ମେଷ: ଆଜି ଦିନଟି ଆପଣଙ୍କ ଭଲରେ କଟିବ । ଯୋଜନା କରିଥିବା କାର୍ଯ୍ୟକୁ ଶୁଭାରମ୍ଭ କରିବାର ଏକ ଶୁଭ ଦିବସ ଅଟେ । କିଛି ନୂଆ କାର୍ଯ୍ୟ ମଧ୍ୟ ହାତକୁ ନେଇପାରନ୍ତି । ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ । ଅଫିସରେ ଆପଣ ଅତ୍ୟନ୍ତ କଷ୍ଟକର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ତଥାପି ଆପଣ ବ୍ୟସ୍ତ ନ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ । ମହିଳାମାନେ ନିଜର ଆକ୍ରମଣଶୀଳ ମନୋଭାବ ଓ ଜିହ୍ଵାକୁ ନିଜ ଆୟତରେ ରଖନ୍ତୁ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଜମା ଶୁଭ ନୁହେଁ । ଆପଣ ନିଜର ସିଦ୍ଧାନ୍ତ ନେବାରେ ଏପଟ ସେପଟ ହେଲେ ଆପଣ ବହୁ ସୁଯୋଗକୁ ହାତଛଡା କରିପାରନ୍ତି । ମାତ୍ର ହତାଶ ନ ହୋଇ ଅତିଶୃଙ୍ଖଳିତ ଉପାୟରେ ପ୍ରବେଶ କରିବାର ବାଟ ଖୋଜନ୍ତୁ । ଆଜି କୌଣସି ନୂଆ ଯୋଜନା ବା ଚୁକ୍ତିପତ୍ର କରନ୍ତୁ ନାହିଁ । ସହକର୍ମୀ, ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ । ନିଜର କ୍ରୋଧଶୀଳ ପ୍ରକୃତିକୁ ବଦଳାନ୍ତୁ । ଭାଇ ଭଉଣୀଙ୍କ ସହ ଖୁସିରେ ଦିନଟି କଟିବ ।
ମିଥୁନ: ବନ୍ଧୁ ଓ ପ୍ରିୟଜନଙ୍କ ସହ ସାମାଜିକ ଜୀବନରେ ମୌଜ ମଜଲିସରେ ସମୟ ବିତାଇବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ବନ୍ଧୁ ମାନଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରିପାରନ୍ତି କିମ୍ୱା ବାହାରକୁ ଭ୍ରମଣରେ ଯାଇପାରନ୍ତି । ଅର୍ଥ ଲାଭ ହୋଇପାରେ । ମାତ୍ର ଖର୍ଚ୍ଚର ମାତ୍ରାକୁ ସୀମା ଭିତରେ ରଖି ଅଯଥା ଖର୍ଚ୍ଚରୁ ନିବୃତ ହୁଅନ୍ତୁ । ମୂଲ୍ୟହୀନ ଚିନ୍ତାଧାରାକୁ ମୁଣ୍ଡରେ ପୁରାଇ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ । ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ ଉପହାରର ସୁଅ ଛୁଟିପାରେ ।
କର୍କଟ: ଗ୍ରହ ମାନଙ୍କ ପ୍ରଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ । ବିଶ୍ରାମହୀନ ଉତ୍କଣ୍ଠିତ ଚିତ୍ତରେ ଶାନ୍ତି ପାଇବେ ନାହିଁ , ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ , ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଆପଣ କୌଣସି କାରଣରୁ କାହା ସଙ୍ଗରେ ଯୁକ୍ତିତର୍କ କରି କଳହ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କୁ ଉତ୍ତେଜିତ କରି ପରିସ୍ଥିତିକୁ ବିଷାକ୍ତ କରିଦେଇପାରେ । ଆଜି ଆପଣଙ୍କର ଅର୍ଥ ହାନି ଘଟିପାରେ । ଶରୀରିକ ଅସୁସ୍ଥତା ଲାଗିରହିପାରେ, ତେଣୁ ନିଜର ଆହାର ପ୍ରତି ଯତ୍ନବାନ ହୁଅନ୍ତୁ ।
ସିଂହ : ଆଜି ଦିନଟି ଆପଣଙ୍କୁ ଭଲ ଫଳ ପ୍ରଦାନ କରିପାରେ । ଆଜିର ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ ଆପଣ ଯଦି ଅନ୍ୟମନସ୍କ ରହିବେ କିମ୍ୱା ଭୁଲ ସିଦ୍ଧାନ୍ତ ନେବେ, ତେବେ ଆପଣ ଏହାର ଲାଭ ଉଠାଇବାକୁ ଅସମର୍ଥ ହେବେ । ଆଜି ଦିନଟି ଶୁଭଙ୍କର ନ ଥିବାରୁ କୌଣସି କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି ଏବଂ ସେମାନଙ୍କ ଗହଣରେ ଖୁସିରେ ସମୟ କାଟିପାରନ୍ତି । ଦୂର ସ୍ଥାନକୁ ବୁଲିବା ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟ ଭଲରେ ଚାଲିବ । ଅର୍ଥ ଲାଭର ସମ୍ଭାବନା ରହିଛି ।
କନ୍ୟା : ଆପଣଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଚର୍ତୁଦିଗରୁ ସଫଳତାର ବର୍ଷା ହେବ । ଯାହା ଆପଣ ଚାହୁଁଛନ୍ତି ତାହା ପାଇପାରିବେ । ନୁତନ ବ୍ୟବସାୟ ପାଇଁ ଏହା ହେଉଛି ଉପଯୁକ୍ତ ସମୟ ।ବୃତ୍ତିଗତ ସଫଳତା, ଆୟ ବୃଦ୍ଧିଏବଂ ପଦନ୍ନୋତି ହୋଇପାରେ ।ବ୍ୟକ୍ତିଗତ ଭାବେ ଆପଣ ନିଜ ବାପାଙ୍କଠାରୁ ଲାଭବାନ ହେବେ । ଘରେ ଖୁସୀ ଏବଂ ଶାନ୍ତି ପୂର୍ବକ ଆପଣଙ୍କ ଦିନ ସମାପ୍ତ ହେବ ।
