ମେଷ: ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଯଦି ବିବାଦୀୟରୁ ବର୍ତ୍ତିବାକୁ ଚାହାନ୍ତି ତେବେ ଆଜିର ଦିନଟିକୁ ଖୁସିରେ କାଟିବା ଆପଣଙ୍କ ପକ୍ଷେ ସହଜ ସାଧ୍ୟ ହେବ | ନଚେତ୍ ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆଜି ଆପଣ କୌଣସି ଆଲୋଚନା ଓ ତର୍କରେ ଭାଗ ନିଅନ୍ତୁ ନାହିଁ । ଆପଣଙ୍କର ଖର୍ଚ୍ଚର ସମୀକ୍ଷା କରନ୍ତୁ ଏବଂ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଯେତେଦୂର ସମ୍ଭବ ଆଜିର ସ୍ଥିରକୃତ ଯାତ୍ରାକୁ କିଛି ଦିନ ପାଇଁ ସ୍ଥଗିତ ରଖନ୍ତୁ । କାରଣ ଆଜି ଦିନଟିରେ ଯାତ୍ରା ଆପଣଙ୍କ ପକ୍ଷେ ଶୁଭ ପ୍ରଦାନ ନାହିଁ ।
ବୃଷ: ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ମିଳିବ । ଦିନର ଶେଷ ଭାଗରେ ସେତେଟା ଭଲ ଖବର ମିଳିବ ନାହିଁ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ରୂପ ନେବ । ଯେଉଁ ଆଗ୍ରହ ନେଇ ଆପଣ ନିଜ ଉପରେ ନ୍ୟସ୍ତ ଥିବା କର୍ମକୁ ସାରିଥାନ୍ତେ, ସେଥିପାଇଁ ନିଜର ବ୍ୟଗ୍ରତା ପ୍ରକାଶ ନ କରିପାରନ୍ତି । ଏହାଦ୍ୱାରା ଆପଣ ହତୋତ୍ସାହିତ ହେବା ସହ ଉତ୍କଣ୍ଠିତ ହେବେ ।ଏପରି କୌଣସି ଘଟଣାରେ ଆପଣଙ୍କୁ ନିୟୋଜିତ କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର ସମ୍ମାନରେ ଆଞ୍ଚ ଆସିବ ।
ମିଥୁନ: ଦିନଟି ପ୍ରଥମାର୍ଦ୍ଧରେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । କାରଣ ଆପଣ ଯୁଦ୍ଧାସକ୍ତ ବ୍ୟକ୍ତି ଅଟନ୍ତି । ଦିବସର ପ୍ରଥମରୁ ଏପରି ମନୋବୃତ୍ତି ଆପଣଙ୍କ ଆବେଗକୁ କମାଇଦେବେ ଏବଂ ଉତ୍କଣ୍ଠାକୁ ଦୁର୍ବଳ କରିଦେବ । ଆପଣ ନିଜର ଖର୍ଚ୍ଚର ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ ନୁହେଁ କାରଣ ସେମାନେ ପଢାପଢିରେ ସଫଳତା ପାଇବେ ନାହିଁ । ଅପରାହ୍ନରେ କିଛି ପରିବର୍ତ୍ତନ ଘଟିପାରେ । ଆପଣ କିଛି ବନ୍ଧୁଙ୍କୁ ନିଜ ଗୃହକୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିପାରନ୍ତି । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ । ଆଜିର ସନ୍ଧ୍ୟାକୁ ନିଜ ମନଭରି ଉପଭୋଗ କରିବା ପାଇଁ ଉତ୍ସୁକୁତା ପ୍ରଦର୍ଶନ କରିବେ, ଯାହାକି ଆପଣ ବହୁ ଦିନରୁ କରିପାରିନଥିଲେ ।
କର୍କଟ: ଦିନର ପ୍ରଥମ ଭାବରେ ଆପଣ ତାଜା ଏବଂ ଶକ୍ତିଶାଳୀ ଅନୁଭବ କରିବେ । ବାହାରକୁ ଯିବା କିମ୍ୱା ପିକ୍ନିକ୍ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଅବଶ୍ୟ, ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ ।
ସିଂହ: ଦିନଟି ଆପଣଙ୍କ ପାଇଁ ମାନ୍ଦା ରହିବ । ଅବଶ୍ୟ ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ଉନ୍ନତି ହେବ । କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । ଯେହେତୁ ଏହା ଠିକ୍ ହେବାର ଜଣା ପଡୁନାହିଁ । କହିବା ପୁର୍ବରୁ ଦୁଇଥର ଭାବନ୍ତୁ । କାହା ସହିତ, ବିଶେଷ ଭାବରେ ସମ୍ପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।
