ETV Bharat / bharat

ବାପା ବିକୁଥିଲେ ଧନୁ-ତୀର, ମାଆ ଦିନ ମଜୁରିଆ: ଝିଅ ପ୍ରଥମ ଆଦିବାସୀ ମହିଳା IAS ଅଫିସର - କେରଳର ପ୍ରଥମ ଆଦିବାସୀ ମହିଳା

କୁରୁଚିଆ ଜନଜାତିରେ ଜନ୍ମ । ଖଣ୍ଡିଏ ଅଧଭଙ୍ଗା ଘର । ଶୈଶବ ବେଳୁ ପାଠପଢା ପ୍ରତି ଗଭୀର ଆଗ୍ରହ । ମନରେ ରହିଛି ଏକାଗ୍ରତା ଓ ଭରପୁର ଉତ୍ସାହ । ପାଠପଢି ଦାରିଦ୍ର୍ୟତାକୁ ହଟାଇବେ । ବାପା ମା'ଙ୍କୁ ସାହାଯ୍ୟ କରିବେ । ଆଖିରେ ଆଖିଏ ସ୍ବପ୍ନକୁ ସାଇତି ଦେଖିଥିଲେ କେରଳୀ ଝିଅ ଶ୍ରୀଧନ୍ୟା ସୁରେଶ । ମାଆ ଦିନ ମଜୁରିଆ ଓ ବାପା ଧନୁ-ତୀର ବିକାଳି । ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ UPSC ପରୀକ୍ଷାରେ ପାସ କରି IAS ହୋଇପାରିଛନ୍ତି । କେମିତି ଥିଲା କଲେଜ ୱାଡନରୁ କଲେକ୍ଟରର ଯାତ୍ରା, ପଢନ୍ତୁ ଏହି REPORT...

ବାପା ବିକୁଥିଲେ ଧନୁ-ତୀର, ମାଆ ଦିନ ମଜୁରିଆ: ଝିଅ ପ୍ରଥମ ଆଦିବାସୀ ମହିଳା IAS ଅଫିସର

author img

By

Published : Sep 15, 2021, 5:08 PM IST

Updated : Sep 15, 2021, 5:22 PM IST

ଥିରୁଅନନ୍ତପୁରମ୍: ଲକ୍ଷ୍ୟସ୍ଥଳ ସେମାନଙ୍କୁ ହାସିଲ ହୋଇଥାଏ, ଯେଉଁମାନଙ୍କ ସ୍ବପ୍ନରେ ବାସ୍ତବତା ଥାଏ । ସ୍ବପ୍ନ କେବଳ ଦେଖିଲେ ପୁରା ହୋଇନଥାଏ, ଏହାକୁ ପୂରଣ କରିବା ପାଇଁ ନିଜକୁ ମଜବୁତ କରିବାକୁ ହୋଇଥାଏ । କୌଣସି ସ୍ବପ୍ନକୁ ଛୋଟ ନ ଭାବି ପୂରଣ କରିବା ଦିଗରେ ଆଗେଇ ଯିବା ହିଁ ଜୀବନର ପ୍ରକୃତ ଲକ୍ଷ୍ୟ । ଦୃଢ ଆତ୍ମବିଶ୍ବାସ କେବେ ଅର୍ଥର ଓ ପରିସ୍ଥିତିର ଦାସ ହୋଇ ନଥାଏ । ଏହି ବାକ୍ୟକୁ ପ୍ରମାଣ କରି ଦେଖାଇଛନ୍ତି କେରଳ ୱାୟନାଡର ଆଦିବାସୀ ଝିଅ ଶ୍ରୀଧନ୍ୟା ସୁରେଶ । ଗରିବ ଓ ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ସେ IAS ହୋଇପାରିଛନ୍ତି । ବର୍ତ୍ତମାନ ସେ ମାଲାପପୁରମ୍‌ ଜିଲ୍ଲାର Perinthalmannaର ରେଭିନ୍ୟୁ ଡିଭିଜିନାଲ ଅଫିସ(RDO)ରେ ସବ୍ କଲେକ୍ଟର(Sub Collector) ପଦରେ ନିୟୋଜିତ ଅଛନ୍ତି । ଶ୍ରୀଧନ୍ୟା ଆଇଏଏସ୍ ପରୀକ୍ଷା ପାସ କରିଥିବା କେରଳର ପ୍ରଥମ ଆଦିବାସୀ ମହିଳା । ଆଜି ସେ ପୁରା କେରଳ ଆଦିବାସୀ ସମାଜ ପାଇଁ ମିଶାଲ ।

