ETV Bharat / bharat

NDA ମେଣ୍ଟରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ

ଆଜି NDA ମେଣ୍ଟରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ । ଜେଡିଏସ ନେତା ଏଚଡି କୁମାରସ୍ବାମୀ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 22, 2023, 5:34 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ଆଜି ବିଧିବଦ୍ଧ ଭାବେ ସାମିଲ ହେଲା ଜନତା ଦଳ ସିକ୍ୟୁଲାର (JDS) । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ବାମୀ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ରହିଥିଲେ । ଏହାସହିତ ଆସନ୍ତା ୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟରେ ସାଧାରଣ ନିର୍ବାଚନକୁ ମୈଦାନକୁ ଓହ୍ଲାଇବ ଜେଡିଏସ ।

  • #WATCH | Former Karnataka CM and JDS leader HD Kumaraswamy meets Union Home Minister Amit Shah in Delhi. JDS to formally join the National Democratic Alliance (NDA).

    BJP President JP Nadda and Goa CM Pramod Sawant are also present during the meeting. pic.twitter.com/7SpdnoWFSJ

    — ANI (@ANI) September 22, 2023 " class="align-text-top noRightClick twitterSection" data=" ">

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚଡି ଦେବେ ଗୌଡା ଓ ତାଙ୍କ ପୁଅ କୁମାରସ୍ବାମୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଗତକାଲି (ଗୁରୁବାର) ଭେଟିଥିଲେ । ଏହି ସମୟରେ କର୍ଣ୍ଣାଟକର ରାଜନୀତି ବାତାବରଣ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଆସନ୍ତା ୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟରେ ସାଧାରଣ ନିର୍ବାଚନକୁ ମୈଦାନକୁ ଓହ୍ଲାଇବ ବୋଲି ଜେଡିଏସ ଆଲୋଚନା କରିଥିଲା ।

ଏହା ବି ପଢନ୍ତୁ- 2024 ରେ BJP-JDS ମେଣ୍ଟ ଘୋଷଣା କଲେ ଦେବେଗୌଡା, କହିଲେ ଆଞ୍ଚଳିକ ଦଳର ସୁରକ୍ଷା ପାଇଁ ମେଣ୍ଟ ଜରୁରୀ

ସୂଚନା ଥାଉ କି ଗତ ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ଜେଡିଏସ ୧୯ଟି ଆସନ ହାତେଇଥିଲା । ଯାହାକି ଇତିହାସରେ ଦଳର ସବୁଠୁ ଖରାପ ପ୍ରଦର୍ଶନ ଥିଲା । କଂଗ୍ରେସ ବହୁମତ ସହିତ ନିର୍ବାଚନ ଜିତି କର୍ଣ୍ଣାଟକରେ ସରକାର ଗଠନ କରିଥିବା ବେଳେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅନ୍ୟପଟେ ଦିଲ୍ଲୀରେ NDA ବୈଠକ ବା ଜୁଲାଇରେ ବେଙ୍ଗାଲୁରୁରେ ବସିଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଜେଡିଏସକୁ ନିମନ୍ତ୍ରିତ କରାଯାଇନଥିଲା । ଉଭୟ ମେଣ୍ଟର ବୈଠକରେ ଜେଡିଏସ ଯୋଗଦାନ କରିନଥିଲା ।

ଏହା ବି ପଢନ୍ତୁ- ବିଜେପିକୁ ସମର୍ଥନ ଦେବ ଜେଡିଏସ !

ପୂର୍ବରୁ ଦେବେ ଗୌଡା କହିଥିଲେ ଯେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ତାଙ୍କ ଦଳକୁ ମେଣ୍ଟ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରଧାନମନ୍ତ୍ରୀ ମୋଦି ନିଜେ କୁମାରାସ୍ବାମୀଙ୍କୁ ମେଣ୍ଟ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ କୁମାରାସ୍ବାମୀ ଏଥିରେ ସହମତି ପ୍ରକାଶ କରିନଥିଲେ । କ୍ଷମତାକୁ ଆସିବା ଜେଡିଏସ କୌଣସି ବଡ଼ କଥା ନୁହେଁ ବୋଲି ସେତେବେଳେ କୁମାରାସ୍ବାମୀ ଅନୁଭବ କରିଥିଲେ । ହେଲେ ଆଞ୍ଚଳିକ ଦଳକୁ ସୁରକ୍ଷିତ ରଖିବାକୁ ହେଲେ ଏବେ ବିଜେପି ସହ ମେଣ୍ଟ ନିଷ୍ପତ୍ତି ଜରୁରୀ । 2024ରେ ଦୁଇ ଦଳ ଏକାଠି ନିର୍ବାଚନ ଲଢିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.