ETV Bharat / bharat

Nuh violence: ବୁଲଡୋଜର ଆକ୍ସନ ଉପରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ରୋକ - ହରିୟାଣା ନୁହ ହିଂସା

ହରିୟାଣା ନୁହ ହିଂସାରେ ପରେ ପ୍ରଶାସନର ବୁଲଡୋଜର ଆକ୍ସନ ଉପରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ରୋକ । ଜୁଲାଇ ୩୧ ତାରିଖରେ ଧାର୍ମିକ ଶୋଭାଯାତ୍ରା ବେଳେ ହିଂସାରେ ଯାଇଥିଲା 6 ଜୀବନ । ଅଧିକ ପଢନ୍ତୁ

Nuh violence: ବୁଲଡୋଜର ଆକ୍ସନ ଉପରେ ପଞ୍ଜାବ-ହରିୟାଣା ହାଇକୋର୍ଟ ରୋକ

author img

By

Published : Aug 7, 2023, 10:07 PM IST

ଚଣ୍ଡିଗଡ: ହରିୟାଣାର ନୁହ ଜିଲ୍ଲାରେ ଧାର୍ମିକ ଶୋଭାଯାତ୍ରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ପରେ ହିଂସାସ୍ଥାନରେ ବେଆଇନ ଜବରଦଖଲ ଉପରେ ଆରମ୍ଭ ହୋଇଥିଲା ବୁଲଡୋଜର ଆକ୍ସନ । ହେଲେ ଏହାକୁ ଆଜି ପଞ୍ଜାବ-ହରିୟାଣା ହାଇକୋର୍ଟ ରୋକ ଲଗାଇଛନ୍ତି । ତୁରନ୍ତ ଏହି ଉଚ୍ଛେଦ ଡ୍ରାଇଭ ବନ୍ଦ କରିବାକୁ ସ୍ଥାନୀୟ ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହିଂସା ପରେ ବେଆଇନ ଜବରଦଖଲ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା ସ୍ଥାନୀୟ ପ୍ରଶାସନ । ଏପର୍ଯ୍ୟନ୍ତ 57 ଏକର ଜମି 35ଟି ସ୍ଥାନକୁ ନୋଟିସ କରିବା ସହ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନର ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ମାମଲା କୋର୍ଟରେ ପହଞ୍ଚିଥିଲା । ଆଜି ଏହି ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ନୁହ ଜିଲ୍ଲାରେ ଉଚ୍ଛେଦ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଗତମାସ (ଜୁଲାଇ) ୩୧ ତାରିଖରେ ହରିୟାଣାର ନୁହରେ ବ୍ରଜମଣ୍ଡଳ ଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ହିଂସାକାଣ୍ଡରେ ୨ ଜଣ ହୋମଗାର୍ଡଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନୁହ, ପଲୱଲ, ଫରିଦାବାଦ, ମାନେସର, ସୋହନା ଏବଂ ପଟୌଦି ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଥିଲୋ । ଏଥିସହିତ ୨୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ନୁହ ହିଂସାକାଣ୍ଡକୁ ନେଇ ୬ଟି ଭିନ୍ନ ଭିନ୍ନ ମାମଲା କୋର୍ଟରେ ରୁଜୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-Nuh violence: ବଦଳିଲେ SP-DC, ବେଆଇନ ଜବରଦଖଲ ଉପରେ ଚାଲିଲା ବୁଲଡୋଜର

ନୁହ ହିଂସାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ ହିଂସାକାଣ୍ଡରେ ଏଯାବତ ୧୦୨ ଏତଲା ରୁଜୁ ହୋଇଛି । ଏହାସହ ୨୦୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୮୦ ଜଣଙ୍କୁ ପଚରାଉଚରା କରିବା ପରେ ହେପାଜତକୁ ନିଆଯାଇଛି । ଏହି ହିଂସାକାଣ୍ଡରେ ଦୋଷୀଙ୍କ ବିରୋଧରେ ଯେପରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ହରିୟାଣା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀଙ୍କୁ ଦଣ୍ଡିତ କରିବା ଲାଗି ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ମଧ୍ୟ ସଂଗ୍ରହ କରୁଛି ପୋଲିସ । ଏବେ ଏହି ହିଂସାକାଣ୍ଡ ଓ ପ୍ରଶାସନର ପରବର୍ତ୍ତୀ ବୁଲଡୋଜର ଆକ୍ସନ କୋର୍ଟରେ ପହଞ୍ଚିଛି । ଏହି ହିଂସା ପଛରେ ଆତଙ୍କୀ ଲିଙ୍କ ଥିବା ଅଭିଯୋଗ କରି ହିନ୍ଦୁ ସଂଗଠନ କେନ୍ଦ୍ରୀୟ ଏଜେନ୍ସି ଏନଆଇଏ ଦ୍ବାରା ଯାଞ୍ଚ କରିବା ପାଇଁ ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.