@SreedhanyaSureshtwitter
@SreedhanyaSureshtwitter

କୁରିଚିଆ ଜନଜାତିରେ ଜନ୍ମ:

ୱାୟନାଡ ଏକ ଆଦିବାସୀ ଅଞ୍ଚଳ । ଏଠାରେ ଅଧିକାଂଶ ଆଦିବାସୀ ଶ୍ରମିକ ଶ୍ରେଣୀର । ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ନଚେତ୍ ଅନ୍ୟ କେହି ଛୋଟମୋଟ ବ୍ୟବସାୟ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ଅର୍ଥ ଓ ପ୍ରୋତ୍ସାହନର ଅଭାବ ଥିବାରୁ ସେଠାରେ ବସବାସ କରୁଥିବା ଛୋଟ ଛୋଟ ପିଲା ମଧ୍ୟ ନିଜ ବାପାମା'ଙ୍କ ସହ ମିଶି ବାଉଁଶ ପାଚିଆ ନ ହେଲେ ଅସ୍ତ୍ରଶସ୍ତ୍ର ତିଆରି କରନ୍ତି । ଏହି ପରିବେଶରେ ହିଁ ଶ୍ରୀଧନ୍ୟାଙ୍କ ଜନ୍ମ । କୁରିଚିଆ ଜନଜାତିରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଧନ୍ୟା ସୁରେଶଙ୍କ ବାପା ଓ ମାଆ ଉଭୟ ମନରେଗାରେ ଦିନ ମଜୁରିଆ ଭାବେ କାମ କରନ୍ତି । ପିଲାବେଳୁ ଦାରିଦ୍ର୍ୟତାକୁ ଖୁବ୍ ନିକଟରୁ ଦେଖି ଆସିଛନ୍ତି । ତାଙ୍କ ବାପା ବାକି ସମୟରେ ଧନୁ-ତୀର ବିକ୍ରି କରନ୍ତି । ଘରର ଅବସ୍ଥା ନ କହିଲେ ଭଲ । ଇଟା ଓ ସିମେଣ୍ଟରେ ଯୋଡା ହୋଇଥିବା ଘରେ ଛାତ ନାହିଁ । ପାଲ ଟାଣି ରୁହନ୍ତି ଶ୍ରୀଧନ୍ୟା ଓ ତାଙ୍କ ପରିବାର ଲୋକେ । ତାଙ୍କ ପାଖରେ ଏତେ ଟଙ୍କା ନ ଥିଲା ଯେ, ସେ ସମ୍ପୂର୍ଣ୍ଣ ଘର କରିପାରିବେ । ଅର୍ଥର ଅଭାବ ଥାଇ ସୁଦ୍ଧା ତାଙ୍କ ବାପାମା' ଶ୍ରୀଧନ୍ୟାକୁ ଖୁବ୍ ପାଠପଢାଇ ଥିଲେ । କାହିଁକିନା ଶ୍ରୀଧନ୍ୟା ଖୁବ୍ ଭଲ ପାଠ ପଢୁଥିଲେ । ବାପାମା'ଙ୍କ ସହଯୋଗ ଯୋଗୁଁ ଶ୍ରୀଧନ୍ୟା ଜୁଲୋଜିରେ ସ୍ନାତକୋତ୍ତର କରିଛନ୍ତି ।

@SreedhanyaSureshtwitter
@SreedhanyaSureshtwitter

IAS ପୂର୍ବରୁ ଥିଲେ Warden:

