ETV Bharat / bharat

ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ରାୟକୁ ମମତାଙ୍କ ଚ୍ୟାଲେଞ୍ଜ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

author img

By

Published : Jun 22, 2021, 9:50 AM IST

ନାରଦା ଷ୍ଟ୍ରିଙ୍ଗ ମାମଲାରେ ପଶ୍ଚିମବଙ୍ଗ ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେଲେ ମମତା । ଆଜି ମାମଲାର ଶୁଣାଣି । ଅଧିକ ପଢନ୍ତୁ..

ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ରାୟକୁ ମମତାଙ୍କ ଚ୍ୟାଲେଞ୍ଜ, ଆଜି ସୁପ୍ରିକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବେଦନର ଶୁଣାଣି ଆଜି(ମଙ୍ଗଳବାର) ସୁପ୍ରିମକୋର୍ଟରେ ହେବ । ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ 4 ତୃଣମୂଳ କଂଗ୍ରେସ ନେତାଙ୍କ ଜାମିନ ଖାରଜ ହେବା ପରେ କୋଲକାତା ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ମମତା ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଛନ୍ତି । ଏହି ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ କରାଯିବ ।

ସୁପ୍ରିମକୋର୍ଟ ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଅନିରୁଦ୍ଧ ବୋସଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ମୁଖ୍ୟମନ୍ତ୍ରୀ ମମତାଙ୍କ ଓକିଲ ଆସ୍ଥା ଶର୍ମା ପଶ୍ଚିମବଙ୍ଗ ହାଇକୋର୍ଟ ବିରୋଧରେ ମାମଲା ରୁଜୁ କରିଛନ୍ତି । ପଶ୍ଚିମବଙ୍ଗ ହାଇକୋର୍ଟ ନ୍ୟାୟିକ ବ୍ୟବସ୍ଥା ବିରୁଦ୍ଧରେ ଯାଇ ରାୟ ଶୁଣାଇଛନ୍ତି । ଘଟଣା ସମ୍ପର୍କରେ ଆବେଦନକାରୀଙ୍କ ବିରୋଧରେ ସିବିଆଇ ଦେଇଥିବା ଅଭିଯୋଗ ପରସ୍ପର ବିରୋଧୀ ଏବଂ କୋର୍ଟକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରାଯାଇଛି ବୋଲି ମମତାଙ୍କ ଓକିଲ ଅଭିଯୋଗ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମମତା ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.