ETV Bharat / bharat

ଶୁବଶୀଘ୍ର ଭାରତ ଆସିବେ ଚୀନ ବୈଦେଶିକ ମନ୍ତ୍ରୀ, ବିବାଦରେ ପଡିବ କି ପୂର୍ଣ୍ଣଚ୍ଛେଦ ?

author img

By

Published : Mar 17, 2022, 9:55 AM IST

ଗଲୱାନ ସୀମା ବିବାଦ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଭାରତ ଗସ୍ତ ପାଇଁ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Chinese foreign minister plans to visit India soon

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ ଆସିବେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି । ଗଲୱାନ ସୀମା ବିବାଦ ପରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଭାରତ ଗସ୍ତ ପାଇଁ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ମିଳିଛି । ଦିଲ୍ଲୀର ଚୀନ୍ ଦୂତାବାସ କିମ୍ବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରସ୍ତାବିତ ପରିଦର୍ଶନକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇନାହିଁ । ଗଲୱାନ୍ ସଂଘର୍ଷ ପରେ ଆରମ୍ଭ ହୋଇଥିବା ସୀମା ବିବାଦ ପରେ ଏହା ଏହା ଉଭୟ ଦେଶର ନେତାଙ୍କ ମଧ୍ୟରେ ପ୍ରଥମ ହାଇ ପ୍ରୋଫାଇଲ୍ ସାକ୍ଷାତ ହେବ । ୱାଙ୍ଗଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ପୁନଃ ଯୋଗଦାନ ସ୍ଥାପନ କରିବା ଏବଂ ଚଳିତ ବର୍ଷ ବେଜିଂ ଦ୍ବାରା ଆୟୋଜିତ ହେବାକୁ ଥିବା ବ୍ରିକ୍ସ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିବା ।

ସୀମାନ୍ତରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି । କାରଣ ଏକାଧିକ ରାଉଣ୍ଡ ସାମରିକ ଏବଂ କୂଟନୈତିକ ଆଲୋଚନା ପରେ ବି ସୁଫଳ ମିଳୁନାହିଁ । ପୂର୍ବ ଲଦାଖରେ ଭାରତ ସମ୍ପୂର୍ଣ୍ଣ ଅସହଯୋଗ କରିବାକୁ କହିଛି । ମାର୍ଚ୍ଚ 11ରେ ଭାରତ ଓ ଚୀନ ସୀମା ବିବାଦକୁ ନେଇ ୧୫ତମ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା । ଚୁସୁଲ ମୋଲ୍ଡୋ ସୀମାରେ ଏହି ବୈଠକ ହୋଇଥିଲା ।

ପୂର୍ବରୁ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ୧୪ ଥର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ସାରିଛି । ବୈଠକରେ ଉତ୍ତର ଓ ଦକ୍ଷିଣ ପାର୍ଶର ଥିବା ପାଙ୍ଗୋଙ୍ଗ ଟିଏସଓ (Pangong Tso), ଗଲୱାନ ଏବଂ ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳର ସୀମା ବିବାଦ ନେଇ ଆଲୋଚନା ହୋଇଛି । ଅନ୍ୟପଟେ ଏହି ଅଞ୍ଚଳରେ ଥିବା ସୀମା ବିବାଦ ସମାଧାନ ଲାଗି ଦୁଇ ଦେଶ ଏହା ଉପରେ ଅଧିକ ଗରୁତ୍ବ ଦେଉଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.