ETV Bharat / bharat

ଦିପାବଳୀ ପୂର୍ବରୁ ସମାଧାନ ହେବ ସୀମା ବିବାଦ, 3 ଫେଜ୍‌ ପ୍ଲାନ ଉପରେ ଭାରତ-ଚୀନ ସହମତ - ସୀମା ବିବାଦ

ଏକ ରିପୋର୍ଟ ଅନୁଯାୟୀ ଏଲଏସିରେ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଓ ଚୀନ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏଥିସହ ଦୀପାବଳୀ ପୂର୍ବରୁ ଦୁଇ ଦେଶର ସେନା ନିଜ ନିଜ ସୀମା କ୍ଷେତ୍ରକୁ ଫେରିଯିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଦିପାବଳୀ ପୂର୍ବରୁ ସମାଧାନ ହେବ ସୀମା ବିବାଦ, 3 ଫେଜ୍‌ ପ୍ଲାନ ଉପରେ ଭାରତ-ଚୀନ ସହମତ

author img

By

Published : Nov 11, 2020, 6:45 PM IST

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଜାରି ସୀମା ବିବାଦର ହୋଇପାରେ ସମାଧାନ । ଏକ ରିପୋର୍ଟ ଅନୁଯାୟୀ ଏଲଏସିରେ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ଦେଶ ମଧ୍ୟରେ ସହମତ ଅଛନ୍ତି । ଏଥିସହ ଦୀପାବଳୀ ପୂର୍ବରୁ ଦୁଇ ଦେଶର ସେନା ନିଜ ନିଜ ସୀମା କ୍ଷେତ୍ରକୁ ଫେରିଯିବେ ବୋଲି ଜଣାପଡିଛି ।

ସୀମା ବିବାଦକୁ ନେଇ ନଭେମ୍ବର 6ରେ ଚୀନ ଓ ଭାରତ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲା । ଲଦାଖର ଚୁସୁଲରେ ହୋଇଥିବା ଏହି ବୈଠକରେ ଅଷ୍ଟମ ପର୍ଯ୍ୟାୟ ସୈନ୍ୟ ଆଲୋଚନା ହୋଇଥିଲା । ହେଲେ ଏହି ମାମଲାରେ ଭାରତୀୟ ସେନା ପକ୍ଷରୁ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ଅନ୍ୟପକ୍ଷେ ଚୀନ ପକ୍ଷରୁ ମଧ୍ୟ ଦିଆଯାଇନାହିଁ କୌଣସି ବୟାନ ।

ଅଷ୍ଟମ ପର୍ଯ୍ୟାୟ ସୈନ୍ୟ ଆଲୋଚନାରେ ଉଭୟ ଦେଶ 3 ପର୍ଯ୍ୟାୟ ଯୋଜନା ଉପରେ ସହମତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳକୁ ପ୍ରଥମ ସପ୍ତାହରେ ସ୍ଥାନାନ୍ତର କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ, ଉଭୟ ପକ୍ଷଙ୍କ ସେନା ପ୍ରତିଦିନ ପାଙ୍ଗୋଙ୍ଗ ଅଞ୍ଚଳରୁ 30 ପ୍ରତିଶତ ଯବାନଙ୍କୁ ପ୍ରତ୍ୟାହାର କରାଇବେ। ଏହି ପ୍ରକ୍ରିୟା ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଚୀନ ସେନା ଫିଙ୍ଗର 8କୁ ପ୍ରତ୍ୟାବର୍ତ୍ତନ କରିବେ । ତା’ପରେ ଭାରତୀୟ ସେନା ଏହାର ଧାନ ସିଂ ଥାପା ପୋଷ୍ଟକୁ ଫେରିଆସିବ ।

ସେହିପରି ତୃତୀୟ ଫେଜ୍‌ରେ ଭାରତ ଏବଂ ଚୀନ ସେନା ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ ଅଞ୍ଚଳରୁ ନିଜର ଯବାନଙ୍କୁ ପ୍ରତ୍ୟାହାର କରିବେ। ଏହା ସହିତ ଉତ୍ତେଜନା ସମୟରେ ଚୁସୁଲର ପାହାଡ, ରେଜାଙ୍ଗର ଯେଉଁ ଅଞ୍ଚଳ ଦଖଲ କରାଯାଇଥିଲା ଏହାକୁ ଖାଲି କରାଯିବ। ଉଭୟ ଦେଶର ସେନା ଏହି ସମଗ୍ର ପ୍ରକ୍ରିୟା ଉପରେ ନଜର ରଖିବା ନେଇ ସହମତି ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.