ETV Bharat / bharat

ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ କେଜ୍ରିୱାଲ-ମମତା ଭେଟ୍ ଘାଟ୍: ଦିଦିଙ୍କ ପ୍ରତିକ୍ରିୟା 'ନିର୍ବାଚନ ପରେ ପିଏମ୍ ଚେହେରା'

author img

By ETV Bharat Odisha Team

Published : Dec 18, 2023, 7:09 PM IST

INDIA bloc meeting in New Delhi: ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ। ମୁଖ୍ୟ ଏଜେଣ୍ଡା ୨୪ ନିର୍ବାଚନ ପାଇଁ ସିଟ୍ ସେୟାରିଂ। ବୈଠକ ପୂର୍ବରୁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବଡ଼ ବୟାନ 'ନିର୍ବାଚନ ପରେ ବଛାଯିବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ' । କଂଗ୍ରେସ ପାର୍ଟି 'ମେ ନହିଁ ହମ୍ ' ନାରା ଦେଉଥିବା ବେଳେ, ରାହୁଲ ଗାନ୍ଧିଙ୍କୁ ଭିନ୍ନ ମତ ଦେଇଛନ୍ତି ଦିଦି । ଅଧିକ ପଢ଼ନ୍ତୁ,

ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ କେଜ୍ରିୱାଲ-ମମତା ଭେଟ୍ ଘାଟ୍: ଦିଦିଙ୍କ ପ୍ରତିକ୍ରିୟା 'ନିର୍ବାଚନ ପରେ ପିଏମ୍ ଚେହେରା'
ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ କେଜ୍ରିୱାଲ-ମମତା ଭେଟ୍ ଘାଟ୍: ଦିଦିଙ୍କ ପ୍ରତିକ୍ରିୟା 'ନିର୍ବାଚନ ପରେ ପିଏମ୍ ଚେହେରା'

ନୂଆଦିଲ୍ଲୀ: ଆସନ୍ତାକାଲି ବସୁଛି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଚତୁର୍ଥ ବୈଠକ । ଡିସେମ୍ବର ୬ ତାରିଖ ବୈଠକ ବାତିଲ ପରେ ଏହି ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । ବୈଠକରେ କଣ ରହିବ ଏଜେଣ୍ଡା, ତାହା ଆନୁଷ୍ଠାନିକ ଭାବେ ପ୍ରକାଶ କରାାଯାଇନଥିଲେ ମଧ୍ୟ ସିଟ୍ ସେୟାରିଂ ବା ଆସନ ବୁଝାମଣା ସଂପର୍କରେ ମୁଖ୍ୟତଃ ଆଲୋଚନା ହେବ । ୨୦୨୪ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ, ସିଟ୍ ସେୟାରିଂ ବିରୋଧୀ ମୋର୍ଚ୍ଚା ପାଇଁ ବଡ଼ ଚ୍ୟାଲେଞ୍ଜ। ଆସନ ଭାଗବଣ୍ଟା ଚଳିତ ମାସ ଶେଷ ସୁଦ୍ଧା କରିବା ସପକ୍ଷରେ ଅଛନ୍ତି କିଛି ଭାଗୁଆଳି ଦଳ । ଏହାସହ ଆବାହକ ଚୟନ ଏବଂ ପ୍ରଧାନମନ୍ତ୍ରୀ ଚେହେରା ଉପରେ ମଧ୍ଯ ଆଲୋଚନା ହେବ ।

ଇଣ୍ଡିଆ ମେଣ୍ଟ ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିରୋଧୀ ନେତା । ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ଟିଏମସି ନେତ୍ରୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ବିରୋଧୀ ମୋର୍ଚ୍ଚା ବୈଠକ ପୂର୍ବରୁ ଚର୍ଚ୍ଚାରେ ରହିଛି ମମତା-କେଜ୍ରିୱାଲ୍ ଭେଟ୍ ଘାଟ୍ । ଦିଲ୍ଲୀ ମୁଖ୍ଯମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଦୁହିଁଙ୍କ ମଧ୍ଯରେ କେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି, ତାହା ଜଣା ପଡ଼ିନଥିବା ବେଳେ, ପିଏମ ଚେହେରାକୁ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