ସ୍ନାତକୋତ୍ତର ପରେ ଶ୍ରୀଧନ୍ୟା ୱାୟନାଡସ୍ଥିତ ଏକ ଆଦିବାସୀ ହଷ୍ଟେଲରେ ୱାଡନ ରୂପେ କାମ କରୁଥିଲେ । ଏହି ସମୟରେ ତାଙ୍କର ସାକ୍ଷାତ ୱାୟନାଡର ଜିଲ୍ଲାପାଳ ଶ୍ରୀରାମ ସବାଶିବ ରାଓଙ୍କ ସହିତ ହୋଇଥିଲା । ଯିଏ ତାଙ୍କୁ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ । ହଷ୍ଟେଲରେ କାମ କରିବା ସମୟରେ ହିଁ ସେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ପରୀକ୍ଷା ପାଇଁ ଥିରୁଅନନ୍ତପୁରମ୍ ଯାଇଥିଲେ । ୨୨ ବର୍ଷ ବୟସରେ ଶ୍ରୀଧନ୍ୟା ୨୦୧୮ରେ ପ୍ରଥମଥର ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ । ୨ଥର ଅସଫଳ ହେବା ପରେ ତୃତୀୟ ଥର ବେଳକୁ ସେ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

@SreedhanyaSureshtwitter
@SreedhanyaSureshtwitter

ଚାନ୍ଦା ଆଦାୟ କରି ପଠାଇଥିଲେ ଦିଲ୍ଲୀ:

ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଶ୍ରୀଧନ୍ୟାଙ୍କୁ ସାକ୍ଷାତକାର(interview) ପାଇଁ ଦିଲ୍ଲୀ ଯିବାକୁ ଥିଲା । ଯେଉଁଘରେ ଦି ଓଳି ଖାଇବାକୁ ନାହିଁ, ସେଠାରେ ଏତେ ଅର୍ଥ କେଉଁଠୁ ଆସିବ ଯେ, ଜଣେ ଦିଲ୍ଲୀ ଯାଇପାରିବ । ଏହାକୁ ନେଇ ଅବସାଦଗସ୍ତ ହୋଇଥିଲେ ଶ୍ରୀଧନ୍ୟା । ଶ୍ରୀଧନ୍ୟାଙ୍କ ସାଙ୍ଗମାନେ ଏହା ଜାଣିବାକୁ ପାଇଥିଲେ । କଲେଜ ଓ ବିଭିନ୍ନ ସ୍ଥାନରୁ ଚାନ୍ଦା ଆଦାୟ କରି ୪୦,୦୦୦ ଟଙ୍କା ଏକାଠି କରିଥିଲେ । ଏହାକୁ ଶ୍ରୀଧନ୍ୟାକୁ ଦେବା ପରେ ସେ ଦିଲ୍ଲୀ ଯାଇ ସାକ୍ଷାତକାର ଦେଇଥିଲେ । ସେଠାରୁ ଫେରିଲାବେଳକୁ ସେ ଆଉ ଶ୍ରୀଧନ୍ୟା ସୁରେଶ ହୋଇ ନଥିଲେ, ସେ IAS ଶ୍ରୀଧନ୍ୟା ସୁରେଶ ହୋଇ ଫେରିଥିଲେ । ସାଙ୍ଗମାନଙ୍କ ଚେଷ୍ଟା ଫଳପ୍ରଦ ହୋଇପାରିଥିଲା ।

@SreedhanyaSureshtwitter
@SreedhanyaSureshtwitter

ପାଠପଢା ପାଇଁ ନ ଥିଲା ଅର୍ଥ:

ପିଲାବେଳୁ ହିଁ ଶ୍ରୀଧନ୍ୟାଙ୍କୁ ପାଠପଢାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପାଠପଢାର କୌଣସି ସାଜ ସରଞ୍ଜାମ ଶ୍ରୀଧନ୍ୟାଙ୍କ ପାଖରେ ନଥିଲା । ଶ୍ରୀଧନ୍ୟାଙ୍କ ୩ ଭାଇ-ଭଉଣୀ ଅଛନ୍ତି । ବାପା ଓ ମାଆ ମନରେଗାରେ କାମ କରି ଯେଉଁ ଟଙ୍କା ଆଣୁଥିଲେ, ସେଥିରେ ଘର ଖର୍ଚ୍ଚ ହେଉଥିଲା । ଅନେକ ପ୍ରକାର ଅସୁବିଧା ଥାଇ ସୁଦ୍ଧା ଶ୍ରୀଧନ୍ୟା କେବେ ନିଜ ପାଠପଢାରେ ବାଧା ଉପୁଜିବାକୁ ଦେଇ ନ ଥିଲେ । ଶ୍ରୀଧନ୍ୟା କୋଝିକୋଡ ଜିଲ୍ଲାସ୍ଥିତ St. Joseph's Collegeରୁ ନିଜ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ । Calicut University ସେ ନିଜ post graduation ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ Kerala Scheduled Tribes Development Department ରେ କିରାଣୀ ରୂପେ କାମ କରୁଥିଲେ ।

