ନୂଆଦିଲ୍ଲୀ: ଗାଜିପୁର ସୀମାରେ ଚାଷୀ ଆନ୍ଦୋଳନକୁ 5 ମାସ। ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଆନ୍ଦୋଳନରତ ଚାଷୀ ସଙ୍ଗଠନ ଅଡି ବସିଥିବା ବେଳେ ସରକାରବି ଜିଦରେ ଅଟଳ। ବର୍ତ୍ତମାନ ଚାଷୀଙ୍କ ସମସ୍ୟା ପ୍ରତିବାଦ ନୁହେଁ ବରଂ ଏକ ଆନ୍ଦୋଳନ ଭାବେ ମୁଣ୍ଡ ଟେକିଛି। 11 ଜଣ କୃଷକ ପ୍ରତିଦିନ ଅନଶନରେ ବସୁଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି।
ଏନେଇ ଭାରତୀୟ କିସାନ ୟୁନିଅନର ରାଜ୍ୟ ସଭାପତି ରାଜବୀର ସିଂ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ଲାଟଫର୍ମର କାର୍ଯ୍ୟ ନିରବଚ୍ଛିନ୍ନ ଭାବରେ ଚାଲିବ। କିନ୍ତୁ ଦିଲ୍ଲୀରେ ତାପମାତ୍ର ବୃଦ୍ଧି ଓ ଅନଶନରେ ମୃତ୍ୟୁ ସଂଖ୍ୟା ବଢୁଛି। ଯେଉଁଥି ପାଇଁ ଏପ୍ରିଲ ମାସରେ ଅନଶନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ ବୋଲି ସେ କହିଛନ୍ତି।
ଜାଡୁନ୍ କହିଛନ୍ତି ଯେ, ଏପ୍ରିଲ୍ ପରେ ଏକ ସମୀକ୍ଷା କରାଯିବ ଏବଂ ଆଗକୁ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ, ଉତ୍ତାପ ହେତୁ ଅନଶନରେ ରହିଲେ ଡିହାଇଡ୍ରେସନ ହେବାର ଭୟ ରହିଛି। ଅନ୍ୟପକ୍ଷରେ, ଦୁର୍ବଳତା ହେତୁ କରୋନା ସଂକ୍ରମଣର ଭୟ ମଧ୍ୟ ରହିଛି, ତେଣୁ କିଛିଦିନ ପାଇଁ ଏହି ଅନଶନକୁ ସ୍ଥଗିତ ରଖାଯିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