ଏହାମଧ୍ଯ ପଢ଼ନ୍ତୁ: ଲୋକସଭା ପରେ ରାଜ୍ୟସଭାରୁ 45 ସାଂସଦ ନିଲମ୍ବିତ, ଦିନକରେ ନିଲମ୍ବିତ ହେଲେ 78 ସାଂସଦ

ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିରୋଧୀ ମେଣ୍ଟ ସଂପର୍କରେ ମତ ରଖିଛନ୍ତି ଦିଦି । ବୈଠକ ବିଳମ୍ବକୁ ନେଇ ଟିଏମସି ମୁଖିଆ ମମତା କହିଛନ୍ତି ଯେ, ' It is not late, Better late than never' ଅର୍ଥାତ ମୋଟେ ନହେବା ଅପେକ୍ଷା ବିଳମ୍ବ ଭଲ । ବିରୋଧୀ ଫ୍ରଣ୍ଟରେ ପ୍ରଧାନମନ୍ତ୍ରୀ ଚେହେରା ପ୍ରସଙ୍ଗରେ ସେ କହିଛନ୍ତି ଯେ, ନିର୍ବାଚନ ପରେ ହିଁ ବଛାଯିବେ କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଂପର୍କିତ ପ୍ରଶ୍ନର ଉତ୍ତର ମାପି ଚୁପି ଦେଇଛନ୍ତି ଦିଦି । ସେ କହିଛନ୍ତି ଯେ, ଅନ୍ୟ ଦଳ ସଂପର୍କରେ ସେ କିଛି କହିବେ ନାହିଁ । ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଶୀଘ୍ର ଆସନ ବୁଝାମଣା ଚୂଡ଼ାନ୍ତ ହେବା ସପକ୍ଷରେ ମତ ଦେଇଛନ୍ତି ଦିଦି ।

ଏହାମଧ୍ଯ ପଢ଼ନ୍ତୁ: ତେଜୁଛି ସ୍ମୋକ୍ ଆଟାକ୍ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କ ଜବାବ ଦାବିରେ ବିରୋଧୀଙ୍କ ହଲ୍ଲାବୋଲ୍ , ଗୃହ ମୁତଲବୀ

ଇଣ୍ଡିଆ ମେଣ୍ଟ ବୈଠକ: ଇଣ୍ଡିଆ ମେଣ୍ଟ ଜନ୍ମ ନେବା ପରେ ଏଯାଏଁ ତିନିଟି ବୈଠକ ବସିଛି । ପ୍ରଥମ ବୈଠକ ବସିଥିଲା ବିହାର ରାଜଧାନୀ ପାଟନାରେ । ଜେଡିୟୁ ନେତା ତଥା ବିହାରପ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ବସିଥିବା ବୈଠକରେ ବିରୋଧୀ ଫ୍ରଣ୍ଟରେ ଏକକା ଉପରେ ଗୁରୁତ୍ବ ଦିଆଯାଇଥିଲା । ମେଣ୍ଟର ଦ୍ବିତୀୟ ବୈଠକ ବେଙ୍ଗାଲୁରେରେ ବସିଥିଲା । ସେହିପରି ମୁମ୍ବାଇରେ ତୃତୀୟ ବୈଠକ ଦୁଇ ଦିନ ଧରି ଚାଲିଥିଲା । ଏଥିରେ ବିରୋଧୀ ମୋର୍ଚ୍ଚାର ସମନ୍ବୟ କମିଟି ଏବଂ ସାଙ୍ଗଠିକ କମିଟି ଗଠନ ହୋଇଥିଲା। ଡିସେମ୍ବର ୧୯ରେ ନୂଆଦିଲ୍ଲୀରେ ବସୁଛି ଚତୁର୍ଥ ବୈଠକ । ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ, ଏହି ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି । ସିଟ୍ ସେୟାରିଂ ଏବଂ ଆବାହକ ଚୟନ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପରେ ଆଲୋଚନା ହେବାର ସମ୍ଭବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.