ETV Bharat / bharat

ଦେଶରେ ବଢୁଛି କୋରୋନା ସଂକ୍ରମଣ, 10 ରାଜ୍ୟକୁ ଗାଇଡଲାଇନ ଜାରି

ଦେଶର କିଛି ସ୍ଥାନରେ ନୂଆ ଷ୍ଟ୍ରେନ ମଧ୍ୟ ସୃଷ୍ଟି ହୋଇଥିବା ସୂଚନା ମିଳିଲାଣି । ଏସବୁକୁ ଦୃଷ୍ଟିରେ ରଖି 10 ରାଜ୍ୟକୁ ଉଚ୍ଚସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ଟିମ ପଠାଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

author img

By

Published : Feb 24, 2021, 5:18 PM IST

ଦେଶରେ ବଢୁଛି କୋରୋନା ସଂକ୍ରମଣ, 10 ରାଜ୍ୟକୁ ଗାଇଡଲାଇନ ଜାରି
ଦେଶରେ ବଢୁଛି କୋରୋନା ସଂକ୍ରମଣ, 10 ରାଜ୍ୟକୁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ ମାମଲା । କୋରୋନା ବିପର୍ଯ୍ୟୟକୁ ବର୍ଷେ ପୁରିବାକୁ ଯାଉଥିବା ବେଳେ ପୂନର୍ବାର କାୟା ବିସ୍ତାର କରିବାରେ ଲାଗିଛି ଭାଇରସ । ଦେଶର କିଛି ସ୍ଥାନରେ ନୂଆ ଷ୍ଟ୍ରେନ ମଧ୍ୟ ସୃଷ୍ଟି ହୋଇଥିବା ସୂଚନା ମିଳିଲାଣି । ଏସବୁକୁ ଦୃଷ୍ଟିରେ ରଖି 10 ରାଜ୍ୟକୁ ଉଚ୍ଚସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ଟିମ ପଠାଇଛନ୍ତି କେନ୍ଦ୍ର ସରକାର । ସତର୍କତା ଦୃଷ୍ଟିରୁ ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଜମ୍ମୁ କାଶ୍ମୀରକୁ ଗାଇଡଲାଇନ ଜାରି ହୋଇଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଜିଲ୍ଲାଗୁଡିକରେ ନିୟମିତ ସ୍ଥିତି ସମୀକ୍ଷା କରିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖାସ କରି କିଛି ଜିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଟେଷ୍ଟ କମିଥିବା ନଜର ଆସୁଛି ।

ସେପଟେ ଅଚାନକ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧିକୁ ଦେଖି ଅନେକ ରାଜ୍ୟ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ଏହା ଏଥିପାଇଁ ହୋଇଛି କାରଣ ଗତ ସପ୍ତାହରେ 5ଟି ରାଜ୍ୟରେ 88 ପ୍ରତିଶତ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ବୃଦ୍ଧି ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବ ସାମିଲ ରହିଛି ।

ଦେଶର ମୋଟ କୋରୋନା ମାମଲାର 75 ପ୍ରତିଶତ କେବଳ ମହାରାଷ୍ଟ୍ର ଓ କେରଳର ସାମ୍ନାକୁ ଆସିଛି । ସେପଟେ ଯେଉଁମାନେ ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବରୁ ରାଜଧାନୀ ଦିଲ୍ଲୀକୁ ଆସୁଛନ୍ତି ସେମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାରଙ୍କ ଅଫିସିଆଲ ସୂତ୍ର ଅନୁଯାୟୀ ଏହି ଗାଇଡଲାଇନ ଫେବୃଆରୀ 26ରୁ ମାର୍ଚ୍ଚ 15 ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସେହପରି ଦିଲ୍ଲୀକୁ ଯେଉଁ ଯାତ୍ରୀ ଆସୁଛନ୍ତି ସେମାନଙ୍କୁ ରାଜଧାନୀରେ ପ୍ରବେଶ କରିବାର 72 ଘଣ୍ଟା ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ଅନ୍ୟପକ୍ଷେ କର୍ଣ୍ଣାଟକ ସମେତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ସମାନ ଗାଇଡଲାଇନ ଜାରି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.