ETV Bharat / bharat

ଶ୍ରୀଲଙ୍କା ସମସ୍ୟା: ଭାରତକୁ ଶରଣାର୍ଥୀ ସମସ୍ୟା ନଥିବା କହିଲେ ବୈଦେଶିକ ମନ୍ତ୍ରୀ - ଶ୍ରୀଲଙ୍ଗା ସଙ୍କଟ

ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଭାରତକୁ ନାହିଁ ଶରଣାର୍ଥୀ ସମସ୍ୟା । ସ୍ଥିତି ଉପରେ ରଖାଯାଇଛି ନଜର । ପ୍ରଥମ ଦିନରୁ ଜାରି ରଖିଛି ସହଯୋଗ । ଅଧିକ ପଢନ୍ତୁ

Sri Lanka crisis:ଭାରତକୁ ଶରଣାର୍ଥୀ ସମସ୍ୟା ନଥିବା କହିଲେ ବୈଦେଶିକ ମନ୍ତ୍ରୀ

author img

By

Published : Jul 10, 2022, 3:35 PM IST

ଥିରୁଅନନ୍ତପୁରମ: ପଡୋଶୀ ଶ୍ରୀଲଙ୍କାରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ସଙ୍କଟ ଓ ଗୃହଯୁଦ୍ଧ ପରିସ୍ଥିତି ପଡୋଶୀ ଭାରତ ପାଇଁ ଏବେ ଚିନ୍ତା ବଢାଇଛି । ଶ୍ରୀଲଙ୍କାର ଏକମାତ୍ର ଭୌଗଳିକ ନିକଟତମ ପଡୋଶୀ ଭାରତରେ ଶରଣାର୍ଥୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଯଥେଷ୍ଟ ରହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।

କେରଳ ଗସ୍ତରେ ଥିବା ଜୟଶଙ୍କର କହିଛନ୍ତି, ପଡୋଶୀ ଶ୍ରୀଲଙ୍କାରେ ଲାଗି ରହିଥିବା ସ୍ଥିତି ଉପରେ ଭାରତ କଡା ନଜର ରଖିଛି । ଆର୍ଥିକ ସଙ୍କଟର ପ୍ରଥମ ଦିନରୁ ହିଁ ଭାରତ ସହଯୋଗୀ ଭାବେ ଶ୍ରୀଲଙ୍କା ସହିତ ରହି ଆସିଛି । ତେବେ ଶରଣାର୍ଥୀ ସମସ୍ୟା ନେଇ ଭାରତକୁ କୌଣସି ସମସ୍ୟା ନାହିଁ । ଏପରିକି ସେଠାରେ ନାଗରିକମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶରଣାର୍ଥୀ ସମସ୍ୟା ପରି ସ୍ଥିତି ଶ୍ରୀଲଙ୍କାରେ ମଧ୍ୟ ସୃଷ୍ଟି ହୋଇ ନଥିବା କହିଛନ୍ତି ଜୟଶଙ୍କର ।

ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଭାରତ ପ୍ରଥମ ଦିନରୁ ଶ୍ରୀଲଙ୍କାକୁ ସହାୟତା କରିଆସିଛି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଶ୍ରୀଲଙ୍କାରେ ଘଟୁଥିବା ପ୍ରତ୍ୟେକ ଘଟଣାକ୍ରମ ଓ ଗତିଶିଳତା ଉପରେ ଭାରତ ବିଶ୍ଳେଷଣ କରୁଛି । ଶ୍ରୀଲଙ୍କାର ଏକମାତ୍ର ନିକଟତମ ପଡୋଶୀ ଭାବେ ପ୍ରଥମ ମନ୍ତ୍ର 'neighbor hood first policy'ରେ ବିଶ୍ବାସ କରୁଥିବା ଭାରତ ତାର ନୈତିକ ଦାୟିତ୍ବ ବୋଧ ପାଳନ କରିଆସିଛି । ଭାରତ ବର୍ତ୍ତମାନ ସୁଦ୍ଧା ପ୍ରାୟ 3.5 ବିଲିୟନ ଆମେରିକୀୟ ଡଲାର (3.5 billion dollars ) ର ସହାୟତା ସାମଗ୍ରୀ ପଠାଇ ସାରିଛି । ଏହାରି ମଧ୍ୟରେ ଖାଦ୍ୟ ସାମଗ୍ରୀ, ଔଷଧ, ଇନ୍ଧନ ପରି ଜରୁରୀ ସାମଗ୍ରୀ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.