ମେଷ: ଆଜିର ଦିନଟି ମଧ୍ୟମଧରଣର ରହିବ । ମାନ୍ଦାଳିଆ ଲାଗିପାରେ! ଆପଣଙ୍କ ଖର୍ଚ୍ଚ ବଢିପାରେ । କୌଣସି କାରଣରୁ ଆପଣ ଦ୍ବନ୍ଦରେ ପଡିପାରନ୍ତି । ସେଥିପ୍ରତି ନଜର ରଖନ୍ତୁ । ଆର୍ଥିକ ପରିସ୍ଥିତି ତଳକୁ ଖସି ଯିବାର ସମ୍ଭାବନା ଅଛି । ପ୍ରତିକୂଳ ଭାବନାଠାରୁ ଆପଣ ଦୂରରେ ରହିଲେ ଆପଣଙ୍କ ପାଇଁ ଭଲ ।
ବୃଷ: ଆଜି ଆପଣ ସୁସ୍ଥ ଏବଂ ଆରାମ ଅନୁଭବ କରିବବେ । ଏହା ଯୋଗ କିମ୍ବା ନୂଆ ଖାଦ୍ୟାଭ୍ୟାସ ଯୋଗୁଁ ହୋଇପାରେ । ଯଦିଓ ଏଥିପାଇଁ କୌଣସି କାରଣ ଖୋଜିବାର ଆବଶ୍ୟକ ନାହିଁ, କେବଳ ଫଳାଫଳର ମଜା ନିଅନ୍ତୁ ! ଆପଣ ସୁସ୍ଥ, ତତ୍ପର, ଖୁସି ଅନୁଭବ କରିବେ । ଏହି ପ୍ରକାର ଆନନ୍ଦ ସଠିକ ସମୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଅନୁମତି ଦେବ ।
ମିଥୁନ: ଆପଣ କିଛି ଲୋକଙ୍କ ସହିତ ଯୁକ୍ତିତର୍କ କରିପାରନ୍ତି । ଆପଣ ଅତ୍ୟନ୍ତ ବିରକ୍ତି ପ୍ରକାଶ ଏବଂ ରାଗ ଅନୁଭବ କରିପାରନ୍ତି ଯାହାର କାରଣ କେବଳ ଆପଣଙ୍କୁ ହିଁ ଜଣାଥିବ । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଆପଣ ଅପମାନିତ ହୋଇପାରନ୍ତି, ପ୍ରିୟଜନକୁ ଆଘାତ କରିପାରନ୍ତି, ଏବଂ ଏହା ବଡ ଧରଣର ରୂପ ନେଇପାରେ । ଏହି ପ୍ରକାର ବିରକ୍ତି ଭାବ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।
କର୍କଟ: ଆପଣଙ୍କ ଆୟ ମାର୍ଗରେ ବୃଦ୍ଧି ଆସିପାରେ । ଆପଣ ତାହାକୁ ଖୁସିର ସହ ପାଳନ କରିବାକୁ ଚାହାନ୍ତି । ଏହି ଖୁସି ଆପଣଙ୍କ ପରିବାର କିମ୍ବା ବନ୍ଧୁ ବର୍ଗ ସହ ବୁଲାବୁଲି ଆକାରରେ ହୋଇପାରେ । କିମ୍ବା ଏହା ଯୁକ୍ତ ବ୍ୟବସାୟ ଏବଂ ଆନନ୍ଦ ଆକାରରେ ହୋଇପାରେ ।
