ETV Bharat / bharat

ଭାରତୀୟ ଯବାନଙ୍କ ସହ ବାଂଲାଦେଶ ସୈନିକଙ୍କ କଦମ୍ ତାଲ୍ - ବାଲାଂଦେଶ ସୈନିକଙ୍କ କଦମ୍ ତାଲ୍

ଆଜି ରାଜପଥରେ କେବଳ ସେନାର ସାହସ ନୁହେଁ ବରଂ କୂଟନୈତିକ ସଫଳତା ମଧ୍ୟ ଦେଖିବାକୁ ମିଳିଥିଲା । ରାଜପଥରେ ଆଜି ବାଂଲାଦେଶର ସେନାକୁ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଭାରତୀୟ ଯବାନଙ୍କ ସହ ବାଲାଂଦେଶ ସୈନିକଙ୍କ କଦମ୍ ତାଲ୍

author img

By

Published : Jan 26, 2021, 1:53 PM IST

Updated : Jan 26, 2021, 2:19 PM IST

ନୂଆଦିଲ୍ଲୀ: ଆଜି ରାଜପଥରେ କେବଳ ସେନାର ସାହାସ ନୁହେଁ ବରଂ କୂଟନୈତିକ ସଫଳତା ମଧ୍ୟ ଦେଖିବାକୁ ମିଳିଥିଲା । ରାଜପଥରେ ଆଜି ବାଂଲା‌ଦେଶର ସେନାକୁ ଦେଖିବାକୁ ମିଳିଥିଲା । ଭାରତୀୟ ସେନା ସହ କଦମ୍ ରେ କଦମ୍ ଦେଇ ପରେଡ କରିଥିଲେ ବାଂଲାଦେଶ ଯବାନ । ଏହି ସେନା ରାଜପଥରେ ଭାରତର ରାଷ୍ଟ୍ରପତିଙ୍କୁ ସଲାମୀ ଦେଇଥିଲେ । ତେବେ ଏହାକ କାରଣ କ'ଣ ?

ଭାରତୀୟ ଯବାନଙ୍କ ସହ ବାଲାଂଦେଶ ସୈନିକଙ୍କ କଦମ୍ ତାଲ୍

1971ମସିହାରେ ଭାରତର ନେତୃତ୍ବରେ ପାକିସ୍ତାନର ଦୁଇ ଭାଗ ହୋଇଥିଲା । ଏହି ଭାରତୀୟ କୂଟନୀତିକୁ 50 ବର୍ଷ ପୁରିଛି । ଏହି କାରଣରୁ ରାଜପଥରେ ପରେଡ କରିଥିଲେ ବାଂଲାଦେଶର ସୈନିକ । ତେବେ ବାଂଲାଦେଶକୁ ମୁକ୍ତ କରିବାର ସଂକଳ୍ପ ନେଇଥିଲା ଭାରତ । ପୂର୍ବ ପାକିସ୍ତାନ ବା ଏବେର ବାଲାଂଦେଶରେ ପାକିସ୍ତାନୀ ସେନାର ନିର୍ଯ୍ୟାତନା ଶେଷ ସୀମାରେ ପହଞ୍ଚି ଯାଇଥିଲା । ଏହାପରେ ଭାରତର ସେନା ଏଥିରେ ହସ୍ତକ୍ଷେପ କରିଥିଲା । ଏହାପରେ ପାକିସ୍ତାନରୁ ମୁକ୍ତ ହୋଇଥିଲା ବାଂଲାଦେଶ ।

ଆଜି ବାଂଲାଦେଶର 122 ସୈନିକ ରାଜପଥରେ ଭାରତୀୟ ସେନା ସହ ପରେଡ କରିଥିଲେ । ଏଥିରେ ବାଲାଂଦେଶର ବାୟୁସେନା, ସ୍ଥଳସେନା, ନୌସେନା ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ଭାରତୀୟ ସେନା ସହ ପୂର୍ବରୁ 2 ଦେଶ ପରେଡ କରିଛି । 2016ରେ ଫ୍ରାନ୍ସର 35ତମ ଇନଫେଟ୍ରୀ ରେଜିମେଣ୍ଟର ଯବାନ ସାମିଲ ହୋଇଥିଲେ । ଏହାସହ 2017ରେ ମଧ୍ୟ ସଂଯୁକ୍ତ ଆରବ ଏମିରେଟ୍ସର ଯବାନ ଭାରତୀୟ ଯବାନଙ୍କ ପରେଡ କରିଥିଲେ ।

Last Updated : Jan 26, 2021, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.