ତୁଳା : ଆଜି ଆପଣ ନିଜକୁ ଲଳିତ କଳା ପ୍ରତି ଆକର୍ଷିତ ହୋଇପାରନ୍ତି । ଚିତ୍ର କରିବା ଓ ଲେଖାଲେଖିରେ ସମୟ କାଟିବାକୁ ଭଲ ପାଇବେ । ଆଜି ଆପଣ ସମସ୍ତ ଯୋଜନାକୁ ଏକତ୍ରିତ କରି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ନିଜର ବୃତ୍ତିଗତ ଜୀବନରେ ଆପଣ ନିଜର ସହକର୍ମୀ ତଥା ବରିଷ୍ଠ ସଦସ୍ୟଙ୍କ ଠାରୁ ସହଯୋଗ ଓ ପ୍ରେରଣା ପାଇ ନିଜ କାର୍ଯ୍ୟଟିକୁ ସୂଚାରୁରୁପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ବ୍ୟବସାୟୀଙ୍କ ନିମନ୍ତେ ଲାଭର ପରିମାଣ ବୃଦ୍ଧି ପାଇପାରେ । ସୁଷମ ଖାଦ୍ୟ ଖାଆନ୍ତୁ , ନଚେତ ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି । ଆପଣ କାହା ସଙ୍ଗରେ ଅଯଥା ଯୁକ୍ତିତର୍କ କରି ଉତ୍ତେଜିତ ହୁଅନ୍ତୁ ନାହିଁ । ଦୂର ସ୍ଥାନକୁ ତୀର୍ଥଯାତ୍ରାରେ ଯାଇପାରନ୍ତି ।
ବିଛା : ଆଜି ଦିନର ପ୍ରତ୍ୟେକ ମୂହୁର୍ତ୍ତରେ ଆପଣଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡିବ ।ଆଜି କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ ।ଖର୍ଚ୍ଚର ପରିମାଣକୁ କମାଇବାକୁ ଚେଷ୍ଟା କରନ୍ତୁ । ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ନିମନ୍ତେ ଯୋଜନା କରିବେ । ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ , ନଚେତ୍ କୋଟକୁ ଯାଇପାରନ୍ତି । ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ କିମ୍ୱା ନିଜେ ଧୀର ସ୍ଥିର ଚିତ୍ତରେ ଭାବିଚିନ୍ତି ଲୋକଙ୍କ ସହ ବନ୍ଧୁତ୍ୱ କରନ୍ତୁ । ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ ।
ଧନୁ : ଆଜି ଦିନଟି ଶୁଭଫଳ ପ୍ରଦାୟକ ଅଟେ । ଦିନଟି ଆମୋଦ ପ୍ରମୋଦରେ କଟାଇବେ । ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସୁଖ ପର୍ଯ୍ୟଟନରେ ଯିବାର ଯୋଜନା କରିପାରନ୍ତି ।ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କ ସୃଜନଶୀଳତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ ।ଏହି ପ୍ରେରଣା ଯୋଗୁଁ ଆପଣ ନିଜର ପରିକଳ୍ପନା କରି କିଛି ସାହାଯ୍ୟ କରିପାରନ୍ତି ।
ମକର: ବ୍ୟବସାୟରେ ବିସ୍ତାରଣ ଆଜି ପାଇଁ ଅତ୍ୟନ୍ତ ଲାଭଜନକ ପ୍ରମାଣିତ ହେବ । ପ୍ରତ୍ୟେକ ଜିନିଷ ଯୋଜନା ମୁତାବକ ହେବାର ଆଶା କରାଯାଉଛି । ଆର୍ଥିକ କାରବାର ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବ । ପାର୍ଟ୍ନର୍ ଏବଂ ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଉତ୍ତମ ଶରୀର ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ ।
କୁମ୍ଭ: ଆଜିର ଦିନଟି ଭଲରେ କଟିବ । ନିଜ ପରିବାର ଓ ପିଲାଙ୍କ ସହିତ ଖୁସି ବାଣ୍ଟିପାରନ୍ତି । ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଓ ନୂତନ ଭାବରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଭଲ ଅଟେ । ଉତ୍ପାଦନ ବଢିବ, ସମାଜରେ ସମ୍ମାନ ବଢିବ । ଯାତ୍ରା ଶୁଭପ୍ରଦ ହେବ ।
ମୀନ: ଆଜି ଭାଗ୍ୟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ଦିନ ଅଟେ । ପରିଶ୍ରମ ବହୁଳ କାର୍ଯ୍ୟ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଓ ଖର୍ଚ୍ଚରେ ଯତ୍ନଶୀଳ ହୁଅନ୍ତୁ । ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ । ଆଜିର ଦିନରେ ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଯିଏ ସମଦୁଃଖରେ ଭାଗୀଦାରି ହୋଇ ଆପଣଙ୍କ ସମସ୍ୟା ଦୂର କରିବେ । ଏହାଦ୍ବା ଆଶ୍ୱସ୍ତ ଅନୁଭବ କରିବେ ।