ସିଂହ: ଆପଣ ଜଣେ ଅତି ଉତ୍ତମ ବ୍ୟକ୍ତି! ଏହା ଆପଣ ବିଶ୍ବାସ କରନ୍ତୁ ଏବଂ ଏହା ଆଜି ବ୍ୟକ୍ତିମାନଙ୍କ ସହ ଆପଣଙ୍କ ସମସ୍ତ ବିଷୟରେ କଥାବାର୍ତ୍ତା କରିବା ଦର୍ଶାଇ ଦେବ । ଆପଣ ସବୁବେଳ ଦୃଢମାନ ହୁଅନ୍ତୁ । ଆତ୍ମବିଶ୍ବାସ ହରାନ୍ତୁ ନାହିଁ । ଆଜି ଆପଣଙ୍କର ଆତ୍ମ ବିଶ୍ବାସ ବାସ୍ତବରେ ଆଶାତୀତ ହେବ । ମୋଟ ଉପରେ କହିବାକୁ ହେଲେ, ଆପଣଙ୍କର ସମ୍ପୂର୍ଣ୍ଣ ଇଚ୍ଛା ଶକ୍ତି ଆପଣଙ୍କର ଜ୍ଞାନ ଭଣ୍ଡାର ସହ ଯୋଡି ହେବ ।
କନ୍ୟା : ଆଜି ଦିନରେ ତୀର୍ଥ ସ୍ଥାନ ବୁଲିବାକୁ ଯାଇ ପାରନ୍ତି । ଯାହାର ଅପେକ୍ଷା ଆପଣ ଅନେକ ଧରି କରି ଆସୁଥିଲେ । ଆପଣ ଆପଣଙ୍କ ସମ୍ପର୍କୀୟମାନଙ୍କ ଘରକୁ ମଧ୍ୟ ଯାଇପାରନ୍ତି, ଏହା ଆପଣଙ୍କୁ ଅନେକ ଆନନ୍ଦ ଦେବ । ମହିଳା ବନ୍ଧୁ ଏବଂ ସମ୍ପକୀୟମାନଙ୍କଠାରୁ ପ୍ରଚୁର ପରିମାଣରେ ଲାଭ ପାଇପାରନ୍ତି ।
ତୁଳା: ଆଜି ଆପଣ ବାକ୍ ସଂଯମତା ରକ୍ଷା କରନ୍ତୁ । ଆପଣ ଅଧିକ କ୍ଷମତାଯୁକ୍ତ ହୋଇପାରନ୍ତି, ଯାହାକି ଆପଣଙ୍କୁ ବିରକ୍ତିପ୍ରକାଶ କରାଇବେ । ସେହି ଅତ୍ୟଧିକ ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖନ୍ତୁ! ଆଉ ମଧ୍ୟ ଆପଣ ବିପ୍ଲବାତ୍ମକ ଭାବନାଠାରୁ ଦୂରରେ ରୁହନ୍ତୁ ଯାହାକି ଆପଣ ଲୁଚାଇ ରଖିଛନ୍ତି ।
ବିଛା: ଆଜି ଆପଣର ସ୍ବାସ୍ଥ୍ୟ ଭଲ ରହିବ । ଦିନେ କିମ୍ବା ଦୁଇଦିନ ପାଇଁ ଆପଣ ଆପଣଙ୍କର ନିୟମିତ କାମକୁ ଛାଡି ଦେବାକୁ ପରାମର୍ଶ ଅଛି । ଖୁସି ଆନନ୍ଦରେ ବିହ୍ବଳ ହୋଇଯାଆନ୍ତୁ, ଏବଂ ଆନନ୍ଦ ଆପଣଙ୍କ ଅପେକ୍ଷା ଅଛି । ଆଗକୁ ବଢନ୍ତୁ, ଏବଂ ମଜା ନିଅନ୍ତୁ, ଏହା ଆପଣ ପାଇବା ପାଇଁ ଯୋଗ୍ୟ ! ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରନ୍ତୁ, କିମ୍ବା ମ୍ୟୁଜିଅମ୍ ବୁଲି ଯାଆନ୍ତୁ, କିମ୍ବା ବନ୍ଧୁଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ।
