ETV Bharat / bharat

ରାଜ୍ୟସଭାରେ ଆଜାଦଙ୍କ ଶେଷ ଦିନ: ମୋଦିଙ୍କ ପ୍ରଶଂସା, କହିଲେ ଭାରତୀୟ ମୁସଲିମ ରୂପେ ଗର୍ବିତ

author img

By

Published : Feb 9, 2021, 5:13 PM IST

Updated : Feb 9, 2021, 5:53 PM IST

ଗୁଲାମ ନବୀ ମଧ୍ୟ ନିଜ ବିଦାୟୀ ଅଭିଭାଷଣରେ ଅନେକ ସ୍ମୃତି ଉଲ୍ଲେଖ କରି ଲମ୍ବା ରାଜନୈତିକ ଅନୁଭବର କିଛି ଅଂଶ ଗୃହରେ ରଖିଥିଲେ । ଗୁଲାମ ନବୀ ବିଦାୟୀ ଭାଷଣ ଦେଇ କହିଥିଲେ ସେ ମାହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ମୌାଲାନା ଆଜାଦଙ୍କ ଠାରୁ ଶିଖିଛନ୍ତି । ସେହିପରି ନିଜ ଅଭିଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀଙ୍କୁ ମନେ ପକାଇ ସେମାନଙ୍କ ପାଇଁ ଆଜି ସେ ଯାହା କିଛି ହୋଇଛନ୍ତି ବୋଲି କହିଥିଲେ । ଅଧିକ ପଢନ୍ତୁ...

ଶେଷ ହେଲା ଗୁଲାବ ନବୀ ଆଜାଦଙ୍କ କାର୍ଯ୍ୟକାଳ, ଶେଷ ଦିନରେ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ଆଜି ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଛି । ଗୁଲାମଙ୍କ ସହ ଜମ୍ମୁ କାଶ୍ମୀରର ଅନ୍ୟ 3 ଜଣ ସାଂସଦଙ୍କ ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଛି । ଆଜି ମଙ୍ଗଳବାର 4 ଜଣ ସାଂସଦଙ୍କୁ ଗୃହରୁ ବିଦାୟ ଦିଆଯାଇଥିବା ବେଳେ ଗୁଲାମ ନବୀ ଆଜାଦଙ୍କୁ ପ୍ରଶଂସାରେ ପୋତିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି । ଏପରିକ ପ୍ରଧାନମନ୍ତ୍ରୀ ନିଜ ଭାଷଣ ବେଳେ କୋହ ସମ୍ବରଣ କରିପାରିନଥିଲେ ।

ରାଜ୍ୟସଭାରେ ଆଜାଦଙ୍କ ଶେଷ ଦିନ: ମୋଦିଙ୍କ ପ୍ରଶଂସା, କହିଲେ ଭାରତୀୟ ମୁସଲିମ ରୂପେ ଗର୍ବିତ

ଶେଷରେ ଗୁଲାମ ନବୀ ମଧ୍ୟ ନିଜ ବିଦାୟୀ ଅଭିଭାଷଣରେ ଅନେକ ସ୍ମୃତି ଉଲ୍ଲେଖ କରି ଲମ୍ବା ରାଜନୈତିକ ଅନୁଭବର କିଛି ଅଂଶ ଗୃହରେ ରଖିଥିଲେ । ଗୁଲାମ ନବୀ ବିଦାୟୀ ଭାଷଣ ଦେଇ କହିଥିଲେ ସେ ମାହାତ୍ମା ଗାନ୍ଧୀ ପଣ୍ଡିତ ଜବାହାରଲାଲ ନେହେରୁ ମୌାଲାନା ଆଜାଦଙ୍କ ଠାରୁ ଶିଖିଛନ୍ତି । ସେହିପରି ନିଜ ଅଭିଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀଙ୍କୁ ମନେ ପକାଇ ସେମାନଙ୍କ ପାଇଁ ଆଜି ସେ ଯାହା କିଛି ହୋଇଛନ୍ତି ବୋଲି କହିଥିଲେ ।

