ETV Bharat / bharat

ଭାରତରେ ଗଡିବ ହାଇଡ୍ରୋଜେନ ସଂଚାଳିତ ଟ୍ରେନ, ବିଡ୍ ଡାକିବ ରେଲୱେ - ରେଲୱେ

ଖୁବଶୀଘ୍ର ଭାରତରେ ଗଡିବ ହାଇଡ୍ରୋଜେନ ସଂଚାଳିତ ଟ୍ରେନ । ଭାରତୀୟ ରେଳବାଇ ଏହାର 1600 HP 10-କୋଚ DEMU ଟ୍ରେନ ଗୁଡିକୁ ହାଇଡ୍ରୋଜେନ ଇନ୍ଧନ ଦ୍ବାରା ଚଳାଇବାକୁ ଯୋଜନା କରୁଛି । ଅଧିକ ପଢନ୍ତୁ...

ଭାରତରେ ଗଡିବ ହାଇଡ୍ରୋଜେନ ସଂଚାଳିତ ଟ୍ରେନ, ବିଡ୍ ଡାକିବ ରେଲୱେ

author img

By

Published : Aug 7, 2021, 9:28 PM IST

Updated : Aug 7, 2021, 10:50 PM IST

ନୂଆଦିଲ୍ଲୀ: ପ୍ରଦୂଷଣ ବଳୟରେ ଦେଶ । ଭାରତର ବଡ ବଡ ମେଟ୍ରୋ ସହରରେ ମୁଖ୍ୟ ବ୍ୟାଧି ସାଜିଛି ପ୍ରଦୂଷଣ । ଏଣୁ ଦେଶରେ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ପାଇଁ ସବୁଜ ଅଭିଯାନ କାର୍ଯ୍ୟ କରୁଛି । ଏପରିସ୍ଥଳେ ଭାରତୀୟ ରେଳବାଇ 1600 HP 10-କୋଚ DEMU ଟ୍ରେନକୁ ହାଇଡ୍ରୋଜେନ ଇନ୍ଧନ ଦ୍ବାରା ଚଳାଇବାକୁ ଯୋଜନା କରି ଗୋଟିଏ ପାଦ ଆଗକୁ ବଢିଛି । ଅର୍ଥାତ୍ ଖୁବଶ୍ରୀଘ୍ର ଭାରତରେ ଗଡିବାକୁ ଯାଉଛି ହାଇଡ୍ରୋଜେନ ସଂଚାଳିତ ଟ୍ରେନ । ଯାହାଦ୍ବାରା କିଛି ମାତ୍ରାରେ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇ ପାରିବ । ଉତ୍ତର ରେଲୱେର ୮୯ କିମି ସୋନିପାଟ-ଜିନ୍ଦ ସେକ୍ସନର DEMUରେ ରେଟ୍ରୋଫିଟ କରି ହାଇଡ୍ରୋଜେନ ଇନ୍ଧନ ସେଲ ଆଧାରିତ ଟେକ୍ନୋଲୋଜି ପାଇଁ ଖୁବଶୀଘ୍ର ବିଡ୍ ଡାକିବ ଭାରତୀୟ ରେଳବାଇ ।

ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପ୍ରଥମେ ଦୁଇଟି DEMU ଟ୍ରେନକୁ ହାଇଡ୍ରୋଜନ ସଂଚାଳିତ ଟ୍ରେନରେ ରୂପାନ୍ତରିତ କରାଯିବ । ଏନେଇ ଲୋକ ପାଇଲଟଙ୍କୁ କୌଣସି ସମସ୍ୟା ହେବ ନାହିଁ । କାରଣ ଡ୍ରାଇଭିଂ କନସୋଲରେ କିଛି ବି ପରିବର୍ତ୍ତନ କରାଯିବ ନାହିଁ ।

ହାଇଡ୍ରୋଜେନ ଇନ୍ଧନ ସଂଚାଳିତ DEMU ପାଇଁ ବିଡ୍ ଗ୍ରହଣ ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବ ଏବଂ ଅକ୍ଟୋବର ୫ରେ ସରିବ । ଏହା ପୂର୍ବରୁ ଅଗଷ୍ଟ ୧୭ରେ ଏକ ପ୍ରି-ବିଡ୍ ସମ୍ମିଳନୀ ଆୟୋଜନ କରାଯିବ । ଡିଜେଲ ସଂଚାଳିତ DEMUକୁ ହାଇଡ୍ରୋଜେନ ସଂଚାଳିତ ଟ୍ରେନ ଭାବେ ରୂପାନ୍ତରିତ କରାଗଲେ ବାର୍ଷିକ ୨.୩ କୋଟି ଖର୍ଚ୍ଚ କମିବ । ରେଲୱେର ଏହି ଇକୋ ଫ୍ରେଣ୍ଡଲି ପଦକ୍ଷେପ ବାର୍ଷିକ ୧୧.୧୨ କିଲୋ ଟନ କାର୍ବନ ଫୁଟପ୍ରିଣ୍ଟ ବଞ୍ଚାଇବ ।

ତେବେ ସୋଲାର ଶକ୍ତି ଓ ଜଳରୁ ବିଦ୍ୟୁତକରଣ ପ୍ରକିୟା ଦ୍ବାରା ହାଇଡ୍ରୋଜେନ ସୃଷ୍ଟି କରାଯିବ । ଶକ୍ତି ଉତ୍ପାଦନ ପାଇଁ ଅନେକ ଦେଶ ଏହି ପଦକ୍ଷେପ ଆପଣାଇଥାନ୍ତି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ପୂର୍ବରୁ କେତେକ ଦେଶ ହାଇଡ୍ରୋଜେନ ସଂଚାଳିତ ଟ୍ରେନ ବିକାଶିତ କରିଛନ୍ତି । ଯେଉଁ ତାଲିକାରେ ଯୋଡି ହେବାକୁ ଯାଉଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2021, 10:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.