଥିମ୍ଫୁ: ଆଜି(ଶନିବାର) ସାରା ଭାରତରେ କୋରୋନା ମହାମାରୀ ବିରୋଧରେ ଟୀକାକରଣର ମହାଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଥିବା ବେଳେ ଭୁଟାନ ଦେଶର ପ୍ରଧାନମନ୍ତ୍ରୀ ଡକ୍ଟର ଲୋତେ ସିରିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶବାସୀଙ୍କୁ ଶନିବାର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ସମ୍ପର୍କରେ ସେ ତାଙ୍କ ଫେସବୁକ ପୃଷ୍ଠାରେ ଏକ ପୋଷ୍ଟ କରି ଲେଖିଛନ୍ତି,"ମୁଁ ଭାରତର ପ୍ରଧାନମନ୍ତ୍ରୀ ଓ ଦେଶବାସୀଙ୍କୁ ଆଜି ଆରମ୍ଭ ହେଉଥିବା କୋରୋନା ଟୀକାକରଣ ପାଇଁ ଶୁଭେଚ୍ଛା ଜଣାଉଛି । ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ।" ଏହାସହିତ ସୁରକ୍ଷିତ ଟୀକା ଏବଂ ବଣ୍ଟନ ପାଇଁ ସେ ଭାରତର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳ ପ୍ରାୟ ସାଢେ 10ଟା ସମୟରେ କୋରୋନା ଟୀକାକରଣର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ 3 ଲକ୍ଷ 92 ହଜାର ସ୍ବାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ଏହା ପରେ ଦେଶବାସୀଙ୍କୁ ଟିକା ଦିଆଯିବ ।

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 3006ଟି କେନ୍ଦ୍ର ଟିକାର ଲଞ୍ଚ ସମୟରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡି ହୋଇଥିଲେ । ଉଦଘାଟନ ଉତ୍ସବରେ ପ୍ରତ୍ୟେକ କେନ୍ଦ୍ରରୁ 100 ଜଣଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଓ ଏକୀକୃତ ଶିଶୁ ବିକାଶ ସେବା(ICDS)ର କର୍ମୀଙ୍କୁ ଟିକା ଦିଆଯିବ । ଶନିବାରଠାରୁ ପ୍ରତିଦିନ ସକାଳ 9ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଟୀକାକରଣ କରାଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.