@SreedhanyaSureshtwitter
@SreedhanyaSureshtwitter

ଶ୍ରୀଧନ୍ୟା ଆମକୁ ଅମୂଲ୍ୟ ଉପହାର ଦେଇଛି:

ଜୀବନସାରା ଦାରିଦ୍ର୍ୟ ଭିତରେ ଜୀବନ ଅତିବାହିତ କରି ଆସିଥିବା ଶ୍ରୀଧନ୍ୟାଙ୍କ ବାପା ଝିଅର ଏହି ସଫଳତାରେ ବାକରୁଦ୍ଧ ହୋଇଯାଇଥିଲେ । କୌଣସି ଶବ୍ଦ ନ ଥିଲା ତାଙ୍କ ପାଖରେ ନିଜ ଖୁସି ଜାହିର କରିବାକୁ । ଆଖିର ଲୁହକୁ ପିଇ ଖରାତରାରେ ବସି ଧନୁ-ତୀର ବିକିବାର କଷ୍ଟକୁ ଶ୍ରୀଧନ୍ୟା ଲାଘବ କରିଦେଇଛନ୍ତି । ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀଧନ୍ୟାଙ୍କ ବାପା କହିଥିଲେ ଯେ, 'ଆମେ ଜୀବନରେ ବହୁତ ଦୁଃଖ ଆସିଛି, କିନ୍ତୁ ତାକୁ କେବେ ଆମ ଛୁଆମାନଙ୍କ ପାଠପଢାରେ ଆଣିବାକୁ ଦେଇନୁ । ମାଟି ଓ ଇଟା ବୋହି ଆମେ ପିଲାମାନଙ୍କୁ ମଣିଷ କରିବୁ । ଆଜି ଶ୍ରୀଧନ୍ୟା ଆମକୁ ଅମୂଲ୍ୟ ଉପହାର ଦେଇଛି, ଯେଉଁଥିପାଇଁ ଆମେ ଖୁବ୍ ସଂଘର୍ଷ କରିଥିଲୁ । ତା ଉପରେ ଆମେ ଗର୍ବ କରୁଛୁ ' ।

@SreedhanyaSureshtwitter
@SreedhanyaSureshtwitter

ଆଇଏଏସ୍ ହେବା ପରେ କ'ଣ କହିଲେ ଶ୍ରୀଧନ୍ୟା:

"ଆମ ସମ୍ପ୍ରଦାୟରେ କେହି କେବେ ଆଗରୁ ସିଭିଲ ସର୍ଭିସ ପରୀକ୍ଷା ପାସ କରିନଥିଲେ । ମୁଁ ଏହି ପରୀକ୍ଷା ପାସ କରିଥିବା ପ୍ରଥମ ଝିଅ । ଏଠାରେ ବହୁତ କମ ଲୋକ ରୁହନ୍ତି, ଯେଉଁମାନେ କି ୟୁପିଏସସି ସମ୍ପର୍କରେ କମ ଜାଣନ୍ତି । କିନ୍ତୁ ମୋର ଭରସା ଅଛି ଯେ, ମୁଁ IAS ହେବା ପରେ ମୋ ଭଳି ବହୁ ପିଲାଙ୍କ ମନରେ ଏହି ଆଶା ଜାଗ୍ରତ ହେବ ଯେ କି ସେମାନେ ମଧ୍ୟ IAS ଅଫିସର ହୋଇପାରିବେ । ଆମ ସମ୍ପ୍ରଦାୟରେ ପୁଅ-ଝିଅ ମଧ୍ୟରେ କୌଣସି ଭେଦଭାବ ନାହିଁ । କିନ୍ତୁ ଯେପରି ଅନ୍ୟ ଆଦିବାସୀ ପରିବାର ମଧ୍ୟରେ ଝିଅଙ୍କ ମଧ୍ୟରେ ଭେଦଭାବ ଦେଖାଯାଏ, ସେମିତି ଆମ ପରିବାରରେ ନାହିଁ । ମୋ ବାପା ମା ବହୁତ ଗରିବ । ଦୁଇଓଳି ଖାଇବାକୁ ନ ଥିଲାବେଳେ ସେମାନେ ମୋତେ ପଢାଇଛନ୍ତି । କେବେ କୌଣସି ରୋକ-ଟୋକ ଲଗାଇନାହାଁନ୍ତି ।

