ETV Bharat / bharat

ରାହୁଲ ଗାନ୍ଧୀଙ୍କ ଅଟା ଲିଟର ବୟାନକୁ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ନୀତିକୁ ପ୍ରଶଂସା କରିବା ସହିତ ରାହୁଲ ଗାନ୍ଧୀ ଅଟାକୁ ଲିଟରରେ ଓଜନ କରୁଛନ୍ତି କହି କଟାକ୍ଷ କରିଥିଲେ । ଅଧିକ ପଢ଼ନ୍ତୁ

author img

By

Published : Sep 19, 2022, 11:53 AM IST

ଦେଶର ଜଣେ ନେତା ଅଟାକୁ ଲିଟରରେ ଓଜନ କରିବା ଦୁର୍ଭାଗ୍ୟଜନକ: ଜୟରାମ ଠାକୁର

ଶିମଲା: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ଅନ୍ତର୍ଗତ କରସୋଗରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀରେ କଂଗ୍ରେସ ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରୁଥିବାବେଳେ, ଦଳର ପୂର୍ବତନ ଅଧ୍ୟକ୍ଷ ଅଟାକୁ କିଲୋଗ୍ରାମ ବଦଳରେ ଲିଟରରେ ଓଜନ କରିଥିଲେ ବୋଲି କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ । ଏହି କାର୍ଯ୍ୟକ୍ରମରେ ଠାକୁର କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ନୀତିକୁ ପ୍ରଶଂସା ମଧ୍ୟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, "ଯେଉଁମାନେ କିଛି କିଣିବାକୁ ଦୋକାନକୁ ଯାଆନ୍ତି ନାହିଁ, ସେମାନେ ଅଟା କିମ୍ବା ଡାଲିକୁ କିପରି ଓଜନ କରାଯାଏ ଜାଣିପାରିବେ ନାହିଁ । ଯଦି ଦେଶରେ ଜଣେ ନେତା ଜାଣନ୍ତି ନାହିଁ କି ଅଟା ଲିଟରରେ ନୁହେଁ, କିଲୋରେ ବିକ୍ରି ହେଉଛି, ତେବେ ଏହା ଦେଶ ପାଇଁ ବଡ଼ ଦୁର୍ଭାଗ୍ୟ । ଗୋଟିଏ ପଟେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିବାବେଳେ, କଂଗ୍ରେସରେ ଦଳ ଛାଡ ଅଭିଯାନ ଦ୍ରୁତ ଗତିରେ ଚାଲିଛି ।" ଏହି କ୍ରମରେ ସେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି ।

ହିମାଚଳ ପ୍ରଦେଶରେ ମଧ୍ୟ କଂଗ୍ରେସ ସମାନ ସ୍ଥିତିରେ ଗତି କରୁଥିବା ଜୟରାମ ଠାକୁର କହିଛନ୍ତି । ସେ ହିମାଚଳ ପ୍ରଦେଶରେ ବେକାରୀ ସମସ୍ୟା ନେଇ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଜୟରାମଙ୍କ ଶାସନ କାଳରେ ଏହି ବେକାରୀ ବୃଦ୍ଧି ହୋଇନାହିଁ । ବରଂ କଂଗ୍ରେସ ଶାସନ କାଳରୁ ଏହି ବେକାରୀ ସମସ୍ୟା ଜାରି ରହିଛି ବୋଲି ସେ କହିଛନ୍ତି । ଯିଏ ଅଧିକ ଦିନ ପର୍ଯ୍ୟନ୍ତ କ୍ଷମତାରେ ରହିଛି, ଆଜି ସେହି ଦଳ ବେକାରୀଙ୍କ ସ୍ବାର୍ଥ ରକ୍ଷା କରିବାର ନାଟକ କରୁଛି ବୋଲି କହି କଟାକ୍ଷ କରିଛନ୍ତି ଜୟରାମ ଠାକୁର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.