ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଉ 156ଟି ହାଲୁକା ତଥା ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର 'ପ୍ରଚଣ୍ଡ' LCH କିଣିବାକୁ ଯାଉଛି । ଏହି ଲଢୁଆ ହେଲିକପ୍ଟରକୁ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଦ୍ବାରା ଚୀନ ଏବଂ ପାକିସ୍ତାନ ସୀମାରେ ମୁତୟନ କରାଯିବ । ଦୁନିଆର ସବୁଠୁ ଖରାପ ମୌସୁମୀ ଥିବା ସ୍ଥାନରେ ଏହାକୁ ପରୀକ୍ଷଣ କରାଯିବା ପରେ ଉଭୟ ଭାରତୀୟ ବାୟୁସେନା ଓ ଭାରତୀୟ ସେନାରେ ଗତ 15 ମାସ ତଳେ ପ୍ରାୟ 15ଟି ପ୍ରଚଣ୍ଡ ହେଲିକପ୍ଟରକୁ ସାମିଲ ହୋଇଥିଲା । ଏହି ହାଲୁକା ଆକାଟକିଂ ହେଲିକପ୍ଟରକୁ ଭାରତୀୟ ସ୍ୱଦେଶୀ କମ୍ପାନୀ ନିର୍ମାଣ କରୁଛି ।
ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଭାରତୀୟ ବାୟୁସେନା ଏକ ପ୍ରାଥମିକ ସେବା ଭାବରେ 156ଟି ପ୍ରଚଣ୍ଡ ହେଲିକପ୍ଟର କ୍ରୟ କରିବା ଲାଗି ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି । ଯାହାକି ଖୁବଶୀଘ୍ର ଅନୁମୋଦନ ହେବାର ସମ୍ଭାବନା ରହିଛି । ନିକଟରେ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ ସ୍ବଦେଶୀକରଣକୁ ପ୍ରୋତ୍ସାହିତ କରିବା ଲାଗି ଆଉ 100ଟି ଅତ୍ୟାଧୁନିକ ଲଢୁଆ ବିମାନ LCA Mark 1Aକୁ କିଣିବା ଲାଗି ମଧ୍ୟ ପ୍ରସ୍ତାବ ଦେଇଥିଲେ ।
ଏହା ବି ପଢନ୍ତୁ- LCH in Airforce: ଆକାଶରେ ଶକ୍ତି ଦେଖାଇଲା ପ୍ରଚଣ୍ଡ
ଏହି 156ଟି ପ୍ରଚଣ୍ଡ ମଧ୍ୟରୁ 66ଟି ଭାରତୀୟ ବାୟୁ ସେନା (IAF) ଓ ବାକି 90ଟି ଭାରତୀୟ ସେନା ଦ୍ବାରା ଅଧିଗ୍ରହଣ କରାଯିବ । ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଏହାକୁ ସମ୍ପୂର୍ଣ୍ଣ ଭାରତୀୟ ଡିଜାଇନ ସହିତ ନିର୍ମାଣ କରାଯିବ । ଭାରତୀୟ ବାୟୁସେନାର ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରଚଣ୍ଡ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ଦ୍ବାରା ନିଖୁଣ ଭାବେ ପରୀକ୍ଷଣ କରାଯାଇଛି ।
ଏହା ବି ପଢନ୍ତୁ- ଆଜି ବାୟୁସେନାରେ ସାମିଲ ହେବ ଲଢୁଆ LCH
5 ହଜାର ମିଟର ଉଚ୍ଚତାରେ ଉଡିପାରିବ:- ଏହି ଲଢୁଆ ହେଲିକପ୍ଟର ପ୍ରଚଣ୍ଡ ଉଭୟ ମରୁଭୂମି ତଥା ଉଚ୍ଚ ସ୍ଥାନରେ କାର୍ଯ୍ୟ କରିବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀର ଆବଶ୍ୟକତା ଅନୁଯାୟୀ ଡିଜାଇନ କରାଯାଇଛି । ଏହା ‘ମେକ ଇନ ଇଣ୍ଡିଆ’ରେ ନିର୍ମିତ ପ୍ରଥମ ହାଲୁକା ଯୁଦ୍ଧ ହେଲିକପ୍ଟରର ପ୍ରଥମ ବ୍ୟାଚ୍ । ପ୍ରଚଣ୍ଡ ବିଶ୍ବର ଏକମାତ୍ର ଯୁଦ୍ଧ ହେଲିକପ୍ଟର ଯାହାକି 5 ହଜାର ମିଟର (16,400 ଫୁଟ) ଉଚ୍ଚତାରେ ଅବତରଣ କରିପାରିବ । ଯାହା ପୂର୍ବ ଲଦାଖର ସିଆଚେନ୍ ଗ୍ଲେସିଅର ଏବଂ ଉଚ୍ଚ ଅଞ୍ଚଳରେ କାର୍ଯ୍ୟ କରିବାରେ ସକ୍ଷମ ।
ଏହା ବି ପଢନ୍ତୁ- ଲଢୁଆ ହେଲିକପ୍ଟର LCH ପ୍ରଚଣ୍ଡରେ ଉଡିଲେ ରାଜନାଥ
ପ୍ରଚଣ୍ଡର ଓଜନ 6 ଟନ ରହିଥିବା ବେଳେ ପାହାଡି ଅଞ୍ଚଳରେ ଏହା ସହଜରେ ପୂର୍ଣ୍ଣ ଦକ୍ଷତା ସହ ମିସାଇଲ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ କାର୍ଯ୍ୟକାରୀ ହେବ । ଏହା ସହିତ ଶତ୍ରୁର ରାଡାରୁ ମଧ୍ୟ ସହଜରେ ମୁକୁଳି ପାରିବ । ଏହାର ଗଠନ ଏପରି ହୋଇଛି ଯେ ଏହା ଉପରେ ଗୁଳିର କିଛି ପ୍ରଭାବ ପଡିବ ନାହିଁ । ଏହା ସମୁଦ୍ରରେ ମଧ୍ୟ ଲଢିପାରିବ । ଏହାର ସ୍ପିଡ ଉପରେ ପବନର ପ୍ରଭାବ କମ ରହିବ । ଏହାର ଘଣ୍ଟାପ୍ରତି ବେଗ 270 କିମି ରହିବ ।