ETV Bharat / bharat

ପଞ୍ଜାବ IAS ଅଫିସର ପୁଅଙ୍କ ମୃତ୍ୟୁ ମାମଲା, ଭିଜିଲାନ୍ସ ଟିମ୍ ଗୁଳି କରିଥିବା କହିଲେ ବାପା - ଆଇଏଏସ ସଞ୍ଜୟ ପୋପଲି ପୁଅ ଆତ୍ମହତ୍ୟା

ଗିରଫ ଆଇଏଏସ ଅଫିସର ସଞ୍ଜୟ ପୋପ୍‌ଲିଙ୍କ ପୁଅ କାର୍ତ୍ତିକ ପୋପ୍‌ଲି ମୃତ୍ୟୁ ମାମଲା । ଭିଜିଲାନ୍ସ କାର୍ତ୍ତିକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ଆଣିଲେ ଆଇଏଏସ ଅଫିସର । ଅଧିକ ପଢନ୍ତୁ

ଗିରଫ IAS ପୁଅଙ୍କ ମୃତ୍ୟୁ, ଭିଜିଲାନ୍ସ ଟିମ୍ ଗୁଳି କରିଥିବା ନିଜେ ଦେଖିଛନ୍ତି କହିଲେ ବାପା

author img

By

Published : Jun 26, 2022, 10:00 AM IST

ଚଣ୍ଡୀଗଡ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଞ୍ଜାବର ବରିଷ୍ଠ ଆଇଏଏସ ଅଫିସର ସଞ୍ଜୟ ପୋପଲିଙ୍କ ପୁଅ କାର୍ତ୍ତିକ ପୋପଲିଙ୍କ ଗତକାଲି(ଶନିବାର) ଗୁଳିମାଡରେ ମୃତ୍ୟୁ ହୋଇଛି । କାର୍ତ୍ତିକ ନିଜ ବାପାଙ୍କ ଲାଇସେନ୍ସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ କହୁଛି । ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୁଅର ମୃତ୍ୟୁର ପ୍ରତ୍ୟକ୍ଷଦର୍ଶୀ ବୋଲି ଅଭିଯୋଗ କରିଛନ୍ତି ବାପା ସଞ୍ଜୟ ପୋପଲି ।

ତାଙ୍କ ଆଖି ସାମ୍ନାରେ ଭିଜିଲାନ୍ସ ଟିମ୍ କାର୍ତ୍ତିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ସଞ୍ଜୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଚଳିତ ସପ୍ତାହରେ IAS ଅଫିସର ସଞ୍ଜୟ ପୋପ୍‌ଲିଙ୍କୁ ଗିରଫ କରିଥିଲା । ଶନିବାର ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ସଞ୍ଜୟଙ୍କ ଚଣ୍ଡୀଗଡ ସ୍ଥିତ ବାସଭାବନରେ ଚଢାଉ କରୁଥିବା ସମୟରେ ହଠାତ୍ ଗୁଳି ଶବ୍ଦ ଶୁଭିଥିଲା । ତାଙ୍କ ପୁଅ କାର୍ତ୍ତିକ ବାପାଙ୍କ ଲାଇସେନ୍ସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଥିଲା । ହେଲେ ଏପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

କାର୍ତ୍ତିକଙ୍କ ମାଆ କହିଛନ୍ତି, ''ସେମାନେ(ଭିଜିଲାନ୍ସ ଟିମ) ମୋ ପୁଅଙ୍କୁ ନିର୍ଯ୍ୟାତନା ଦେଇଥିଲେ ଏବଂ ପରେ ହତ୍ୟା କରିଥିଲେ । ପୁରା ଭିଜିଲାନ୍ସ ବ୍ୟୁରୋ ଏବଂ ଡିଏସପି ମୁଖ୍ୟମନ୍ତ୍ରୀଙ୍କ ଚାପରେ ଆସି ଏହିଭଳି ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି ।'' ବାପା ସଞ୍ଜୟ ମଧ୍ୟ ନିଜ ପୁଅ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ବୋଲି ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.