ETV Bharat / bharat

Wheat Exports Ban: ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଲା ଭାରତ - ଗହମ ରପ୍ତାନୀ ବ୍ୟାନ କଲା ଭାରତ

ଦେଶରେ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର । କେବଳ ସରକାରଙ୍କ ସ୍ବତନ୍ତ୍ର ଅନୁମତିରେ ଗହମ ରପ୍ତାନୀ ହୋଇପାରିବ । ଅଧିକ ପଢନ୍ତୁ

ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଲା ଭାରତ
ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଲା ଭାରତ
author img

By

Published : May 14, 2022, 11:36 AM IST

ନୂଆଦିଲ୍ଲୀ: ଦେଶରେ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର(India bans wheat exports) । ଭାରତର ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ଗହମ ରପ୍ତାନୀ ଉପରେ କଟକଣା ଲାଗିଛି । ଘରୋଇ ବଜାରରେ ଗହମ ଦର ବୃଦ୍ଧିକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରପ୍ତାନୀ ଉପରେ କଟକଣା ତତ୍‌କ୍ଷଣାତ ଲାଗୁ ହୋଇଥିବା ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ ସରକାର ସୂଚନା ଦେଇଛନ୍ତି । କେବଳ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅନୁମତିରେ ଗହମ ରପ୍ତାନୀ ହୋଇପାରିବ ।

କେନ୍ଦ୍ର ସରକାର କହିଛନ୍ତି, ''ଦେଶର ଖାଦ୍ୟ ନିରାପତ୍ତା ଏବଂ ପଡୋଶୀ ଓ ଅନ୍ୟ ଦୁର୍ବଳ ରାଷ୍ଟ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗହମ ରପ୍ତାନୀ ଉପରେ କଟକଣା ଲଗାଯାଇଛି । ଭାରତ ପଡୋଶୀ ଓ ଦୁର୍ବଳ ବିକାଶଶୀଳ ରାଷ୍ଟ୍ରର ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ପ୍ରତିବଦ୍ଧ ଅଟେ । ଅନ୍ତର୍ଜାତୀୟ ବଜାରରେ ଗହମ ମୂଲ୍ୟରେ ଅଚାନକ ବୃଦ୍ଧି ଆସିଛି । ଯାହାର ଫଳସୂରୁପ ଭାରତ ଓ ପଡୋଶୀ ରାଷ୍ଟ୍ରର ଖାଦ୍ୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି । ଫେବୃୟାରୀ ମାସରେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଗହମ ମୂଲ୍ୟ ପ୍ରାୟ 40 ପ୍ରତିଶତ ବଢିଛି । ଏହାଦ୍ବାରା ଭାରତରୁ ଗହମ ରପ୍ତାନୀ ପରିମାଣ ବୃଦ୍ଧି ପାଇବା ସହ ଘରୋଇ ବଜାରରେ ଗହମ ଓ ଅଟା ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି ।''

ଉଲ୍ଲେଖଯୋଗ୍ୟ, ଦେଶରେ ଗହମ କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) 2,015 ଟଙ୍କା ରହିଛି । ଏପ୍ରିଲରେ ଭାରତରେ ଗହମ ଓ ଅଟା କ୍ଷେତ୍ରରେ ଖୁଚୁରା ମୁଦ୍ରାସ୍ଫୀତି 9.59 ପ୍ରତିଶତକୁ ବୃଦ୍ଧି ପାଇଛି । ଯାହାକି ମାର୍ଚ୍ଚରେ 7.77 ପ୍ରତିଶତ ଥିଲା । ଖୋଲା ବଜାରରେ ଗହମର ମୂଲ୍ୟ ଏମଏସପି ତୁଳନାରେ ବହୁ ଅଧିକ ଥିବାରୁ ଚଳିତ ବର୍ଷ ସରକାରଙ୍କ ଦ୍ବାରା ଗହମ ସଂଗ୍ରହ ପ୍ରାୟ 55 ପ୍ରତିଶତ ହ୍ରାସ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.