ଧନୁ : ଏହି ଦିନଟି ଆପଣଙ୍କ ପାଇଁ ଗୋଟିଏ ଆନନ୍ଦମୟର ଦିନ! ଆପଣ ନିଜ ସହ ଏବଂ ଅନ୍ୟମାନଙ୍କ ସହ ମଧ୍ୟ ଖୁସି ଅନୁଭବ କରିପାରନ୍ତି, ଏବଂ ସାଧାରଣ ଭାବରେ ଆହି ଆପଣଙ୍କୁ ମିଳୁଥିବା ସମସ୍ତ ପ୍ରକାର ଖୁସିକୁ ଆପଣ ଏକାଠି କରନ୍ତୁ । ପରିବାର ସମସ୍ତ ବିଷୟକୁ ନେଇ ଗୋଟିଏ ଉତ୍ତମ ଦିନ । ଘରେ ପରିବେଶ ବାତାବରଣ ଆନନ୍ଦମୟ ରହିବ, ଯାହାକି ଆପଣଙ୍କୁ ଅଧିକ ଖୁସି ଦେବ ।
ମକର: ନକ୍ଷତ୍ରମାନେ ଠିକ୍ ସ୍ଥାନରେ ନଥିବା ହେତୁ ଆପଣ ବ୍ୟଥିତ ହେବେ । ଏହା ବିଭିନ୍ନ କାରଣରୁ ହୋଇପାରେ- ଆପଣଙ୍କୁ ବ୍ୟଥିତ କରୁଥିବା କାରଣ ପ୍ରତି ଅସଚେତନତା ହୋଇପାରନ୍ତି । ଆପଣଙ୍କର ମାନସିକ ସ୍ତରରେ ଅସ୍ଥିରତା ଦେଖାଦେଇପାରେ । ଏହା ଆପଣଙ୍କ ସିଦ୍ଧାନ୍ତ ନେବା କ୍ଷମତାକୁ ଦୁର୍ବଳ କରିଦେବ । ଆପଣ ଘର କିମ୍ବା ଅଫିସର କିଛି ସମସ୍ୟାକୁ ନେଇ ବ୍ୟଥିତ ରହି ପାରନ୍ତି ।
କୁମ୍ଭ : ଆପଣ ଭାବପ୍ରବଣତା ଏବଂ ଅସହାୟତା ଅନୁଭବ କରିବେ । ମାନସିକ ଶାନ୍ତତା ଏବଂ ମନର ସ୍ବଚ୍ଛତାର ଅଭାବ ଆପଣଙ୍କୁ ଅସୁବିଧାରେ ପକାଇବ । ଛାତ୍ରମାନେ ସେମାନଙ୍କର ପାଠପଢା କାର୍ଯ୍ୟକଳାପରେ ସଫଳତା ଅର୍ଜନ କରିବେ । ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ କାର୍ଯ୍ୟ ସଠିକ୍ ସମୟରେ ଶେଷ ହୋଇଯାଇପାରେ । ଫଳରେ ଆପଣ ସାଙ୍ଗମାନଙ୍କ ମଧ୍ୟରେ ସମ୍ମାନ ରୂପରେ ଲାଭ ପାଇ ପାରିବେ ।
ମୀନ : କୌଣସି ପ୍ରକାର ସାମୂହିକ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମ ଦିନ । ଆପଣଙ୍କ ପାଖରେ ଅନେକ ପ୍ରକାର ଭାବନା ଅଛି । ଆପଣଙ୍କ କଳ୍ପନା ଶକ୍ତି ସବୁଠାରୁ ଉପରେ, ଏବଂ ଆଲୋଚନା ପ୍ରତି ଆପଣଙ୍କର ପ୍ରଭାବଶୀଳ ଅବଦାନ ଅଛି । ବର୍ତ୍ତମାନ ଆପଣଙ୍କ ପାଖରେ ଥିବା ଆକର୍ଷଣୀୟ ଭାବନା ଭିତରୁ ଆପଣଙ୍କ ସୃଜନଶୀଳ ଭାବନା ଅଧିକ ଲାଭପ୍ରଦ ହେବ । କାମରେ ଆପଣଙ୍କ ଚମକତା, ଏବଂ ଆପଣଙ୍କ ସ୍ଥିରତା, ଏବଂ ଆତ୍ମବିଶ୍ବାସ ଆପଣଙ୍କୁ ଆଗକୁ ନେବ ।