ETV Bharat / bharat

ଖାଦ୍ୟରେ ଲୁଣ କମ୍ ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଖାଦ୍ୟରେ ଲୁଣ କମ୍ ଥିବାରୁ ରାଗି ଯାଇ ଧାରୁଆ ଅସ୍ତ୍ରରେ ହତ୍ୟା କଲା ସ୍ବାମୀ । ଅଧିକ ପଢନ୍ତୁ

author img

By

Published : Oct 2, 2022, 5:22 PM IST

ଖାଦ୍ୟରେ ଲୁଣ କମ୍ ଯୋଗୁଁ ସ୍ବାମୀ କଲା ସ୍ତ୍ରୀର ହତ୍ୟା

ପାଟଣା: ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କଲା ସ୍ବାମୀ । ଖାଦ୍ୟରେ ଲୁଣ କମ୍ ଥିବାରୁ ରାଗି ଯାଇ ଧାରୁଆ ଅସ୍ତ୍ରରେ ହତ୍ୟା କଲା ସ୍ବାମୀ । ବିହାର ଛପରାର ମାନଝି ଥାନା ଅନ୍ତର୍ଗତ କଲାନ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଖାଦ୍ୟ ବନାଇବା ସମୟରେ ଲୁଣ କମ ଥିଲା । ଯାହାକୁ ନେଇ ମୃତ ମହିଳାଙ୍କ ସ୍ବାମୀ ରାଗି ଯାଇଥିଲେ । ଏନେଇ ହତ୍ୟା କରିଥିବା ନେଇ ଜଣାପଡିଛି । ତେବେ ହତ୍ୟାକାରୀ ଜଣକ ହେଉଛନ୍ତି କଲାନ ଗାଁର ସ୍ଥାନୀୟ ବାସିନ୍ଦା ପ୍ରଭୁ ରାମ ।

ଏହା ମଧ୍ୟ ପଢନ୍ତୁ- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହତ୍ୟାକାରୀଙ୍କୁ ଗିରଫ କରିଛି । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଅନ୍ୟପଟେ ପୋଲିସ ମୃତ ମହିଳାଙ୍କ ପୁଅର ଲିଖିତ ଅଭିଯୋଗରେ ଏକ ମାମଲା ରୁଜୁ କରିଛି । ସାମାନ୍ୟ ଲୁଣ କମିଯିବାରୁ ସ୍ବାମୀ ସାଜିଲା ସଇତାନ । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.