ବେଙ୍ଗାଲୁର: ଚନ୍ଦ୍ରପୃଷ୍ଟରେ ମଣିଷ ପହଞ୍ଚି ସାରିଥିଲେ ମଧ୍ୟ ଜାତିପ୍ରଥାକୁ ନେଇ ଏବେ ବି ସମାଜରେ ଘୃଣ୍ୟ ମାନସିକତା ଦୂର ହେଇନି । ଅନ୍ୟ ଜାତିରେ ପ୍ରେମ କରିବା ହେଲା କାଳ । ଦୁଇ ପୁଅଙ୍କ ସହ ମିଶି ଝିଅକୁ ନୃଂଶସ ଭାବେ ହତ୍ୟା କଲା ବାପା । ଭୁଲିଗଲା ମାନବିକତା । ମିଛ ସମ୍ମାନ ପାଇଁ ନିଜ ଝିଅର ଜୀବନ ନେବାକୁ ବି ପଛାଇଲା ନାହିଁ ସଇତାନ ବାପା । ଝିଅକୁ ହତ୍ୟାକରି ଗୁପ୍ତରେ ତାର ଅନ୍ତିମ ସଂସ୍କାର କରୁଥିବା ବେଳେ ଧରିଲା ପୋଲିସ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର କୋଲାର ଜିଲ୍ଲାରେ । ଝିଅ ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିବା ଜଣିବା ପରେ ବାପା ଏପରି ଜଘନ୍ୟକାଣ୍ଡ ଘଟାଇଥିବା କୋଲାର ପୋଲିସ ସୂଚନା ଦେଇଛି ।
ପୋଲିସ ସୂଚନା ଅନୁଯାୟୀ, କୋଲାର ଟୋଲି ଗାଁର 19 ବର୍ଷିଆ ରମୟା । ରମୟା ଜଣେ ଅନ୍ୟ ଜାତିର ପୁଅ ସହ ପ୍ରେମ କରୁଥିବା ପରିବାର ଲୋକେ ଜଣିବାକୁ ପାଇଥିଲେ । ଯାହିକୁ ନେଇ ରମୟାଙ୍କ ପିତା ଭେଙ୍କଟେସ ଏବଂ ନିଜ ଦୁଇ ସହଯୋଗୀ ମୋହନ ଏବଂ ଚୌଦେଙ୍କ ସହ ମିଶି ରମାୟଙ୍କୁ ମାରପିଟ କରିବା ସହ ସେ ପିଲାସହ ନମିଶିବା ପାଇଁ ତାଗିଦ କରିଥିଲେ । ଏହାସହ ମୋହନ ଏବଂ ଚୌଦେ ରମାୟ ପସନ୍ଦ କରୁଥିବା ପିଲାକୁ ମଧ୍ୟ ତାଗିଦ କରିବା ସହ କଳିଝଗଡ଼ା କରିଥିଲେ । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଏକ ଗଣ୍ଡୋଗଳ ହୋଇଥିଲା । ମାତ୍ର ପରିବାର ବାରଣ ସତ୍ତ୍ବେ ଝିଅ ରମୟା ନିଜ ପ୍ରେମିକ ସହ ସମ୍ପର୍କ ଛିନ୍ନ କରିନଥିଲେ । ଏହି ଘଟଣା ଜାଣିବା ପରେ ରମାୟାଙ୍କ ପିତା ଉତ୍ତକ୍ଷିପ୍ତ ହୋଇ ନିଜ ଦୁଇ ସହଯୋଗୀଙ୍କ ସହ ମିଶି ଝିଅକୁ ହତ୍ୟା କରିଥିଲେ । ପରେ ସମସ୍ତ ପ୍ରମାଣ ଲୁଚାଇବା ପାଇଁ ଅଗଷ୍ଟ 25 ତାରିଖରେ ତାର ଅନ୍ତିମ ସଂସ୍କାର ବି କରିଦେଇଥିଲେ ।
ଅଧିକ ପଢନ୍ତୁ: ବୋହୂ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା ଶ୍ବଶୁର, ସ୍ବାମୀକୁ ଗଳା କାଟି ହତ୍ୟା କଲା ଶାଶୁ
ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ହେବା ପରେ କୋଲାର ରୁରାଲ ପୋଲିସ ନିଜ ଆଡୁ ଏକ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଭେଙ୍କଟେସଙ୍କୁ ପଚାରାଉଚରା କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ଏହାପରେ ରମାୟଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନକୁ ଯାଇ ସ୍ଥାନୀୟ ତହସିଲଦାର ହର୍ଷବଦ୍ଧନଙ୍କ ଉପସ୍ଥିତରେ ମୃତଦେହର ଅଂଶକୁ ଉଦ୍ଧାର କରିଥିଲେ । ପୋଲିସ ଏହାକୁ ଫରେନ୍ସିକ ଲ୍ୟାବ୍କୁ ପଠାଇବା ସହ ଭେଙ୍କଟେସ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