ETV Bharat / bharat

ICUରେ ଲାଲୁ ଯାଦବ, ଆରୋଗ୍ୟ କାମନା କରିବାକୁ ନିବେଦନ କଲେ ଝିଅ

author img

By

Published : Jul 5, 2022, 11:41 AM IST

ICUରେ ଚିକିତ୍ସିତ ହେଉଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ବାପାଙ୍କ ଆରୋଗ୍ୟ କାମନା କରିବାକୁ ଟ୍ବିଟ କରି ନିବେଦନ କଲେ ଲାଲୁଙ୍କ ଝିଅ । ଅଧିକ ପଢନ୍ତୁ

ICUରେ ଲାଲୁ ଯାଦ, ଆରୋଗ୍ୟ କାମନା କରିବାକୁ ସମସ୍ତଙ୍କୁ ନିବେଦନ କଲେ ଝିଅ

ପାଟଣା: ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ନିଜ ଘରେ ସିଡ଼ିରେ ଚଢୁଥିବାବେଳେ ଖସି ପଡ଼ିବାରୁ ତାଙ୍କ ଡାହାଣ କାନ୍ଧ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ହାତ ହାଡ ଭାଙ୍ଗି ଯାଇଥିବାରୁ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସ୍ବାସ୍ଥ୍ୟ ସ୍ଥିର ଥିବା ହସ୍ପିଟାଲ ତରଫରୁ ସୂଚନା ମିଳିଛି ।

ରବିବାର ସନ୍ଧ୍ୟାରେ ଲାଲୁ ତାଙ୍କ ବାସଭବନରେ ଥିବା ସିଡ଼ିରୁ ଖସିପଡିଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ କାନକରବାଗର ଏକ ଡାକ୍ତରଖାନା ନିଆଯାଇଥିଲା ପରେ ସେଠାରୁ ରବିବାର ବିଳମ୍ବିତ ରାତିରେ ତାଙ୍କୁ ପାରାସରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ଲାଲୁ ପ୍ରସାଦ ହସ୍ପିଟାଲରେ ଭର୍ତ୍ତି ହେବାପରେ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ପରିବାର । ହସ୍ପିଟାଲରେ ଅନେକ ନେତା ମଧ୍ୟ ଲାଲୁଙ୍କୁ ଭେଟି ଆରୋଗ୍ୟ କାମନା କରିଛନ୍ତି ।

ଲାଲୁଙ୍କ ଝିଅ ରୋହିଣି ଆଚାର୍ଯ୍ୟ ଟ୍ବିଟ କରି କହିଛନ୍ତି ଯେ ଗରିବଙ୍କ ପାଇଁ ସ୍ବର ଉଠାଇଥିବା ବ୍ୟକ୍ତିଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ସେ କହିଛନ୍ତି । ଲାଲୁ ଅନେକ ରୋଗରେ ପୀଡିତ ଥିବାବେଳେ ସବୁଠାରୁ ବଡ ସମସ୍ୟା ହେଉଛି ମଧୁମେହ ଏବଂ ରକ୍ତଚାପ । ତାଙ୍କୁ ଚିକିତ୍ସା କରୁଥିବା ଉଭୟ ବରିଷ୍ଠ ଡାକ୍ତରଙ୍କ ଅନୁଯାୟୀ ଲାଲୁ ପ୍ରସାଦ 15 ଟି ରୋଗରେ ପୀଡିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.