ETV Bharat / bharat

ଆଫଗାନିସ୍ତାନରୁ ଏୟାର ଲିଫ୍ଟିଂ, ଭାରତକୁ ଦୈନିକ ମାତ୍ର 2ଟି ବିମାନ ଉଡାଣ ନେଇ ଅନୁମତି - ତାଲିବାନ ଅପଡେଟ

ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି ଭାରତ। ଦୈନିକ ମାତ୍ର 2ଟି ବିମାନ ଉଡାଣ ନେଇ ଅନୁମତି ଦେଲା NATO । ଏବେ ସୁଦ୍ଧା ସ୍ବଦେଶ ଫେରିଲେଣି 180 ଭାରତୀୟ ନାଗରିକ । ଅଧିକ ପଢନ୍ତୁ...

ଆଫଗାନିସ୍ତାନରୁ ଏୟାର ଲିଫ୍ଟିଂ, ଭାରତକୁ ଦୈନିକ ମାତ୍ର 2ଟି ବିମାନ ଉଡାଣ ନେଇ ଅନୁମତି

author img

By

Published : Aug 21, 2021, 10:58 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି ଭାରତ । ଭାରତୀୟ ବାୟୁ ସେନାର ସ୍ବତନ୍ତ୍ର ବିମାନରେ ଏହି ଉଦ୍ଧାର ଅଭିଯାନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏଥିରେ ଭାରତ ସାମାନ୍ୟ କଟକଣାର ସାମ୍ନା କରିବାକୁ ଯାଉଛି । ଆଫଗାନ ରାଜଧାନୀ କାବୁଲ ବିମାନବନ୍ଦରୁ ଦୈନିକ ମାତ୍ର 2ଟି ବିମାନ ଉଡାଣ ନେଇ ଅନୁମତି ଦେଇଛି ନାଟୋ । କାବୁଲ ବିମାନ ବନ୍ଦର ବର୍ତ୍ତମାନ North Atlantic Treaty Organization (NATO) ନିୟନ୍ତ୍ରଣାଧୀନ ରହିଛି । ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କ ପାଇଁ ରେସ୍କ୍ୟୁ ଅପରେସନ ଚଲାଇଥିବାବେଳେ ବିମାନବନ୍ଦରେ ବିଦେଶକୁ ପଳାଇବା ପାଇଁ ହଜାର ହଜାର ଆଫଗାନ ନାଗରିକ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଯାହା ବିମାନବନ୍ଦରରେ ଅଣାୟତଃ ପରିସ୍ଥିତି ସୃଷ୍ଟି କରିଛି । ବିମାନ ଉଡାଣରେ ସମସ୍ୟା ଦେଖାଯାଉଛି । ରନ-ଓ୍ବେ ଭିଡ ଯୋଗୁୁ ଏୟାର ଟ୍ରାଫିକ କଣ୍ଚ୍ରୋଲରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି ।

ବର୍ତ୍ତମାନ ସୁଦ୍ଧା କାବୁଲରେ ପ୍ରାୟ 300 ଭାରତୀୟ ସ୍ବଦେଶ ଫେରିବା ଅପେକ୍ଷାରେ ରହିଛନ୍ତି । ଭାରତୀୟ ବାୟୁ ସେନା ପାଇଁ ପାକିସ୍ତାନ ଆକାଶ ମାର୍ଗ ବ୍ୟବହାର କରିବା ଉପରେ କଟକଣା ଥିବାରୁ ତାଜିକିସ୍ଥାନ ଆକାଶ ମାର୍ଗ ବ୍ୟବହାର କରୁଛି ଭାରତ । ତାଜିକିସ୍ଥାନରେ ଅବତରଣ କରିବା ସହ ଇନ୍ଧନ ଭରିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛି ଭାରତୀୟ ବିମାନ । ଆଜି ମଧ୍ୟ 85 ଭାରତୀୟ ଯବାନଙ୍କୁ ଧରି ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ CI30 J ଆଉ କିଛି ସମୟ ପରେ ନୂଆଦିଲ୍ଲୀ ବିମାନ ବନନ୍ଦରେ ଅବତରଣ କରିବାର ସୂଚନା ରହିଛି ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକା କର୍ତ୍ତୃପକ୍ଷଙ୍କ ସହ କଥା ହେବା ପରେ କାବୁଲରେ ଭାରତୀୟ ବାୟୁସେନା ବିମାନକୁ ସାହାଯ୍ୟ ଯୋଗାଇବା ଆରମ୍ଭ କରିଛନ୍ତି ଆମେରିକା ସେନା। ଆଜି ସୁଦ୍ଧା ଭାରତୀୟ ବାୟୁ ସେନା ଭାରତୀୟ ଦୂତାବାସ ସହ ଅନ୍ୟ ପ୍ରାୟ 180 ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ରେସ୍କ୍ୟୁ ଅପରେସନ ଜାରି ରହିଛି ।

ଗତ ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସୁରକ୍ଷା ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକରେ କାବୁଲ ସମସ୍ୟା ଉପରେ ସମୀକ୍ଷା କରିଛନ୍ତି । ବିଦେଶ ସେବା ସହ ସମ୍ପର୍କିତ ସମସ୍ତ ମନ୍ତ୍ରଣାଳୟ ତୁରନ୍ତ ତ୍ବରିତ ପଦକ୍ଷେପ ନେବା ନେଇ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆଗକୁ ଆଫଗାନିସ୍ତାନରେ ହେବାକୁ ଥିବା ସ୍ଥିତି ଉପରେ ମଧ୍ୟ ଭାରତ ତୀକ୍ଷ୍ଣ ନଜର ରଖିଛି । ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଭାରତ ସରକାର ଭାରତୀୟଙ୍କୁ ସୁରକ୍ଷିତ ସ୍ବେଦଶ ଫେରାଇ ଆଣିବା ସମ୍ପୂର୍ଣ୍ଣ ସଙ୍କଳ୍ପବଦ୍ଧ ଥିବା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.