ETV Bharat / bharat

ପାକିସ୍ତାନକୁ ସମ୍ବୋଧିତ କଲେ ଇମ୍ରାନ, କହିଲେ ଦେବେନି ଇସ୍ତଫା

author img

By

Published : Apr 1, 2022, 6:51 AM IST

ଦେଶକୁ ସମ୍ବୋଧିତ କଲେ ଇମ୍ରାନ, କହିଲେ ଦେବେନି ଇସ୍ତଫା । ମୋ ବିରୋଧରେ ଜାରି ରହିଛି ବିଦେଶୀ ଷଡଯନ୍ତ୍ର । ଅଧିକ ପଢନ୍ତୁ

ଦେଶକୁ ସମ୍ବୋଧିତ କଲେ ଇମ୍ରାନ, କହିଲେ ଦେବେନି ଇସ୍ତଫା

ନୂଆଦିଲ୍ଲୀ: କ୍ଷମତାର ସୂତାଖିଅରେ ଝୁଲୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଦେଶକୁୁ ସମ୍ବୋଧିତ କରିଛନ୍ତି । ତାଙ୍କ ବିରୋଧରେ ବିଦେଶୀ ଷଡଯନ୍ତ୍ର ଜାରି ରହିଥିବା କହିବା ସହ ସେ ଇସ୍ତାଫା ଦେବେ ନାହିଁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଏହି ସମ୍ବୋଧନ ଉପରେ ସାରା ପାକିସ୍ତାନର ନଜର ଥିବାବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି, ଦେଶ ଭିତରେ କିଛି ଶତ୍ରୁ ଅଛନ୍ତି ଯେଉଁମାନେ ବିଦେଶୀ ଶକ୍ତିର ସହାୟତାରେ ତାଙ୍କ ବିରୋଧରେ ଷଡଯନ୍ତ୍ର ଜାରି ରଖିଛନ୍ତି । ତଥାପି ସେ ସୂଚାଇ ଦେଇଛନ୍ତି ଯେ ସେ ଇସ୍ତଫା ଦେବେ ନାହିଁ ବରଂ ଶେଷ ବଲ ପର୍ଯ୍ୟନ୍ତ ଖେଳ ଜାରି ରଖିବେ ।

  • #WATCH | Islamabad: In his address to the nation, Pakistan Prime Minister Imran Khan claims that a foreign nation sent a message to them (Pakistan) that Imran Khan needs to be removed else Pakistan will suffer consequences. pic.twitter.com/aTGUh9HqSe

    — ANI (@ANI) March 31, 2022 " class="align-text-top noRightClick twitterSection" data=" ">

ରବିବାର ଆସ୍ଥା ଭୋଟରେ ଭାଗ୍ୟ ପରୀକ୍ଷା ଦେବାକୁ ଯାଉଥିବା ଇମ୍ରାନ ଗୃହରେ ଭୋଟିଂ ପୂର୍ବରୁ କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଇସ୍ତଫା ଦେବା ନେଇ ଜାରି ରହିଥିବା ସାମାନ୍ୟ ଫିକା ପଡିଥିବାବେଳେ ରବିବାର ଅନାସ୍ଥା ଭୋଟିଂ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.