ETV Bharat / bharat

ଅନଲାଇନ ଶିକ୍ଷା ଓ ପିଲାଙ୍କ ଏକାଗ୍ରତା

author img

By

Published : Feb 13, 2021, 10:44 PM IST

ପ୍ରାୟ ବର୍ଷେ ହେବ ଆମେ ହୃଦବୋଧ କରିଛେ ଯେ, ଅନଲାଇନ ଶିକ୍ଷା ଜାରି ରହିବ । ଦିନକୁ ଦିନ ଶିକ୍ଷା ପାଇଁ ଗ୍ୟାଜେଟର ବହୁଳ ବ୍ୟବହାର ସହ ପାଠପଢା ସହ ଜଡିତ ବିଭିନ୍ନ ମୌଳିକାରେ ବି ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଅନଲାଇନ ଶିକ୍ଷାରେ ଧ୍ୟାନ ଓ ଏକାଗ୍ରତା ପିଲାଙ୍କ ପାଇଁ ଅତି ଜରୁରୀ ହୋଇଥାଏ । ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଏ ସଂପର୍କରେ ଅଧିକ ଆଲୋଚନା ପାଇଁ ମୁମ୍ବାଇ ସ୍ଥିତ ମନସ୍ତତ୍ତ୍ୱବିତ ଓ ପ୍ଲେ ଥେରାପିଷ୍ଟ କାଜଲ ୟୁଡଭେଙ୍କ ସହ ଯୋଗାଯୋଗ କରାଯାଇଥିଲା ।

ଅନଲାଇନ ଶିକ୍ଷା ଓ ପିଲାଙ୍କ ଏକାଗ୍ରତା
ଅନଲାଇନ ଶିକ୍ଷା ଓ ପିଲାଙ୍କ ଏକାଗ୍ରତା

ପ୍ରାୟ ବର୍ଷେ ହେବ ଆମେ ହୃଦବୋଧ କରିଛେ ଯେ, ଅନଲାଇନ ଶିକ୍ଷା ଜାରି ରହିବ । ଦିନକୁ ଦିନ ଶିକ୍ଷା ପାଇଁ ଗ୍ୟାଜେଟର ବହୁଳ ବ୍ୟବହାର ସହ ପାଠପଢା ସହ ଜଡିତ ବିଭିନ୍ନ ମୌଳିକାରେ ବି ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ଅନଲାଇନ ଶିକ୍ଷାରେ ଧ୍ୟାନ ଓ ଏକାଗ୍ରତା ପିଲାଙ୍କ ପାଇଁ ଅତି ଜରୁରୀ ହୋଇଥାଏ । ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଏ ସଂପର୍କରେ ଅଧିକ ଆଲୋଚନା ପାଇଁ ମୁମ୍ବାଇ ସ୍ଥିତ ମନସ୍ତତ୍ତ୍ୱବିତ ଓ ପ୍ଲେ ଥେରାପିଷ୍ଟ କାଜଲ ୟୁଡଭେଙ୍କ ସହ ଯୋଗାଯୋଗ କରାଯାଇଥିଲା । ଅନଲାଇନ ଶିକ୍ଷାରେ ଏକାଗ୍ରତା ବା ଧ୍ୟାନପୂର୍ବକ ବୁଝିବା ଜରୁରୀ ହୋଇଥାଏ । ପାଠପଢା ଓ ସ୍ମରଣ ଶକ୍ତି କ୍ଷେତ୍ରରେ ଏକାଗ୍ରତା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଅଧ୍ୟୟନରୁ ଜଣାପଡିଛି ଯେ, ଯାହାର ଏକାଗ୍ରତା ହାର କମ୍ , ତା ପାଇଁ ଶିକ୍ଷାର ଫଳାଫଳ ବି କମ୍ ହୋଇଥାଏ । ଅନଲାଇନ ସ୍କୁଲ ପୂର୍ବରୁ ପିତାମାତାଙ୍କର ଉଦବେଗ ଥିଲା ଯେ, ସେମାନଙ୍କ ପିଲାମାନେ ସ୍କୁଲରେ ଠିକ୍ ପଢାପଢି କରୁଥିଲେ ମଧ୍ୟ ଘରେ ଭଲ ପଢୁନାହାନ୍ତି । ଆଜିକାଲି ଅନଲାଇନ ସ୍କୁଲ ଏକପ୍ରକାର ଆବଶ୍ୟକତା

