ETV Bharat / bharat

CRPF Raising Day: ଲାଲଗଡରେ ସ୍ଥାପନା ଦିବସ ପାଳିଲା ସିଆରପିଏଫ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇ, ଆୟୋଜିତ ମାର୍ଚ୍ଚ ପୋଷ୍ଟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସ୍ଥାପନା ଦିବସ ଅବସରରେ ସମ୍ବୋଧିତ କରି ଗୃହମନ୍ତ୍ରୀ କହିଥିଲେ, ସିଆରପିଏଫ ସ୍ଥାପନା ଦିବସ ଅବସରରେ ସମସ୍ତ ଯବାନ ଅଧିକାରୀ, କର୍ମଚାରୀ ସିଆରପିଏଫ ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 25, 2023, 9:03 PM IST

ଲାଲ ଗଡରେ ସ୍ଥାପନା ଦିବସ ପାଳିଲା ସିଆରପିଏଫ

ରାୟପୁର: ସେଣ୍ଟ୍ରାଲ ରିଜର୍ଭର ପୋଲିସ ଫୋର୍ସ (ସିଆରପିଏଫ) ଆଜି ପାଳନ କରିଛି 84 ତମ ସ୍ଥାପନା ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ମାର୍ଚ୍ଚ ପୋଷ୍ଟ ପ୍ୟାରେଡର ଅଭିବାଦନ ଗ୍ରହଣ କରିଛନ୍ତି । ଛତିଶଗଡ ଜଗଦଲପୁର ଅନ୍ତର୍ଗତ କରଣପୁର ସିଆରପିଏଫ କାର୍ଯ୍ୟାଳୟରେ ଏହି ସମାରୋହ ପାଳିତ ହୋଇଛି ।

ଦିଲ୍ଲୀ ଜମ୍ମୁ କାଶ୍ମୀର ପରେ ତୃତୀୟଥର ପାଇଁ ସିଆରପିଏଫର ସ୍ଥାପନା ଦିବସ ଛତିଶଗଡର ମାଓ ପ୍ରଭାବିତ ଜଗଦଲପୁରରେ ପାଳନ କରାଯାଇଥିଲା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇ, ଆୟୋଜିତ ମାର୍ଚ୍ଚ ପୋଷ୍ଟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସ୍ଥାପନା ଦିବସ ଅବସରରେ ସମ୍ବୋଧିତ କରି ଗୃହମନ୍ତ୍ରୀ କହିଥିଲେ, ସିଆରପିଏଫ ସ୍ଥାପନା ଦିବସ ଅବସରରେ ସମସ୍ତ ଯବାନ ଅଧିକାରୀ, କର୍ମଚାରୀ ସିଆରପିଏଫ ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି । ସିଆରପିଏଫର ଦକ୍ଷତା, ବୀରତ୍ବ ଶୌର୍ଯ୍ୟ, ପରାକ୍ରମ ଧର୍ଯ୍ୟ ଓ ସେବାକୁ ମୁଁ ସାଲ୍ୟୁଟ କରୁଛି । ସିଆରପିଏଫର ବଳିଦାନ କେବେ ଏହି କୃତଜ୍ଞ ରାଷ୍ଟ୍ର ଭୁଲିବ ନାହିଁ । ସିଆରପିଏଫର ଶକ୍ତି ବଢାଇବା ପାଇଁ ଯାହା ଜରୁରୀ ସବୁ ପୁରା କରାଯାଇଛି ।

ଏହାବି ପଢନ୍ତୁ- CRPF 84th Raising Day: 'ଦେଶର ଅନ୍ତରୀଣ ସୁରକ୍ଷା କବଚ ସିଆରପିଏଫ ଯବାନ'

ସେପଟେ ସିଆରପିଏଫର 84 ତମ ସ୍ଥାପନା ଦିବସ ତଥା (ସିଆରପିଏଫ ଡେ) ଅବସରରେ ଆୟୋଜିତ ପ୍ୟାରେଡରେ ସାମିଲ ହୋଇଥିଲେ ସିଆରପିଏଫ ମହିଳା କମାଣ୍ଡୋ ୟୁନିଟର ବାଇକ ରାଇଡର୍ସ ଦଳ । ଆଜାଦୀ କା ଅମୃତ ମହୋତ୍ସବ ଚାଲିଥିବାରୁ ଏକ ସଚେତନାର ବାର୍ତ୍ତା ନେଇ ଏହି 75 ଜଣିଆ ଟିମ ଦିଲ୍ଲୀ ଇଣ୍ଡିଆ ଗେଟରୁ ଛତିଶଗଡ ପର୍ଯ୍ୟନ୍ତ 1848 କିମି ଦୂରତା 16 ଦିନରେ ଅତିକ୍ରମ କରି ଆଜି ଜଗଦଲପୁରରେ ପହଞ୍ଚିଥିଲେ । ଏହି ଟିମ 9 ମାର୍ଚ୍ଚରେ ଇଣ୍ଡିଆ ଗେଟ ଠାରୁ ଯାତ୍ରା ଆରମ୍ଭ କରି ଆଜି ଗୃହମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ମହିଳା କମାଣ୍ଡୋଙ୍କ ଏହି ଟିମ ଶାନ୍ତି, ମୈତ୍ରୀ, ସୁରକ୍ଷା ମହିଳା ସମ୍ମାନ ଓ ଦେଶପ୍ରେମର ବାର୍ତ୍ତା ନେଇ ଦସ୍ତା, ଆଗ୍ରା, ଗ୍ବାଲିୟର, ଶିବପୁରୀ, ଭୋପାଳ, ନାଗପୁର, ଭାନ୍ଦ୍ରା, ରାୟପୁର ଓ କୋଂଡାଗାଁଓ ଦେଇ ଜଗଦଲପୁରରେ ପହଞ୍ଚିଥିଲା ।

ଏହାବି ପଢନ୍ତୁ- କାଶ୍ମୀର ସୌନ୍ଦର୍ଯ୍ୟରେ ବିଭୋର ହେବେ ଟ୍ରେନଯାତ୍ରୀ, ୨୦୨୪ ସୁଦ୍ଧା ସରିବ ନିର୍ମାଣ କାର୍ଯ୍ୟ

ଅନ୍ୟପଟେ ପ୍ୟାରେଡ ପୂର୍ବରୁ ଗୃହମନ୍ତ୍ରୀ ଶାହ ସ୍ମୃତି ସ୍ଥଳକୁ ଯାଇ ସାରା ଦେଶରେ ସିଆରପିଏଫର ବୀରଗତି ପ୍ରାପ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସିଆରପିଏଫର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସାରା ଦେଶରୁ ସିଆରପିଏଫ ଯବାନ, ଗୃହମନ୍ତ୍ରଣାଳୟର ଅଧିକାରୀ, ସିଆରପିଏଫର ବରିଷ୍ଠ ଅଧିକାରୀ, ଛତିଶଗଡ ସରକାରଙ୍କ ଅଧିକାରୀ ଓ ସିଆରପିଏଫ ପରିବାର ସଦସ୍ୟ ମାନେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.