ETV Bharat / bharat

କୋରୋନାରେ ଜୀବନ ହାରିଛନ୍ତି 594 ଡାକ୍ତର, ଓଡିଶାର 22

author img

By

Published : Jun 2, 2021, 4:26 PM IST

Updated : Jun 2, 2021, 4:55 PM IST

ସମଗ୍ର ଭାରତରେ ବର୍ତ୍ତମାନ ସୁଦ୍ଧା 594 ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଅଧିକ ପଢନ୍ତୁ...

ସୂଚନା ଦେଲା IMA, କୋରୋନାରେ ଜୀବନ ହାରିଛନ୍ତି 594 ଡାକ୍ତର

ନୂଆଦିଲ୍ଲୀ: ମହାମାରୀ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ଡାକ୍ତରଙ୍କ ମୁଣ୍ଡ ନେଇଚାଲିଛି ମାରାତ୍ମକ ଭୂତାଣୁ କୋରୋନା । କୋରୋନାରେ ସଂକ୍ରମିତ ହୋଇ ଅନେକ ଡାକ୍ତରଙ୍କ ଜୀବନ ଗଲାଣି ।

ସମଗ୍ର ଭାରତରେ ବର୍ତ୍ତମାନ ସୁଦ୍ଧା 594 ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଆଇଏମଏ ପକ୍ଷରୁ କୁହାଯାଇଛି ଦେଶରେ କୋରୋନା ଭାଇରସର ଦ୍ବିତୀୟ ଲହରୀ ସମୟରେ 594 ଡାକ୍ତରଙ୍କ ହୋଇଛି ମୃତ୍ୟୁ ।

ମୃତ ଡାକ୍ତରଙ୍କ ରିପୋର୍ଟ ଜାରି କରି ଆଇଏମଏ ସୂଚନା ଦେଇଛି ଯେ ମୃତ 584 ଡାକ୍ତରଙ୍କ ମଧ୍ୟରୁ ସର୍ବାଧିକ ଦିଲ୍ଲୀରୁ ଅଛନ୍ତି । ଏହାପରେ ଏହି ଲିଷ୍ଟରେ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡ ସାମିଲ ଅଛି ।

ଆଇଏମଏ ଜାରି କରିଥିବା ରିପୋର୍ଟରେ ଜଣାପଡିଛି ଯେ ଦିଲ୍ଲୀରେ ଦ୍ବିତୀୟ ଲହରୀ ସମୟରେ 107 ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେହିପରି ବିହାରରେ 96 ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତର ପ୍ରଦେଶରେ 67, ରାଜସ୍ଥାନରେ 43 ଓ ଝାଡଖଣ୍ଡରେ 39 ଓ ଓଡିଶାରେ 22 ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଆଇଏମଏ ନିକଟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ବିରୋଧରେ ସ୍ବର ଉଠାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଶର ଡାକ୍ତରଙ୍କ ସୁରକ୍ଷା ପାଇଁ ଜରୁରୀକାଳୀନ ଆଧାର ଉପରେ ବିଚାର କରିବା ସହ ହିଂସା ବିରୋଧରେ ପ୍ରଭାବୀ ଓ ମଜବୁତ ଆଇନ ଲାଗୁ କରିବା ପାଇଁ ଆଇଏମଏ ଅପିଲ କରିଛି ।

Last Updated : Jun 2, 2021, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.