କନ୍ୟା: ସମ୍ଭବତଃ, ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଏହା ଆରାମଦାୟକ ଏବଂ ଅନୁକୂଳ ରହିବ । ଅବଶ୍ୟ, ଦିନର ଦ୍ୱିତୀୟ ଭାଗରେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ତୁଳା: ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ଅପେକ୍ଷାରେ ରହିଛି । ଆଉ ମଧ୍ୟ, ଆପଣଙ୍କ ଘରକୁ ଅଧିକ ସୁନ୍ଦର, ରଙ୍ଗୀଳ ଏବଂ ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ଭାବରେ ସଂପୃକ୍ତ ଅଛନ୍ତି । ଆପଣଙ୍କ ଘରେ ଲୋକମାନଙ୍କର ମନ ଶାନ୍ତ ଏବଂ ଆଶାବାଦୀ ରହିବ । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି ।
ବିଛା: ବିଛାରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି ପାଇଁ ଭାଗ୍ୟଶାଳୀ ରହିବ । ଧର୍ମ ଯାତ୍ରା ଏବଂ ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଉପକାର ଆଣିବ । ଫଳରେ, ଆପଣ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ କରିବେ ଏବଂ ଠିକ୍ ସମୟରେ ମଧ୍ୟ କରିବେ ।
ଧନୁ: ଆଜିର ସବୁଦିନ ଭଳି ଆପଣଙ୍କ ପାଇଁ ସତର୍କ ଏବଂ ଆନନ୍ଦମୟ ହେବ ନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାତର ଅନୁଭବ ହେବ । କିଛି ମ୍ୟୁଜିକ୍ ସ୍ୱିଚ୍ ଅନ୍ କରନ୍ତୁ ଏବଂ ଆନନ୍ଦ ମନରେ ଏହାର ଉପଭୋଗ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୂରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର । ଆପଣ ଅର୍ଥର ଅଭାବ ଅନୁଭବ କରିପାରନ୍ତି, କିନ୍ତୁ ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ ତାପରେ ଏହି ସମସ୍ୟା ଦୂର ହୋଇଯାଇପାରେ ।
ମକର: ଆଜି ଦିନ ଆପଣ ପରିବାର, ପ୍ରିୟଜନ କିମ୍ୱା ବନ୍ଧୁଙ୍କ ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଧ୍ୟାନ ଦିଅନ୍ତୁ ଯେ ଖର୍ଚ୍ଚ ଅଧିକ ହେବା ଉଚିତ ନୁହେଁ, କାରଣ ଦିନର ଦ୍ୱିତୀୟ ଭାଗରେ ଆର୍ଥିକ ସମସ୍ୟା ରହିପାରେ । ହୁଏତ ହୋଇପାରେ, ଆପଣ ବାହାରକୁ ଯାଇଥିବା ବେଳେ ହୋଇଥିବା ସମସ୍ତ ଖର୍ଚ୍ଚର ଅଧିକାଂଶ ଆପଣ ଫେରିପାଇ ନପାରନ୍ତି ।
କୁମ୍ଭ: ଦିନଟି ଆପଣଙ୍କ ପାଇଁ ଆଶିର୍ବାଦମୟ ରହିଛି । ପରିଣାମ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀ ଆଣିଦେବ । ଆନନ୍ଦ ନିଅନ୍ତୁ । ଆପଣ ଆଜି ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଅଧିକ ଖର୍ଚ୍ଚ କରିପାରନ୍ତି । ଆଉ ମଧ୍ୟ, ଦର ମୁଲାଇବା ଏବଂ କ୍ରୟ କରିବା ପାଇଁ ଏକ ଶୁଭ ଦିନ ।
ମୀନ: ଆପଣଙ୍କ ରାଶି ପାଇଁ ଏହି ଦିନ ମଧ୍ୟମ ଧରଣର ରହିବ । ସାଂସ୍କୃତିକ କାର୍ଯ୍ୟକ୍ରମରୁ ଦୂରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଉଛି । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେ ହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ । କୌଣସି ନୂଆ କାର୍ଯ୍ୟ ଆଜି କରନ୍ତୁ ନାହିଁ ଏବଂ ଅନ୍ୟ ଦିନ ପାଇଁ ରଖନ୍ତୁ । ଯେହେତୁ ସମୟ ବର୍ତ୍ତମାନ ଅନୁକୂଳ ନୁହେଁ ।