ETV Bharat / bharat

Karnataka Polls: ଆଜି ସରୁଛି ପ୍ରଚାର, କ୍ୟାମ୍ପେନରେ କମ୍ପିବ କର୍ଣ୍ଣାଟକ - କର୍ଣ୍ଣାଟକ ନିର୍ବାଚନ 2023

ଆସନ୍ତା 10 ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ । ଏନେଇ ନିର୍ବାଚନ ଆୟୋଗଙ୍କ ସମେତ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ପ୍ରଚାରର ଶେଷ ଦିନ ଥିବାରୁ ପ୍ରମୁଖ ରାଜନୈତିକ ଦଳ ଶେଷ ଦିନରେ ନିର୍ବାଚନ ପ୍ରଚାର ଜୋରସୋର କରିବାକୁ ଅଣ୍ଟା ଭିଡିଛନ୍ତି । ଅଧିକ ପଢନ୍ତୁ

Karnataka Election 2023
କର୍ଣ୍ଣାଟକ ବିଧାନସଭା ନିର୍ବାଚନ
author img

By

Published : May 8, 2023, 10:58 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ । ଆସନ୍ତା 10 ତାରିଖରେ ଭୋଟ ଗ୍ରହଣ ହେବ । 224 ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଦେବ କର୍ଣ୍ଣାଟକ । ମାର୍ଚ୍ଚ 29 ତାରିଖରେ ନିର୍ବାଚନ ଆୟୋଗ ନିର୍ବାଚନୀ ତାରିଖ ଘୋଷଣା କରିବା ପରେ ପ୍ରମୁଖ ରାଜନୈତିକ ଦଳର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଥିଲା । ବିଜେପି, କଂଗ୍ରେସ ଓ ଜେଡି (ଏସ) ପ୍ରମୁଖ ରାଜନୈତିକ ଦଳର ଜନସଭା ରୋଡ ଶୋ'ରେ କମ୍ପିଥିଲା କର୍ଣ୍ଣାଟକ । କର୍ଣ୍ଣାଟକ କବଜା କରିବାକୁ ମାଳମାଳ ପ୍ରତିଶ୍ରୁତି ପେଡି ଖୋଲିଥିଲେ ଦଳ । ପ୍ରାର୍ଥୀ ନାମାଙ୍କନ ଭରିବା ପରେ ଡୋର ଟୁ ଡୋର ପ୍ରଚାର କରିଥିଲେ । ଆଜି ନିର୍ବାଚନୀ ପ୍ରଚାର ଶେଷ ଦିନ । ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ସମସ୍ତ ଦଳ ଜୋରସୋର ପ୍ରସ୍ତୁତି କରିଛନ୍ତି ।

ରାଜନୈତିକ ଦଳର ପ୍ରମୁଖ ନେତା କିଛି ଦିନ ହେବ କର୍ଣ୍ଣାଟକରେ ରୋଡ ଶୋ' ଜନସଭା କରି ପରସ୍ପରକୁ ଟାର୍ଗେଟ କରିଥିଲେ । କ୍ଷମତାସୀନ ବିଜେପି 39 ବର୍ଷ ପରମ୍ପରାକୁ ଭାଙ୍ଗି ଦକ୍ଷିଣ ଭାରତରେ ତାର ଗଡ ବଞ୍ଚାଇବା ପ୍ରୟାସରେ ଲାଗି ପଡିଛି । ସେହିପରି ଭାରତୀୟ ଜନତା ପାର୍ଟି କବଳରୁ କ୍ଷମତା ଛଡାଇ ନେବାକୁ କଂଗ୍ରେସ କଠିନ ପରିଶ୍ରମ କରୁଛି । 2024 ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ସ୍ଥିତି ମଜବୁତ କରିବାକୁ ପ୍ରୟାସ କରୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବା ଗୌଡାଙ୍କ ଜେଡି (ଏସ) ନିର୍ବାଚନୀ ପ୍ରଚାରରେ ତାର ସମସ୍ତ ଶକ୍ତି ଲଗାଇ ଦେଇଛି । କିଙ୍ଗମେକର ନୁହେଁ ବିଜୟୀ ହୋଇ କ୍ଷମତାକୁ ଆସିବା ଲକ୍ଷ୍ୟରେ ରହିଛି ଜେଡି (ଏସ) ।

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଡବଲ ଇଞ୍ଜିନ ସରକାର, ରାଷ୍ଟ୍ରୀୟ ମୁଦ୍ଦା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କେନ୍ଦ୍ରୀତ ଥିଲା । ସେହିପରି କଂଗ୍ରେସ ସ୍ଥାନୀୟ ମୁଦ୍ଦାକୁ ଅସ୍ତ୍ର କରି ନିର୍ବାଚନୀ ପ୍ରଚାର କରିଛି । କଂଗ୍ରେସ ଅଧ୍ୟକ୍ଷ୍ୟ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର ଶୀର୍ଷ ନେତା ନିର୍ବାଚନୀ ପ୍ରଚାର କରିଥିଲେ । ଜେଡି (ଏସ) ମଧ୍ୟ ତାର ପ୍ରଚାରରେ ସ୍ଥାନୀୟ ମୁଦ୍ଦାକୁ ପ୍ରାଥମିକତା ଦେଇଥିଲା । ଜେଡି (ଏସ) ନେତା ଏଚ.ଡି କୁମାରସ୍ବାମୀଙ୍କ ସହିତ ଦେବା ଗୌଡା ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ।

