ETV Bharat / bharat

Illegal Bar Row, ସ୍ମୃତି ଇରାନୀଙ୍କ ବରଖାସ୍ତ ଦାବି କରି ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋଆ ବିଧାୟକ - ପ୍ରଧାନମନ୍ତ୍ରୀଙ୍କୁ ଗୋଆ ବିଧାୟକଙ୍କ ଚିଠି

ଗୋଆ କଂଗ୍ରେସ ବିଧାୟକ ସଂକଳ୍ପ ଅମୋନକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଚିଠି ଲେଖି ଦାବି କରିଛନ୍ତି । ଅଧିକ ପଢନ୍ତୁ

ସ୍ମୃତି ଇରାନୀଙ୍କ ବରଖାସ୍ତ ଦାବି କଲେ ଗୋଆ ବିଧାୟକ

author img

By

Published : Aug 18, 2022, 3:40 PM IST

ପାନାଜୀ: ଗୋଆ କଂଗ୍ରେସ ବିଧାୟକ ସଂକଳ୍ପ ଅମୋନକର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି କରିଛନ୍ତି । ସ୍ମୃତି ଇରାନୀଙ୍କ ଝିଅଙ୍କ ବେଆଇନ ବାର ଚଳାଇବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ । ସ୍ମୃତି ଇରାନୀଙ୍କୁ ବରଖାସ୍ତ କରାଗଲେ ବେଆଇନ ବାର ଚଳାଚଳ ଉପରେ ନିରପକ୍ଷ ତଦନ୍ତ ହୋଇ ପାରିବ ବୋଲି ଦାବି କରିଛନ୍ତି ବିଧାୟକ ସଂକଳ୍ପ ଅମୋନକର।

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ମୋରମୁଗାଓ ବିଧାୟକ ଅମୋନକର କହିଛନ୍ତି, ''ଗୋଆରେ ବିଭିନ୍ନ ବିଭାଗ ବର୍ତ୍ତମାନ ଆରଟିଆଇ ଦ୍ବାରା ହୋଇଥିବା ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛନ୍ତି । ସ୍ମୃତି ଇରାନୀ ସ୍ନାତ୍ତକ ଡିଗ୍ରୀ ମିଥ୍ୟା ମୁଦ୍ଦା ପରେ ପୁଣି ଥରେ ମିଛ କହିଛନ୍ତି ।'' ଗୋଆରେ ତାଙ୍କ ପରିବାର ଦ୍ବାରା ସଂଚାଳିତ ବ୍ୟବସାୟ ଉପରେ ପୁଣି ଦେଶକୁ ମିଛ କହିଥିବା କହିଛନ୍ତି ବିଧାୟକ ଅମୋନକର ।

ସେ ଆହୁରି କହିଛନ୍ତି, ''ସବୁ ପରିସ୍ଥିତିଜନକ ସାକ୍ଷୀ, 2019 ନିର୍ବାଚନ ସମୟରେ ଇସିଆଇ ସମକ୍ଷ ତାଙ୍କର ଦାଖଲ ହୋଇଥିବା ପିଟିସନ ପୂର୍ବରୁ ରେଜିଷ୍ଟ୍ରରର ଦସ୍ତାବିଜ କମ୍ପାନୀଗୁଡିକ ମହାରାଷ୍ଟ୍ର ଏବଂ ଜିଏସଟି ବିବରଣୀ ପ୍ରଥମ ପୃଷ୍ଠା ପ୍ରମାଣ କରୁଛି ଯେ, ଅସାରଗାଓ ଗୋଆରେ ସିଲି ସୋଲ କ୍ୟାଫେ ଏବଂ ବାର ତାଙ୍କ ପରିବାର ଦ୍ବାରା ଚାଲୁଛି। କଂଗ୍ରେସ ନେତା ଆହୁରି କହିଛନ୍ତି, ଏହି ମାମଲାରେ ବେଆଇନ ମଦ କାରବାର ପାଇଁ ଲାଇସେନ୍ସ ଏବଂ ବେଆଇନ ବାର ଚଳାଇ ଆଇନକାନୁନ ଉଲଘଂନ କରିଛନ୍ତି । ଏହି କାରବାର ବେନାମୀ ଶୈଳୀରେ ହୋଇଛି । ସମ୍ପତ୍ତି ଉପରେ ମଧ୍ୟ ବେଆଇନ ଭାବେ କବଜା କରାଯାଇଛି । ଅବକାରୀ, ପଞ୍ଚାୟତ, ଜିଏସଟି, ଡାଉନ ଆଣ୍ଡ କଣ୍ଟ୍ରି ଡିପାର୍ଟମେଣ୍ଟ ସମେତ ଗୋଆ ସରକାରର ବିଭିନ୍ନ ବିଭାଗ ମାମଲାର ଯାଞ୍ଚ କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ସମାନ ରାଜନୈତିକ ଦଳ (ବିଜେପି) ଦ୍ୱାରା ପରିଚାଳିତ ହେଉଥିବାରୁ ଏହା ସ୍ୱାଭାବିକ ଯେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ବିଭିନ୍ନ କର୍ତ୍ତୃପକ୍ଷ ଏବଂ ସେମାନଙ୍କ ମୁଖ୍ୟ ସ୍ମୃତି ଇରାନୀ ଏବଂ ତାଙ୍କ ପରିବାରକୁ ବଞ୍ଚାଇବା ପାଇଁ ପ୍ରବଳ ଚାପରେ ଅଛନ୍ତି ।"

ଗୋଆ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଶ୍ୱଜିତ ରାଣେଙ୍କ ସମ୍ପର୍କରେ କଂଗ୍ରେସ ବିଧାୟକ କହିଛନ୍ତି ଯେ, ନିକଟରେ ଏକ ବିବୃତ୍ତିରେ ରାଣେ କହିଥିଲେ ସ୍ମୃତି ଇରାନୀ ତାଙ୍କର 'ବସ୍'। ବର୍ତ୍ତମାନ ଇରାନୀଙ୍କ ମାମଲାର ତଦନ୍ତ କରୁଥିବା ଟିସିପି ବିଭାଗରେ ଅଛି। ତଦନ୍ତ ଉପରେ ପ୍ରଭାବ ପଡିପାରେ ତେଣୁ ସ୍ମତି ଇରାନୀଙ୍କୁ ତୁରନ୍କ ମନ୍ତ୍ରୀ ପଦରୁ ହଟାଇ ଦିଆଯାଉ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.