ଗୁଲାମ ନବୀ କହିଥିଲେ ସେ କାଶ୍ମୀରର ସବୁଠାରୁ ବଡ କଲେଜ ଏସପି କଲେଜର ଛାତ୍ର ଥିଲେ । ସେଠାରେ ଉଭୟ ଭାରତ ଓ ପାକିସ୍ତାନର 14 ଅଗଷ୍ଟ ଓ 15 ଅଗଷ୍ଟ ପାଳନ କରାଯାଉଥିଲା । ସେହିପରି ଗୁଲାମ କହିଥିଲେ ମୁଁ ଖୁସି ଯେ ମୁଁ ମୋ ଜୀବନରେ କେବେ ପାକିସ୍ତାନ ଯାଇ ନାହିଁ । ମୁଁ ଗର୍ବ ଅନୁଭବ କରୁଛି ଯେ ମୁଁ ହିନ୍ଦୁସ୍ତାନର ମୁସଲମାନ । କାରଣ ଅନେକ ମୁସଲମାନ ଦେଶରେ ନିଜ ନିଜ ମଧ୍ୟରେ ଲଢେଇ ଜାରି ରହିଛି । କେବଳ ହିନ୍ଦୁସ୍ତାନରେ ସମସ୍ତ ଧର୍ମର ଲୋକ ଏକାଠି ରୁହନ୍ତି । ତେଣୁ ବିଶ୍ବର ଯଦି କୌଣସି ମୁସଲମାନର ଗୌରବ ଯଦି ହେବ ତାହା କେବଳ ହିନ୍ଦୁସ୍ତାନ ମୁସଲମାନଙ୍କର ହେବ କହିଥିଲେ ଗୁଲାମ । ସେହିପରି ଅନେକ ମୁସଲମାନ ରାଷ୍ଟ୍ରର ଉଦାହରଣ ନେଇ କହିଥିଲେ ଯେଉଁ ରାଷ୍ଟ୍ରରେ ଏହି ସବୁ ଘଟୁଛି ସେଠି ନା ହିନ୍ଦୁ ଅଛନ୍ତି ନା ଶିଖ ନା ଇସାଇ । କେବଳ ନିଜ ନିଜ ମଧ୍ୟରେ ଲଢେଇ କରି ସେମାନେ ବିପଦ ସୃଷ୍ଟି କରୁଛନ୍ତି । ଆଲ୍ଲା କରନ୍ତୁ ଆମ ଉପରେ ଏହା କେବେ ପଡୁନାହିଁ ।

ସେହିପରି ରାଜନୀତି ଜୀବନର ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଅବତାରଣ କରିବା ସହ 5 ଜଣ ପ୍ରଧାନମନ୍ତ୍ରୀଙ୍କ ଅଧିନରେ ସେ କାମ କରିଥିବା କହିଥିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ସରକାର କିଭଳି ସଂଖ୍ୟା ଗରିଷ୍ଠତା ନଥାଇ ସୁଦ୍ଧା କେମିତି 5 ବର୍ଷ ଶାସନ କଲେ ତାହା ସବୁ ରାଜନୈତିକ ଦଳ ଶିଖିବା ଦରକାର ବୋଲି କହିଛନ୍ତି ।

ସେହିପରି ବର୍ତ୍ତମାନର ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଭାବ ପ୍ରବଣ ହୋଇପଡିଥିଲେ । ପ୍ରଧାନମନ୍ତ୍ରୀ ମୋଦି ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ଜମ୍ମୁ କାଶ୍ମୀର ବିକାଶ ପାଇଁ କେବେ କୁଣ୍ଠାବୋଧ କରି ନାହାଁନ୍ତି । ସେ ଜମ୍ମୁ କାଶ୍ମୀରବାସୀଙ୍କ ପାଇଁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଯାହା ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ତାହା ଗ୍ରହଣ କରିଛନ୍ତି ବୋଲି କହିଥିଲେ । ସେହିପରି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ଭାବେ ପ୍ରଧାନମନ୍ତ୍ରୀ ଘୋଷଣା କରିବେ ବୋଲି ସେ ଆଶା କରିଥିଲେ । ପରିଶେଷରେ ସମସ୍ତ ସାଂସଦ, ରାଜ୍ୟସଭା ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସାଥି ସାଂସଦ ଅଧିକାରୀ କର୍ମଚାରୀ, ସୁରକ୍ଷାକର୍ମୀ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2021, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.