ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ । ପରିବାର ସହ ଖୁସିରେ ସମୟ କାଟିବେ । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ସନ୍ଧ୍ୟା ସମୟରେ ବାହାରକୁ ଯାଇ ଭୋଜନ କରିପାରନ୍ତି ।
ବୃଷ: ଆଜି ଦିନଟି ପର୍ଯ୍ୟଟନ ପାଇଁ ଏକ ଶୁଭ ଦିନ ଅଟେ । ଆପଣ ବିଦେଶକୁ, ବହୁତ ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ନିଜର ଯାତ୍ରା ଆରମ୍ଭ କରିପାରନ୍ତି । କିନ୍ତୁ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ଆଜି ଅର୍ଥ ଉପାର୍ଜନ କରିବେ । ଧାର୍ମିକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇବେ । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଦି ଯୋଗୁଁ ଆପଣ କଷ୍ଟ ପାଇପାରନ୍ତି ।
ମିଥୁନ: ଆଜି ସେମିତି କିଛି ଅଦ୍ଭୁତ ଓ ଅପ୍ରୀତିକର ଘଟଣା ଘଟିପାରେ । ସତର୍କତା ଅବଲମ୍ୱନ କରିବାକୁ ଉପଦେଶ ଦିଆଯାଉଛି । କଟା ଘାରେ ଲୁଣ ଛିଞ୍ଚିବା ସଦୃଶ ଏହା ଆପଣଙ୍କୁ ଶକ୍ତ ଆଘାତ ଦେଇପାରେ । ତେଣୁ ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲଗି ରହିବ । ଏଥିରୁ ରକ୍ଷା ପାଇବାକୁ ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରିବା ପ୍ରୟୋଜନ ଅଟେ ।
କର୍କଟ: ଆଜି ଆପଣ ନିଜର ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ଅଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ଏବଂ ସହକର୍ମୀଙ୍କ ଦ୍ୱାରା ଉପକୃତ ହେବେ । ପ୍ରିୟଜନଙ୍କ ସହ ଦୂରସ୍ଥାନ ଭ୍ରମଣରେ ଯାଇ ମୌଜ ମଜଲିସ କରିବେ ଏବଂ ଏହି ସ୍ମୃତି ବହୁଦିନ ପାଇଁ ମନେ ରହିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ।
ସିଂହ: ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ । ବହୁ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ । ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ମଧ୍ୟ ଭାଙ୍ଗି ପଡନ୍ତୁନି । ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୁର୍ଣ୍ଣ କରିପାରିବେନି । ସହକର୍ମୀଙ୍କ ସହଯୋଗ ମିଳିବନି । ଫଳରେ ସମାଲୋଚନାର ଶିକାର ହୋଇପାରନ୍ତି । ତେଣୁ ଆପଣ ନିଜର ଉପରିସ୍ଥ ହାକିମଙ୍କୁ ନିଜର ନିଷ୍ଠାର ପରୀକ୍ଷା ଦେଇପାରନ୍ତି ।
କନ୍ୟା: ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ଏକ କଷ୍ଟପ୍ରଦ ଦିବସ ଅଟେ । ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେନି। ଅର୍ଥ ବିନିଯୋଗ କରିବା ପାଇଁ ଦିନଟି ଶୁଭ ନୁହେଁ । ଆଜି କୌଣସି ସଭା ସମିତିରେ ବା କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ ।
