ETV Bharat / bharat

କୋର୍ଟଙ୍କ ଚର୍ଚ୍ଚିତ ରାୟ: ଦୁଇ ପତ୍ନୀଙ୍କ ସହ 3ଦିନ ଲେଖାଏଁ ରହିବେ ସ୍ବାମୀ, ଅବଶିଷ୍ଟ ଗୋଟିଏ ଦିନ ଇଚ୍ଛା ଅନୁସାରେ

author img

By

Published : Mar 14, 2023, 9:59 PM IST

ଚର୍ଚ୍ଚାରେ ଗ୍ୱାଲିଅର ଫ୍ୟାମିଲି କୋର୍ଟଙ୍କ ରାୟ । ଦୁଇ ପତ୍ନୀଙ୍କ ମଧ୍ୟରେ ସ୍ବାମୀଙ୍କୁ ବାଣ୍ଟିଲେ । ଦୁଇ ପତ୍ନୀଙ୍କ ସହ 3 ଦିନ ଲେଖାଏଁ ରହିବ ସ୍ବାମୀ, ଅବଶିଷ୍ଟ ଗୋଟିଏ ଦିନ ଇଚ୍ଛା ଅନୁସାରେ । ଅଧିକ ପଢନ୍ତୁ

କୋର୍ଟଙ୍କ ବିରଳ ରାୟ: ଦୁଇ ପତ୍ନୀଙ୍କ ସହ 3 ଦିନ ଲେଖାଏଁ ରହିବ ସ୍ବାମୀ, ଅବଶିଷ୍ଟ ଗୋଟିଏ ଦିନ ଇଚ୍ଛା ଅନୁସାରେ

ଦୁଇ ପତ୍ନୀଙ୍କ ସହ 3 ଦିନ ଲେଖାଏଁ ରହିବ ସ୍ବାମୀ, ଅବଶିଷ୍ଟ ଗୋଟିଏ ଦିନ ଇଚ୍ଛା ଅନୁସାରେ

ଭୋପାଲ: ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ପରିବାର ମଧ୍ୟରେ ଜମିଜମା-ସମ୍ପତ୍ତି ଏବଂ ସୁନା-ରୂପା ଆବଣ୍ଟନର ବିବାଦୀୟ କାହାଣୀ ଶୁଣିଥିବେ । ହେଲେ ମଧ୍ୟ ପ୍ରଦେଶ ଗ୍ୱାଲିଅରରେ ଏପରି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାମଲାର ଜଟିଳତା ବ୍ୟତୀତ କୋର୍ଟଙ୍କ ପ୍ରଦତ୍ତ ରାୟ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି । ଦୁଇ ପତ୍ନୀଙ୍କ ବିବାଦ ମଧ୍ୟରେ ସ୍ବାମୀଙ୍କୁ ଦୁଇଜଣଙ୍କୁ ସହ ସମାନ ଭାବେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାମୀ ପ୍ରତ୍ୟେକ ପତ୍ନୀଙ୍କ ନିକଟରେ ସପ୍ତାହରେ 3 ଦିନ ଲେଖାଏଁ ରହିବେ । ସେହିପରି ସପ୍ତାହକରୁ ଅବଶିଷ୍ଟ ଗୋଟିଏ ଦିନ ସେ ତାଙ୍କ ଇଚ୍ଛା ମୁତାବକ ରହିପାରିବେ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁସାରେ, ସ୍ବାମୀ ହରିୟାଣାର ଏକ କମ୍ପାନୀରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । 2018 ରେ ସେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହ ପରେ ସେମାନେ ପରସ୍ପର ସହ ରହୁଥିଲେ, କିନ୍ତୁ 2020 ରେ କୋରୋନା କାଳରେ ଲକଡାଉନ ହେବା କାରଣରୁ ସେ ପତ୍ନୀଙ୍କୁ ଗ୍ୱାଲିଅରରେ ଥିବା ତାଙ୍କ ବାପଘରେ କିଛି ଦିନ ରହିବା ପାଇଁ ଛାଡି ଯାଇଥିଲେ । ହେଲେ କୋଭିଡ ପରବର୍ତ୍ତୀ ସ୍ଥିତିରେ ସ୍ବାମୀ ଆଉ ପତ୍ନୀଙ୍କୁ ନେବାକୁ ଆସିଲେନି । ଅନ୍ୟପଟେ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ସହକର୍ମୀ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ସେ ଦ୍ୱିତୀୟ ଥର ପାଇଁ ଉକ୍ତ ମହିଳାଙ୍କୁ ବିବାହ କରି ସେଠାରେ ହିଁ ରହୁଥିଲେ ।

ଅନ୍ୟପଟେ ବାପ ଘରେ ବର୍ଷାଧିକ କାଳ ଅପେକ୍ଷା କରିଥିବା ପତ୍ନୀ ସ୍ୱାମୀଙ୍କୁ ଖୋଜିବାକୁ ହରିୟାଣାର ଉକ୍ତ କମ୍ପାନୀରେ ପହଞ୍ଚିଲେ । ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସ୍ୱାମୀ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସହ 2ୟ ବିବାହ କରିଛନ୍ତି । ଏହା ପରେ ମାମଲା ଗ୍ୱାଲିଅର ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲା । ତେବେ ଏହି ମାମଲାରେ କୋର୍ଟ କହିଛନ୍ତି, ସ୍ବାମୀ ଦୁଇ ପତ୍ନୀଙ୍କୁ ଗୁରୁତ୍ବ ଦେବା ସହ ଉଚିତ ସମୟ ମଧ୍ୟ ଦେବେ । କାଉନସେଲିଂ ମାଧ୍ୟମରେ ନିଷ୍ପତ୍ତି ନିଆଗଲା ଯେ, ସ୍ୱାମୀ ଗୋଟିଏ ପତ୍ନୀଙ୍କ ସହିତ 3 ଦିନ ରହିବେ ଏବଂ ଅନ୍ୟ ପତ୍ନୀଙ୍କ ସହିତ ମଧ୍ୟ 3 ଦିନ ରହିବେ। ଅନ୍ୟ ଗୋଟିଏ ଦିନ ତଥା ରବିବାର ସେ ନିଜ ଇଚ୍ଛା ଅନୁସାରେ ରହିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.