ମେଷ : ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି । ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । କୌଣସି କାରଣରୁ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁଙ୍କ ସହ କଥା ହୋଇପାରନ୍ତି । ମାଟିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।
ବୃଷ : ଆଜି ଆପଣ ପରିବାର ସହିତ ଶାନ୍ତିରେ ରହିବେ । ଆପଣଙ୍କ ପରିପକ୍ଵତା ପରିବାର ମଧ୍ୟରେ ଥିବା ଭାବପୂର୍ଣ୍ଣ ସମସ୍ୟାଗୁଡିକ ସହଜରେ ସମାଧାନ କରିବାରେ ସାହାଯ୍ୟ କରିବ । ଶକ୍ତି ଓ ପ୍ରାଚୁର୍ଯ୍ୟକୁ ଆପଣ ଆଜି ନିବେଶ କରିବେ ଓ ଏହାର ଫଳ ଆପଣ ଆଗାମୀ ଦିନଗୁଡିକରେ ପାଇବେ ।
ମିଥୁନ : ଭାବନାତ୍ମକ ଓ ସାମଗ୍ରୀକ ସୁରକ୍ଷାର ଆଜି ସମାନ ଗୁରୁତ୍ଵ ରହିବ । ନିଜ ଉପରେ ଧ୍ୟାନ ନଦେଇ ପରିବାର ଉପରେ ଧ୍ୟାନ ଦିଅନ୍ତୁ । ସନ୍ତାନର ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ଆଜି ପେଟ ରୋଗ ସମସ୍ୟା ଦେଖାଦେଇପାରେ । କିଛି ମିଠା ଖାଦ୍ୟ ଖାଆନ୍ତୁ । ଭ୍ରମଣକୁ ବାରଣ କରନ୍ତୁ । କମଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।
କର୍କଟ : ଶରୀର ଅସୁସ୍ଥତ ରହିବ। ମାତ୍ର ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ଆଜି ଚିନ୍ତାଗ୍ରସ୍ତ ରହିବା ଯୋଗୁଁ ଚିଡିଚିଡ଼ା ହୋଇପାରନ୍ତି ଏବଂ ଠିକ୍ ସିଦ୍ଧାନ୍ତରେ ପହଞ୍ଚି ନପାରନ୍ତି । ଯେହେତୁ ଆଜି ଦିନଟି ଆପଣଙ୍କ ନୁହେଁ, ଆପଣ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଓ କାମଗୁଡିକ ସ୍ଥଗିତ କରିପାରନ୍ତି ।
ସିଂହ: ଆଜି ଦିନ ଲାଭଦାୟକ ପ୍ରମାଣିତ ହେବ, କିନ୍ତୁ ମନରେ କିଛି ବିଷୟରେ ଦ୍ବନ୍ଦ ରହିବ । ସାଙ୍ଗମାନଙ୍କ ସହିତ ସାକ୍ଷାତ କରିବେ ଏବଂ ଉପକୃତ ହେବେ । ଗୁରୁଜନମାନଙ୍କ ଆଶୀର୍ବାଦ ପାଇବେ । ଘରେ ଶୁଭ କାମ ହେବ । ବ୍ୟବସାୟ ବୃଦ୍ଧି ପାଇବ । ଚାକିରିଆଙ୍କ ଆୟ ବୃଦ୍ଧି ପାଇବ । ବାହାରକୁ ଯିବାକୁ ଏକ କାର୍ଯ୍ୟକ୍ରମ କରିବେ । ଆଜି ସମସ୍ତ କାର୍ଯ୍ୟ ଠିକ୍ ସମୟରେ କରିବାକୁ ସ୍ଥିତିରେ ରହିବେ । ତଥାପି, ନକାରାତ୍ମକ ଚିନ୍ତାଧାରାଠାରୁ ଦୂରରେ ରହିବାକୁ ପଡିବ ।
କନ୍ୟା : ଆପଣଙ୍କ ଲେଖିବାର ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କୁ କଷ୍ଟ ନ ଦେଇ ନିଜ ଭାବନା ପ୍ରକାଶ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବାକିଆ ଥିବା କାମଗୁଡିକ ଆପଣ ସଫଳତାର ସହିତ ଶେଷ କରିବେ । ଆପଣ ଆଜି ଯାହା ବି କାମ କରିବେ ସେଥିରେ ଆପଣ ସଫଳତା ପାଇବେ ।
