ETV Bharat / bharat

ଘରୋଇ କଳିରୁ ସ୍ତ୍ରୀର ଆଙ୍ଗୁଠି କାମୁଡିଦେଲେ ସ୍ବାମୀ, ଥାନାରେ ମାମଲା

ବେଙ୍ଗାଲୁରୁରେ ଘରୋଇ କଳିରୁ ସ୍ତ୍ରୀର ଆଙ୍ଗୁଠି କାମୁଡିଦେଲା ସ୍ବାମୀ । ଥାନାର ଦ୍ବାରସ୍ଥ ସ୍ତ୍ରୀ । ମାମଲା ରୁଜୁ । ଅଧିକ ପଢନ୍ତୁ

author img

By

Published : Aug 4, 2023, 7:22 AM IST

ଘରୋଇ କଳିରୁ ସ୍ତ୍ରୀର ହାତ କାମୁଡିଦେଲା ସ୍ବାମୀ, ଥାନାରେ ମାମଲା

ବେଙ୍ଗାଲୁରୁ: ଘରୋଇ କଳିରୁ ସ୍ତ୍ରୀର ଆଙ୍ଗୁଠି କାମୁଡିଦେଲା ସ୍ବାମୀ । ଥାନାରେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କଲେ 40 ବର୍ଷୀୟା ମହିଳା । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘରେ ଝଗଡା ସମୟରେ ତାଙ୍କ ସ୍ୱାମୀ ତାଙ୍କ ବାମ ଆଙ୍ଗୁଠିକୁ କାମୁଡ଼ି ଅତି ଗୁରୁତର ଆହତ କରିଥିବା ଅଭିଯୋଗ କରି ଥାନାରେ ଅଭିଯୋଗ କରିଛନ୍ତି ବେଙ୍ଗାଲୁରୁର ଜଣେ 40 ବର୍ଷୀୟା ମହିଳା । ଅଭିଯୋଗକୁ ଭିତ୍ତି କରି ମହିଳାଙ୍କ ସ୍ୱାମୀ ବିଜୟ କୁମାରଙ୍କ ବିରୋଧରେ କୋନାନକୁନ୍ତେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ଅଭିଯୋଗକାରୀ ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କର ବିଜୟ କୁମାରଙ୍କ ସହ 23 ବର୍ଷ ପୂର୍ବେ ବିବାହ ହୋଇଥିଲା । ସ୍ବାମୀ ବିଜୟ କୁମାର ତାଙ୍କୁ କିଛି ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ପୁଷ୍ପା କୋଟାନୁର ସାରଥୀ ନଗରରେ ନିଜ ପୁଅ ସହିତ ଅଲଗା ରହିବା ଆରମ୍ଭ କରିଥିଲେ । ପୁଷ୍ପା ଅଭିଯୋଗ କରିଛନ୍ତି ଯେ ଜୁଲାଇ 28 ତାରିଖରେ ତାଙ୍କ ସ୍ୱାମୀ ବିଜୟ କୁମାର ତାଙ୍କ ଘରକୁ ଆସି ଝଗଡା କରିଥିଲେ । ଏହି ଝଗଡା ସମୟରେ ବିଜୟ ତାଙ୍କ ବାମ ଆଙ୍ଗୁଠିକୁ କାମୁଡି ଗୁରୁତର ଆହତ କରିଥଲେ । ଏହାକୁ ବିରୋଧ କରିବାରୁ ପୁଅ ଉପରେ ବିଜୟ କୁମାର ମଧ୍ୟ ଆକ୍ରମଣ କରିଥିଲେ । ପରେ ପୁଷ୍ପାଙ୍କୁ ହତ୍ୟା ଧମକ ଦେଇ ବିଜୟ ଚାଲିଯାଇଥିଲେ । ଏବେ ଏହି ପୀଡିତା ନିଜ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହ ନିଜର ଓ ନିଜ ପୁଅର ସୁରକ୍ଷା ମାଗିଛନ୍ତି । ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ:-Money extortion case: ଅଭିଯୁକ୍ତଙ୍କଠାରୁ ଲାଞ୍ଚ ! 4 କର୍ଣ୍ଣାଟକ ପୋଲିସ ଅଧିକାରୀଙ୍କୁ ଛାଡିଲା କୋଚି ପୋଲିସ

ଅଭିଯୋଗ ଅନୁଯାୟୀ, କନକକୁନ୍ତେ ପୋଲିସ ଷ୍ଟେସନରେ ଅଭିଯୁକ୍ତ ସ୍ବାମୀ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସାଉଥ୍ ଡିଭିଜନ୍ ଡିସିପି ପି.କୃଷ୍ଣକାନ୍ତ କହିଛନ୍ତି, ଅଭିଯୋଗକାରୀଙ୍କ ଡାକ୍ତରୀ ରିପୋର୍ଟ ଯାଞ୍ଚ କରାଯାଉଛି । ଅଭିଯୁକ୍ତକୁ ମଧ୍ୟ ଥାନାକୁ ଡକାଯାଇଛି । ଜେରା କରାଯିବ ଓ ପରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘରୋଇ ହିଂସା, ମହିଳାଙ୍କ ଉପରେ ନିର୍ଯାତନା, ହତ୍ୟା ଧମକ ପରି ସଙ୍ଗୀନ ମାମଲାରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.