ତୁଳା: ଆଜି ଆପଣ ନିଜକୁ ଶାନ୍ତ ଓ ସ୍ଥିର ରଖିବାକୁ ଚେଷ୍ଟାକରି ମଧ୍ୟ ଅସଫଳ ହେବେ । ସୁସ୍ଥ ମସ୍ତିଷ୍କରେ କାର୍ଯ୍ୟ କରନ୍ତୁ । ଯାତ୍ରା ନିଷେଧ କରନ୍ତୁ ଏବଂ ପାରିବାରିକ ଜୀବନ ଅଶାନ୍ତ ହୋଇପାରେ । ତେଣୁ କୌଣସି ଆଲୋଚନା ବା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନଚେତ୍ ଆପଣଙ୍କ ମାନ ସମ୍ମାନ ହାନି ଘଟିପାରେ ।
ବିଛା: ଆଜି ଆପଣଙ୍କ ପାଇଁ ଗୋଟିଏ ଶୁଭଦିନ ଅଟେ । ଅର୍ଥାଗମ ହୋଇପାରେ । ଭାଗ୍ୟ ଅନୁକୂଳ ଯୋଗୁଁ ପ୍ରିୟଜନଙ୍କଠାରୁ ସ୍ନେହ ସୌହାର୍ଦ୍ଦ୍ୟ ମିଳିପାରେ । ନୂତନ କାର୍ଯ୍ୟରେ ଶୁଭାରମ୍ଭ କରିବାର ସର୍ବୋକୃଷ୍ଟ ସମୟ ଅଟେ। ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି। ମାନସିକ ଶାନ୍ତି ଅବ୍ୟାହତ ରହିବ। ଶତ୍ରୁମାନେ ପରାଜୟ ବରଣ କରିପାରନ୍ତି।
ଧନୁ: ଆଜି ଦିନଟିରେ ଆପଣ ବ୍ୟସ୍ତ ହୋଇ ରହିପାରନ୍ତି । ଆପଣଙ୍କ ପାରିବାରିକ ଜୀବନ ସ୍ମୃତିଯୁକ୍ତ ହୋଇପାରେ । ଆପଣ ନିଜର କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାରେ ଅସମର୍ଥ ହୋଇପାରନ୍ତି । ତେଣୁ ହତୋତ୍ସାହିତ ହୋଇପାରନ୍ତି । ଆଜି କୌଣସି ଗୁରୁତ୍ୱପୁର୍ଣ୍ଣ ସିଦ୍ଧାନ୍ତ ନିଅନ୍ତୁ ନାହିଁ । ବୃତ୍ତିଗତ ଓ ଗୃହକର୍ମରେ ନିଜକୁ ଦିନସାରା ଲିପ୍ତ ରଖିବେ ।
ମକର: ପ୍ରଥମେ ଠାକୁରଙ୍କୁ ପ୍ରାର୍ଥନା କରି ଦିନଟି ଶୁଭରେ କଟିବ । ଆପଣ ଧାର୍ମିକ କାର୍ଯ୍ୟ ଆୟୋଜନ କରିବାରେ ନିଜକୁ ଲିପ୍ତ ରଖିବେ । ପାରିବାରିକ ଜୀବନ ସୁଖମୟ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ କିଛି ଉପହାର ପାଇପାରନ୍ତି । ବୃତ୍ତିଗତ ଜୀବନରେ ନିଜର ପ୍ରତିପତ୍ତି ବୃଦ୍ଧି ପାଇବ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କର୍ମରେ ସନ୍ତୋଷ ପ୍ରକାଶ କରିବେ । ସମୟ ଅନୁକୂଳ ଥିବାରୁ ଆପଣ ନିଜର କର୍ମକୁ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ ।
କୁମ୍ଭ: ଆପଣଙ୍କର ମନ ଅଶାନ୍ତ ରହିବ । ଶାରୀରିକ ଦୁର୍ବଳତା ଲାଗିରହିବ । କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ । ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ । ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ ଖର୍ଚ୍ଚ କମାନ୍ତୁ । ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ । ଧାର ଉଧାରରୁ ଦୂରରେ ରହନ୍ତୁ। ଅନ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ।
ମୀନ: ଅର୍ଥାଗମ ହେବାର ଶୁଭ ସୂଚନା ମିଳୁଛି। ପୁରସ୍କାର କିମ୍ୱା ଲଟେରୀରୁ ଅର୍ଥ ମିଳିପାରେ। ଆଜି ଆପଣଙ୍କର ସନ୍ତାନମାନଙ୍କର ସଫଳତା ପାଇଁ ସେମାନଙ୍କ ସହ ସାକ୍ଷାତ କରି ଖୁସି ହେବେ। ହଜିଯାଇଥିବା ଜଣେ ପୁରୁଣା ବନ୍ଧୁଙ୍କ ଦର୍ଶନ ପାଇ ଉତ୍ଫୁଲିତ ହେବେ। ନୂତନ କାର୍ଯ୍ୟ ଆରମ୍ଭ କରି ଲାଭବାନ ହେବେ। କୌଣସି ସାମାଜିକ କିମ୍ୱା ବ୍ୟବସାୟିକ କାର୍ଯ୍ୟରେ ଯୋଗଦେବା ପାଇଁ ଯାତ୍ରା କରିପାରନ୍ତି ଏବଂ ଆମୋଦ ପ୍ରମୋଦରେ କାଟିପାରନ୍ତି। ପ୍ରିୟଜନଙ୍କ ସଙ୍ଗରେ କୌଣସି ଏକ ଆକର୍ଷଣୀୟ ଯାଗାକୁ ବଣଭୋଜି କରିବାକୁ ଓ ହସଖୁସିରେ ସମୟ କାଟିବାକୁ ପସନ୍ଦ କରିପାରନ୍ତି।