ତୁଳା: ବୁଦ୍ଧିଜୀବୀ କିମ୍ବା ସାହିତ୍ୟପ୍ରେମୀଙ୍କ ସହିତ ସାକ୍ଷାତ ଦ୍ବାରା ଜ୍ଞାନ ବୃଦ୍ଧି ହେବ । ଆଜି ଭଲ ସମୟ ବ୍ୟତିତ କରିବେ । ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଦୂର ଦୂରାନ୍ତକୁ ଯାତ୍ରା କରିପାରନ୍ତି । ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ସମୟ ଭଲ । ବିଦେଶରେ ରହୁଥିବା ବନ୍ଧୁ କିମ୍ବା ପ୍ରିୟଜନଙ୍କଠୁ ଭଲ ଖବର ପାଇବେ । ସ୍ବାସ୍ଥ୍ୟ ଟିକିଏ ଖରାପ ରହିବ । ପିଲାମାନଙ୍କ ସମସ୍ୟା ହେତୁ ଚିନ୍ତା ବଢିବ ।
ବିଛା: ଆପଣ ନିଜର ମୂଲ୍ୟାୟନ କରିବା ଓ ନିଜର କ୍ଷମତାଗୁଡିକର ପରୀକ୍ଷା କରିବାରେ ଅଧିକାଂଶ ସମୟ ଖର୍ଚ୍ଚ କରିବେ । ଆପଣଙ୍କ ବ୍ୟବସାୟିକ ଦକ୍ଷତାଗୁଡିକୁ ବଢାଇବା ପାଇଁ ଯାହା ଆବଶ୍ୟକ ଆପଣ ସବୁ କରିବେ । ଆପଣଙ୍କ ବିରଳ ଅନ୍ତର୍ଦୃଷ୍ଟି ଓ ଲୋକମାନଙ୍କ ପ୍ରକୃତିକୁ ବୁଝିବାର ଉପହାର ଆପଣଙ୍କୁ ନିକଟ ଭବିଷ୍ୟତରେ ନେତୃତ୍ଵ ନେବା ପାଇଁ ପ୍ରସ୍ତୁତ କରିବ ।
ଧନୁ: ଆଜିର ଆପଣଙ୍କ ଦିନ କାର୍ଯ୍ୟବ୍ୟସ୍ତତାରେ ଯିବ । ଯଦିଓ ଦିନଟି ବ୍ୟସ୍ତତାରେ ଯିବ କିନ୍ତୁ ବ୍ୟସ୍ତତା ଭିତରେ ଖୁସି ଅନୁଭବ କରିବେ । ପରିବାର ଠାରୁ ସ୍ନେହ, ଭଲପାଇବା ପାଇବେ । ସମାଜରେ ପରିଚିତ ହେବା ସମ୍ଭାବନା ରହିଛି ।
ମକର: ଆଜି ଦିନ ଏକ ଗୋଲାପ ପରି ସୁନ୍ଦର ହେବ । କମିସନ ମାଧ୍ୟମରେ ବହୁତ ଆୟ ସୁଧ ଏବଂ ବ୍ୟବସାୟରେ ବୃଦ୍ଧିର ସମ୍ଭାବନା ରହିଛି । ଆପଣ ଏକ ମଜବୁତ ଆର୍ଥିକ ବୁନିଆଦି ମିଳିବାର ସମ୍ଭାବନା ରହିଛି । ସାର୍ବଜନିକ ଏବଂ ବୃତ୍ତିଗତ ଛବିଭାବେ ଏକ ଉଲ୍ଲେଖନୀୟ ସୁଧାର ହେବ । ଦୂର ଯାତ୍ରା କରିପାରନ୍ତି ।
କୁମ୍ଭ: ସମସ୍ତ ଉପାୟରେ ଆପଣଙ୍କ ପ୍ରତିଯୋଗୀଙ୍କ ଠାରୁ ଆଗରେ ରହି ଆପଣ ଆଜି ନିଜକୁ ପ୍ରମାଣିତ କରିବେ। ଆପଣ ନିଜ ନିରାଶାକୁ ପରାସ୍ତ କରିବେ ଓ ଆଗକୁ ବଢି ଚାଲିବେ । ଆପଣଙ୍କ ପ୍ରସନ୍ନ କରୁଥିବା ଆଚରଣ ଅନ୍ୟମାନଙ୍କ ନିକଟରେ ଆପଣଙ୍କୁ ଲୋକପ୍ରିୟ କରିବ ଓ ଆପଣ ସବୁ ସମୟରେ ପ୍ରଶଂସା ପାଇବେ।
ମୀନ: ଯେଉଁମାନେ ଘର ଛାଡି ବାହାରେ ରହୁଛନ୍ତି ଗାଁ କଥା ମନେ ପକାଇବେ । ଅତୀତକୁ ମନେ ପକାଇ ଯନ୍ତ୍ରଣା ପାଇବେ । ସାଙ୍ଗସାଥୀଙ୍କ ସହ ସମୟ ବିତାଇବେ । ଜୀବନସାଥୀଙ୍କୁ ମନ କଥା କହିବେ । ମନ୍ଦିର ଯାଆନ୍ତୁ ଶୁଭଫଳ ପ୍ରାପ୍ତି ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ।