ETV Bharat / bharat

କୋଭିଡ ନିୟମକୁ ଫୁ, ନମାଜ ପଢିବାକୁ ଏକାଠି ହେଲେ ଶହଶହ ମୁସଲିମ୍ - ଅମ୍ଳଜାନ ଅଭାବ

ଭାରତ ସମେତ ସମଗ୍ର ବିଶ୍ୱ ବର୍ତ୍ତମାନ କୋରୋନା ସଙ୍କଟ ସହ ସଂଘର୍ଷ କରୁଛି। ଏଭଳି ସ୍ଥିତିରେ ହାଇଦ୍ରାବାଦରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି କୋରୋନା କଟକଣାକୁ ଫୁ କରି ଶହଶହ ସଂଖ୍ୟାରେ ମୁସଲମାନମାନେ ରମଜାନ ମାସର ଶେଷ ଶୁକ୍ରବାର ଦିନ ନମାଜ ପଢିବା ପାଇଁ ଚାରମିନାର ନିକଟ ମକ୍କା ମସଜିଦ ଠାରେ ଏକାଠି ହୋଇଛନ୍ତି। ଅଧିକ ପଢନ୍ତୁ...

କୋଭିଡ ନିୟମକୁ ଫୁଁ, ନାମଜ ପଢିବାକୁ ଏକାଠି ହେଲେ ଶହ ଶହ ମୁସଲିମ୍

author img

By

Published : May 8, 2021, 8:10 PM IST

ହାଇଦ୍ରାବାଦ: ଭାରତ ସମେତ ସମଗ୍ର ବିଶ୍ୱ ବର୍ତ୍ତମାନ କୋରୋନା ସଙ୍କଟ ସହ ସଂଘର୍ଷ କରୁଛି। ଦେଶରେ ଅମ୍ଳଜାନ ଅଭାବରୁ ଏନେକ ଲୋକ ଛଟପଟ ହୋଇ ମରୁଛନ୍ତି । ଏପଟେ ଏହି କୋରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ରାଜ୍ୟରେ ସରକାର ସମ୍ପୂର୍ଣ୍ଣ ଲକଡାଉନ କିମ୍ବା ଆଂଶିକ ଲକଡାଉନ ଲାଗୁ କରିଛନ୍ତି । ଲୋକମାନେ ମଧ୍ୟ ଏହାକୁ ଅନୁସରଣ କରୁଛନ୍ତି । କିନ୍ତୁ ଆଜି ବି କିଛି ଅମାନିଆ ଅଛନ୍ତି, ଯେଉଁମାନେ ସରକାରଙ୍କ କୋଭିଡ଼ ଗାଇଡଲାଇନକୁ ଫୁ କରି ଉଡ଼େଇ ଦେଉଥିବା ଚିତ୍ର ସାମ୍ନାକୁ ଅସୁଛି । ହାଇଦ୍ରାବାଦରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଶହ ଶହ ସଂଖ୍ୟାରେ ମୁସଲମାନମାନେ ରମଜାନ ମାସର ଶେଷ ଶୁକ୍ରବାର ଦିନ ନମାଜ ପଢିବା ପାଇଁ ଚାରମିନାର ନିକଟ ମକ୍କା ମସଜିଦଠାରେ ଏକାଠି ହୋଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, 100ରୁ ଉର୍ଦ୍ଧ୍ବ ମୁସଲମାନ ମସଜିଦ ବାହାରେ ନମାଜ ପଢୁଛନ୍ତି। ତେବେ ଗୁତୁତ୍ବପୂର୍ଣ୍ଣ କଥା ହେଉଛି ଯେ, ସେମାନଙ୍କ ମଧ୍ୟରୁ ଅନେକ ମାସ୍କ ପିନ୍ଧି ନଥିଲେ କି ସାମାଜିକ ଦୂରତ୍ବ ପାଳନ କରିନଥିଲେ । ଲୋକମାନେ ପରସ୍ପର ପାଖରେ ବସି ନମାଜ ପଢୁଥୁବା ଦେଖିବାକୁ ମିଳିଛି । ଉଲ୍ଲେଖନୀୟ କଥା ହେଉଛି, କୋରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ତେଲେଙ୍ଗାନା ସରକାର ସମସ୍ତ ସାମାଜିକ, ରାଜନୈତିକ ଏବଂ ଧାର୍ମିକ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ବେ କିଛି ଲୋକ ସରକାରଙ୍କ ଆଦେଶକୁ ଖଣ୍ଡନ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାରେ ଗତ କିଛି ଦିନ ହେଲା 6000 ରୁ ଆଧିକ ନୂଆନ ମାମଲା ସାମ୍ନାକୁ ଆସୁଛି। ଆଉ ସେଥିମଧ୍ୟରୁ 1000 ରୁ ଉଦ୍ଧ୍ବ ମାମଲା ହାଇଦ୍ରାବାଦରୁ ଚିହ୍ନଟ ହେଉଛନ୍ତି । ତେଲେଙ୍ଗାନା ସରକାରଙ୍କ ତରଫରୁ ରାଜ୍ୟରେ କୋରୋନା ପ୍ରୋଟୋକଲ୍ ଲାଗୁ କରାଯାଇଛି। ଏଥିରେ ଅନେକ ଗାଇଡଲାଇନ ଜାରି କରାଯାଇଛି । 20 ରୁ ଅଧିକ ଲୋକଙ୍କୁ କୌଣସି ସମାବେଶରେ ଯୋଗଦେବାକୁ ବାରଣ କରାଯାଇଛି । ଏହା ସତ୍ତ୍ୱେ ମସଜିଦରେ ନମାଜ ପଢିବା ପାଇଁ ଭିଡ଼ ଜମୁଛି । ଏନେଇ ଘଟଣାର ତଦନ୍ତ ଜାରି ରଖିଛି ପ୍ରଶାସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.