ସାଜିଥିବା ବେଳେ ପିଲାମାନେ ଘରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି । କିନ୍ତୁ ଘରେ ସେମାନେ ସ୍କୁଲ ଭଳି ଉପଯୁକ୍ତ ଶୈକ୍ଷିକ ପରିବେଶ ପାଉନାହାନ୍ତି । ସେମାନଙ୍କ ଅନଲାଇନ କ୍ଲାସ ଚାଲିଥିଲା ବେଳେ ଘରେ ଟିଭି ଲାଗୁଛି, ପରିବାର ସଦସ୍ୟମାନେ କଥାବାର୍ତ୍ତା କରୁଥାଆନ୍ତି ଓ ଘରର ଅନ୍ୟାନ୍ୟ କାମ ମଧ୍ୟ ହେଉଛି । ଏସବୁ ଦ୍ୱାରା ପିଲାମାନଙ୍କ ଅନଲାଇନ କ୍ଲାସ ପ୍ରଭାବିତ ହୁଏ । ସେମାନେ ଏକାଗ୍ରତା ଠିକ୍ ରହେ ନାହିଁ । ଘରର ଏକ କୋଳାହଳମୟ ପରିବେଶରେ ପିଲାମାନେ ଅନଲାଇନ କ୍ଲାସ ସହ ଭଲ ରୂପେ ଖାପ ଖୁଆଇ ପାରନ୍ତି ନାହିଁ । ଅନଲାଇନ କ୍ଲାସର ଶୈଳୀ ଭିନ୍ନ ଧରଣର ହୋଇଥିଲେ ବି ପିଲାମାନେ ବାସ୍ତବିକ ଶ୍ରେଣୀଗୃହ ପାଠପଢାର ସନ୍ତୁଷ୍ଟି ପାଆନ୍ତି ନାହିଁ । ପ୍ରକୃତ ଶ୍ରେଣୀଗୃହ ଭଳି ବାତାବରଣ ଅନଲାଇନ କ୍ଲାସରେ ମିଳେ ନାହିଁ । ପିଲାମାନେ ବି ସିଧାସଳଖ ଶିକ୍ଷକଙ୍କ ସହ ଭାବ ବିନିମୟ କରିପାରନ୍ତି ନାହିଁ । ତେଣୁ ସେମାନଙ୍କ ପାଠପଢା ପ୍ରଭାବିତ ହୁଏ । ଅନଲାଇନ କ୍ଲାସ କେବେ ବି ଅଫଲାଇନ କ୍ଲାସର ସ୍ଥାନ ନେଇପାରିବ ନାହିଁ । ତେଣୁ ମଲଟିଟାସ୍କିଂରେ ଅଭ୍ୟସ୍ତ ନ ଥିବା ପିଲାମାନଙ୍କୁ ଘରର ବ୍ୟସ୍ତବହୁଳ ପରିବେଶରେ ଅନଲାଇନ କ୍ଲାସ ସୁହାଇ ନ ଥାଏ । ସେମାନଙ୍କ ଏକାଗ୍ରତା ରହେ ନାହିଁ ।

ସେମାନେ କଣ ପଢିଲେ, କଣ ଶିଖିଲେ ,ତାହା ହଠାତ ଜାଣିପାରନ୍ତି ନାହିଁ । ଏହାଛଡା ଆଉ କିଛି ଛାତ୍ର ଇୟର ଫୋନ୍‌କୁ ପସନ୍ଦ କରନ୍ତି ନାହିଁ । ଇୟର ଫୋନ ବ୍ୟବହାର ନ କଲେ ବାହ୍ୟ କୋଳାହଳ ଅନଲାଇନ କ୍ଲାସକୁ ପ୍ରଭାବିତ କରେ । ଅନଲାଇନ ଲର୍ଣ୍ଣିଂକୁ ପ୍ରଭାବଶାଳୀ କରିବା ପାଇଁ କିଛି ଉପାୟ

୧. ଅଧିବେଶନ ମଧ୍ୟରେ ବିରତି ଦେବା ପାଇଁ ଚେଷ୍ଟା କରନ୍ତୁ, ଯାହାଫଳରେ ଏକାଗ୍ରତା ବୃଦ୍ଧି ହୋଇପାରିବ ।

୨. ପିଲାର ପାଠପଢା ପାଇଁ ଏକ କୋଳାହଳ ଶୂନ୍ୟ ସ୍ଥାନ ବାଛନ୍ତୁ ଯେଉଁଠିକି ଖୁବ୍ କମ୍ ଦୃଶ୍ୟ ବିଭ୍ରାଟ ହେଉଥିବ ।

୩. ପିଲାକୁ ଠିକ୍ ଭାବେ ଯେମିତି ଦିଶିବ, ସେ ଅନୁସାରେ ସ୍କ୍ରିନକୁ ଆଡଜଷ୍ଟ କରନ୍ତୁ । ବାରମ୍ବାର ପିଲାକୁ ସ୍କ୍ରିନ ଆଡଜଷ୍ଟ କରିବାକୁ ହେଲେ ତା ଶିକ୍ଷା ବାଧାପ୍ରାପ୍ତ ହେବ ।

୪. ମେମୋରି ଗେମ୍ସ ଜରିଆରେ ପିଲାକୁ ପ୍ରଶ୍ନ ପଚାରି ତାକୁ କଣ ସବୁ ଶିକ୍ଷା ଦିଆଗଲା, ତାହା ଚେକ୍ କରନ୍ତୁ ।

୫. ଯଦି ସମ୍ଭବ, ପ୍ରତି ପାଠ ପାଇଁ ଭିଡିଓ, ଟେକ୍ସଟ ପ୍ରୋଜ୍‌, ଫନ୍ପ୍ୟା କ୍ଟସ ପ୍ରୟୋଗ କରନ୍ତୁ ।

୬. ଇଂରାଜୀ ଶିକ୍ଷା ପାଇଁ ଶିକ୍ଷକମାନେ ଟେକ୍ସଟର ସହାୟତା ନେଇପାରିବେ, ଯାହା ଫଳରେ ପିଲାମାନେ ପାଠର ଗୁରୁତ୍ୱପୂର୍ଣ୍ଣ ବିଷୟ ସହଜରେ ବୁଝିପାରିବେ ।

୭. ହ୍ୱାଇଟବୋର୍ଡରେ ପାଠର ସାରାଂଶ ଲେଖନ୍ତୁ । ତେଣୁ ଛାତ୍ରମାନେ କଣ ମନେ ରଖିଛନ୍ତି, ତାହା ଜାଣିପାରିବେ ।

୮. ଅଳ୍ପ ଅଳ୍ପ ଭାବେ ଓ ସରଳ ଭାବେ ପିଲାଙ୍କୁ ପାଠ ପଢାନ୍ତୁ ।

୯. ସାମାନ୍ୟ ସଫଳତା ହାସଲ କଲେ ବି ପିଲାମାନଙ୍କୁ ପ୍ରଶଂସା କରନ୍ତୁ । ଏହା ସେମାନଙ୍କୁ ଉତ୍ସାହିତ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.