ଥିରୁଅନନ୍ତପୁରମ: ଥମୁନି ଲଜ୍ୟା । ଦେଶରେ ଅସୁରକ୍ଷିତ ମହିଳା । ଡାକ୍ତରଖାନାରେ ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ କରି ଗିରଫ ହେଲା ଦୁର୍ବୃତ୍ତ ।
ସୂଚନାଅନୁସାରେ,କେରଳ କୋଚିକୋଡର ଜଣେ ଯୁବତୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ମାଲାବାର ଡାକ୍ତରଖାନାରେ ଯୁବତୀ ଜଣକ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନାରେ କାର୍ଯ୍ୟରତ ଜଣେ 34 ବର୍ଷୀୟ ବ୍ୟକ୍ତି ଯୁବତୀ ଜଣଙ୍କୁ ଦୁର୍ଷ୍କମ କରିବାକୁ ଉଦ୍ୟମ କରିଥିଲେ । ଯୁବକ ଜଣକଙ୍କ ନାମ ଅଶ୍ବିନୀ ବୋଲି ଜଣାପଡିଛି । ଯୁବକ ଜଣକ ପ୍ରଥମେ ହସ୍ପିଟାଲର ରେଜିଷ୍ଟରରୁ ଯୁବତୀଙ୍କ ଫୋନ ନମ୍ବର ନେଇ ତାଙ୍କୁ ହ୍ବାଟ୍ସଅପରେ ମେସେଜ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏହା ପରେ ଡାକ୍ତରମାନେ ରୋଗୀଙ୍କୁ ଭେଟିବାକୁ ଚାହୁଁଥିବା କହି ଯୁବତୀଙ୍କୁ ଡାକ୍ତରଖାନାର ଚତୁର୍ଥ ମହଲାକୁ ନେଇ ଯାଇଥିଲେ । ସେଠାରେ ସେ ମହିଳାଙ୍କ ସହ ଦୁର୍ଷ୍କମ ଉଦ୍ୟମ କରିଥିଲେ ।
ଘଟଣା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଆଧାର କରି ଅଶ୍ବିନୀଙ୍କୁ ଏଥୋଲ ପୋଲିସ ଗିରଫ କରି ରିମାଣ୍ଡରେ ନେଇଛି । ସଂପୃକ୍ତ ବ୍ୟକ୍ତିଙ୍କ ଏପରି କାର୍ଯ୍ୟକଳାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