ETV Bharat / bharat

ମୁଁ ଗୋ ମାଂସ ଖାଉଛି, ଏଥିରେ ଦଳ ତରଫରୁ କୌଣସି ପ୍ରତିବନ୍ଧକ ନାହିଁ: ମେଘାଳୟ ବିଜେପି ମୁଖ୍ୟ

author img

By

Published : Feb 20, 2023, 7:27 AM IST

ଗୋ ମାଂସ ଖାଉଛନ୍ତି ମେଘାଳୟ ବିଜେପି ମୁଖ୍ୟ ଅର୍ନେଷ୍ଟ ମାଓ୍ବାରି। ଏକ ଗଣଣାଧ୍ୟମକୁ ସାକ୍ଷାତକାରାରେ କହିଲେ ଅର୍ନେଷ୍ଟ। ଅଧିକ ପଢନ୍ତୁ

Meghalaya BJP Chief Eat Beef
Meghalaya BJP Chief Eat Beef

ଶିଲଂ: ପାଖେଇ ଆସୁଛି ମେଘାଳୟ ବିଧାନସଭା ନିର୍ବାଚନ । ଭୋଟ ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ । ଏହାପରି ମଧ୍ୟରେ ରାଜ୍ୟ ବିଜେପି ମୁଖ୍ୟ ଅର୍ନେଷ୍ଟ ମାଓ୍ବାରିଙ୍କ ଏକ ଅଜବ ବୟାନ ସାମ୍ନାକୁ ଆସିଛି । ଗୋମାଂସ ଖାଇବା ଉପରେ ଦଳ ତରଫରୁ କୌସି ପ୍ରତିବନ୍ଧକ ଲଗାଯାଇନାହିଁ ଓ ମୁଁ ମଧ୍ୟ ଗୋମାଂସ ଖାଉଛି, ଏଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଅର୍ନେଷ୍ଟ ମାଓ୍ବାରି ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମେଘାଳୟ ବିଜେପି ମୁଖ୍ୟ କହିଛନ୍ତି ଯେ,'' କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପର ଠାରୁ କୌଣସି ଚର୍ଚ୍ଚ ଉପରେ ଆକ୍ରମଣ ହୋଇନାହିଁ ଏବଂ ଗୌମାଂସ ଖାଇବାକୁ ଦଳ ତରଫରୁ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ମୁଁ ଗୋ ମାଂସ ଖାଏ, ଏଥିରେ କୌଣସି ଅସୁବିଧା ନାହିଁ । ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ମେଘାଳୟର ଜନତା ବିଜେପିକୁ ସମର୍ଥନ କରୁଛନ୍ତି । ଆସନ୍ତା ମାର୍ଚ୍ଚ 2 ରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ''

ଏହା ମଧ୍ୟ ପଢନ୍ତୁ-ଗୋଷ୍ଠୀ ସଂଘର୍ଷରୁ ବିଲ୍ଡିଂରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଣେ ମୃତ, ଏକାଧିକ ଗୁରୁତର

ସେ ଆହୁରି ମଧ୍ୟ କହିଛନ୍ତି ଯେ,'' ଆଗକୁ ବିଧାନସଭା ନିର୍ବାଚନ ଆସୁଛି, ବିଜେପି ବହୁତ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା । ଏଥର ଆମେ ରାଜ୍ୟରେ ସମସ୍ତ 60 ସିଟ ପାଇଁ ପ୍ରାର୍ଥୀ ଦେଇଛି । ନିର୍ବାଚନ ଫଳାଫଳ ପରେ ଆମେ ଏପରି ଏକ ସରକାର ପାଇବୁ ଯିଏ ଦୁର୍ନୀତିରେ କେବେ ବି ଲିପ୍ତ ନଥିବ । ଗତ 5 ବର୍ଷ ମଧ୍ୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଘୋର ଦୁର୍ନୀତି କରିଥିବା ବେଳେ ବିଜେପି ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି । ଗତ ବର୍ଷ ଆମେ ଆରଟିଆଇରେ ଅନେକ ଗୁଡିଏ ଆବେଦନ କରି ଜାଣିବାକୁ ପାଇଛୁ ଯେ ମେଘାଳୟରେ ବହୁ ଦୁର୍ନୀତି ହୋଇଛି। ଆମ ପାଖରେ ସମସ୍ତ ରେକର୍ଡ ରହିଛି ବୋଲି କହିଛନ୍ତି ମେଙ୍ଗାଳୟ ବିଜେପି ମୁଖ୍ୟ ଅର୍ନେଷ୍ଟ ମାଓ୍ବାରି। ''

ନିକଟରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା 27 ତାରିଖରେ ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ହେବ । ଏହାପରେ ମାର୍ଚ୍ଚ 2 ତାରିଖରେ ତିନିଟି ରାଜ୍ୟରେ ଜନାଦେଶ ପ୍ରକାଶ ପାଇବ । ଗତ 15 ତାରିଖରେ ରାଜଧାନୀ ଶିଲଂରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲେ । ରାଜ୍ୟରେ ମହିଳାଙ୍କ ସଶକ୍ତିକରଣ ପାଇଁ ରୋଜଗାର ସୃଷ୍ଟି କରିବା ସହ ପେନସନ ରାଶି ବୃଦ୍ଧି ଓ କୃଷକଙ୍କୁ ପ୍ରୋତ୍ସାହନ ଦିଆଯିବା ନେଇ ଇସ୍ତାହାରରେ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.