29 ଏପ୍ରିଲକୁ ପାଖାପାଖି 18ଟି ଜନସଭା ଏବଂ ରୋଡ ଶୋ' କରିଛନ୍ତି । ଚଳିତ ବର୍ଷ 7 ଥର କର୍ଣ୍ଣାଟକ ଗସ୍ତ କରି ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି (ରବିବାର) କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶେଷ ପ୍ରଚାର କରିଥିଲେ ମୋଦି । ଶିବମୋଗାରେ ଜନସଭାରୁ ସମ୍ବୋଧନ କରି କର୍ଣ୍ଣାଟକବାସୀଙ୍କ ସ୍ନେହ ଭଲ ପାଇବାକୁ ସୁଧ ସହ ଫେରାଇବି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦିଙ୍କ କର୍ଣ୍ଣାଟକ ଗସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢାଇବା ସହ ମତଦାତା ମଧ୍ୟରେ ବିଶ୍ବାସ ସୃଷ୍ଟି କରିଛି ।

ଦଳର ବାଜିମାତ ବାରି ହୋଇ ପଡୁଥିବା କହିଛନ୍ତି ଦଳୀୟ କର୍ମୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କର୍ଣ୍ଣାଟକ ଗସ୍ତ କରି ନିର୍ବାଚନୀ ପ୍ରଚାର କରି ରଣନୀତି ପ୍ରସ୍ତୁତ କରିଥିଲେ । 2008 ଓ 2018 ବିଧାନସଭା ନିର୍ବାଚନରେ ବିଜେପି ଏକ ବଡ ଦଳ ଭାବେ ଉଭା ହେବା ପରେ ବି ରାଜ୍ୟରେ ସରକାର ଗଠନ କରିବାକୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଏଥର ଦଳ ଜବରଦସ୍ତ କମବ୍ୟାକ ସହ ଜନାଦେଶର ଆଶା ରଖିଛି । 150 ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି ।

ସେପଟେ ସତ୍ତା ଖୋଜୁଥିବା କଂଗ୍ରେସ ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏକ ବଡ ଚାଲେଞ୍ଜ ହେବାକୁ ଯାଉଛି । ଭାଜପା ନିକଟରୁ ସତ୍ତା ଛଡାଇ ଆଣିବା କଂଗ୍ରେସ ପାଇଁ 2024 ପାଇଁ ମନୋବଳ ବଢାଇବା ସଦୃଶ ହେବ । ଏହି ନିର୍ବାଚନରେ ବିଜୟ ହାସଲ କରି ବର୍ଷ ଶେଷରେ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହେବାକୁ ଥିବା ନିର୍ବାଚନରେ ଭାଜପାର ମୁକାବିଲା କରିବାକୁ ଦଳୀୟ କର୍ମୀଙ୍କ ମଧ୍ୟରେ ଉର୍ଜା ଦେବାକୁ ଲକ୍ଷ୍ୟ ରଖିଛି ।

ନିର୍ବାଚନୀ ପ୍ରଚାର ଆରମ୍ଭରେ ପ୍ରଦେଶ ନେତା ସିଦ୍ଧରମୟା ଓ ଡିକେ କୁମାରସ୍ବାମୀ ପ୍ରଚାର ମଙ୍ଗ ଧରିଥିଲେ । ପରେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ କଂଗ୍ରେସ ଅଧ୍ୟକ୍ଷଙ୍କ ପ୍ରତିଷ୍ଠାର ଲଢେଇ ହେବାକୁ ଯାଉଛି । କଂଗ୍ରେସ ମଧ୍ୟ 150 ଆସନ ହାତେଇବାକୁ ଟାର୍ଗେଟ ରଖିଛି ।

ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ଦିନର ଗୋଟିଏ ଗୋଟିଏ ମିନିଟ ସମସ୍ତ ରାଜନୈତିକ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଛି । ନିର୍ବାଚନୀ ପ୍ରଚାର ଅନ୍ତିମ ଦିନରେ ପ୍ରତି ଭୋଟରଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରିବେ ତିନି ରାଜନୈତିକ ଦଳ । 224 ଆସନରେ ମଇ 10 ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା 5 କୋଟି 21 ଲକ୍ଷ 73 ହଜାର 579 ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ମଇ 13 ତାରିଖରେ ଭୋଟ ଗଣନା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.