@SreedhanyaSureshtwitter
@SreedhanyaSureshtwitter

upsc ପରୀକ୍ଷା ପାଇଁ ପାଠ ପଢିଲା ବେଳକୁ ମୋତେ ଅନୁସୂଚିତ ଜନଜାତି ବିଭାଗ ଅର୍ଥର ସହଯୋଗ ଦେଇଥିଲା । ମୁଁ ମୁଖ୍ୟ ପରୀକ୍ଷା ପାଇଁ ମାଲାୟାଲମକୁ ମୁଖ୍ୟ ବିଷୟ ଭାବେ ବାଛିଥିଲି । ସାକ୍ଷାତକାର ପାଇଁ ଦିଲ୍ଲୀ ଯିବାକୁ ଡକରା ଆସିଥିଲା । କିନ୍ତୁ ମୋ ପରିବାର ପାଖରେ ଖାଇବାକୁ ଟଙ୍କା ନ ଥିଲା । ତ ଦିଲ୍ଲୀ ଯିବା କେଉଁଠୁ ଟଙ୍କା ଆସିଥାଆନ୍ତା । କାହିଁକିନା କେରଳରୁ ଦିଲ୍ଲୀ ଯିବା ପାଇଁ ବିପୁଳ ଅର୍ଥର ଆବଶ୍ୟକ ହୋଇଥାଆନ୍ତା । ତେଣୁ ମୋ ସାଙ୍ଗମାନେ ଚାନ୍ଦା ଆଦାୟ କରି ମୋତେ ଦିଲ୍ଲୀ ପଠାଇଥିଲେ ।

@SreedhanyaSureshtwitter
@SreedhanyaSureshtwitter

ପରୀକ୍ଷା ଫଳ ପ୍ରକାଶ ପାଇବାର ପୂର୍ବ ଦିନ ମୁଁ ମୋ ସାଙ୍ଗମାନଙ୍କ ସହ ଥିରୁଅନନ୍ତପୁରମରେ ଥିଲି । ଯେମିତି ସମୟ ପାଖେଇ ଆସୁଥିଲା, ମୋତେ ସେତେ ଡର ଲାଗୁଥିଲା । ଆଉ ମୁଁ ନର୍ଭସ ହୋଇଯାଉଥିଲି । ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଯେତେବେଳେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଲା, ସେତେବେଳ ପର୍ଯ୍ୟନ୍ତ ମୋତେ ବିଶ୍ବାସ ହେଉ ନଥିଲା ଯେ, ମୁଁ ସଫଳତା ହାସଲ କରିଛି । ଏହାପରେ ମୁଁ ସଙ୍ଗେ ସଙ୍ଗେ ମୋ ମାଆଙ୍କୁ ଫୋନ କରି ଏହି ଖବର ଜଣାଇଲି । ଏହାରି ଭିତରେ ହିଁ ସାମ୍ବାଦିକମାନେ ମୋ ଘରେ ପହଞ୍ଚି ସାରିଥିଲେ । ଆଉ ସେତେବେଳେ ଆମ ଘରର ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ ଥିଲା । ମୋତେ ଭଲ ରାଙ୍କର ଆଶା ଥିଲା, କିନ୍ତୁ ମୋ ପରିଶ୍ରମର ବି ଯାହା ଫଳ ମିଳିଛି, ତାହା ବି ଠିକ୍ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମୋତେ ଫୋନ କରି ଶୁଭେଚ୍ଛା ଜଣାଇଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ ଟ୍ବିଟରରେ ଶୁଭେଚ୍ଛା ଜଣାଇଥିଲେ । ତେଣୁ କେବେ ମଧ୍ୟ ସ୍ବପ୍ନ ଦେଖିବା ଛାଡିବ ନାହିଁ । ନିଷ୍ଠା ଓ ଦୃଢ ଆତ୍ମବିଶ୍ବାସ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ" ।

@SreedhanyaSureshtwitter
@SreedhanyaSureshtwitter
@SreedhanyaSureshtwitter
@SreedhanyaSureshtwitter

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 15, 2021, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.