ETV Bharat / bharat

କାନାଡ଼ାରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ - କାନାଡ଼ାରେ ଗୁଜରାଟ ଛାତ୍ରଙ୍କ ମୃତ୍ୟୁ

କାନାଡ଼ାରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଗତ ମେ ୫ ତାରିଖରୁ ନିଖୋଜ ଥିବାବେଳେ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

indian student found dead in Canada
କାନାଡ଼ାରେ ଗୁଜରାଟ ଛାତ୍ରଙ୍କ ମୃତ୍ୟୁ
author img

By

Published : May 14, 2023, 8:48 PM IST

ଗାନ୍ଧୀନଗର: କାନାଡ଼ାରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଛାତ୍ର ଜଣକ ଗୁଜୁରାଟ ଭାବନଗର ବାସିନ୍ଦା ଆୟୁଷ ଡାକରା । ସେ ପାଲନପୁର ଡିଏସପି ରମେଶ ଡାକରାଙ୍କ ପୁଅ ବୋଲି ଜଣାପଡ଼ିଛି । ସେ ଗତ ଚାରି ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାନାଡ଼ାରେ ରହି ପାଠ ପଢୁଥିଲେ । କିନ୍ତୁ ହଠାତ ସନ୍ଦେଜନକ ଭାବେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Cyclone Mocha: ମୋକାର ଲ୍ୟାଣ୍ଡଫଲ୍‌ ଜାରି, ମିଆଁମାର-ବାଂଲାଦେଶରେ ଛେଚୁଛି ବର୍ଷା ଭାସୁଛି ଯାନ

ସୂଚନା ଅନୁଯାୟୀ, ଭାବନଗର ସହର ସିଡସର ଅଞ୍ଚଳରେ ରହୁଥିବା ରମେଶ ଡାକରା ପାଲନପୁରରେ ଡିଏସପି ଭାବେ କାର୍ଯ୍ୟରତ ଅଟନ୍ତି । ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକର୍ମୀ ଭାବେ ମଧ୍ୟ ନିୟୋଜିତ ଥିଲେ । ରମେଶ ଡାକରାଙ୍କ ଦୁଇଟି ପୁଅ ଅଛନ୍ତି । ସାନ ପୁଅ ଗାନ୍ଧୀନଗରରେ ପାଠ ପଢୁଥିବାବେଳେ ବଡ଼ ପୁଅ ଗତ ଚାରିବର୍ଷ ଧରି କାନାଡ଼ାରେ ପାଠ ପଢୁଥିଲେ । ଆୟୁଷଙ୍କ ବନ୍ଧୁମାନେ ରମେଶଙ୍କୁ କହିଥିଲେ ଯେ, ଗତ ୫ ତାରିଖରୁ ସେ ନିଖୋଜ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Mass Shooting In US: ଗୁଳି ଫୁଟାଇବାକୁ ବାରଣ କରିବାକୁ ପରିବାରର 5 ଜଣଙ୍କୁ ଗୁଳି କଲା ପଡୋଶୀ

କଲେଜ ଯାଇ ସେ ଆଉ ନିଜ ରୁମକୁ ଫେରିନଥିଲେ । ଏହାପରେ ଥାନାରେ ପୁଅର ନିଖୋଜ ଅଭିଯୋଗ ପାଇଁ ସେ ତାଙ୍କ ବନ୍ଧୁମାନଙ୍କୁ କହିଥିଲେ । ଆୟୁଷଙ୍କ ନିଖୋଜ ନେଇ ତାଙ୍କ ବନ୍ଧୁମାନେ ଥାନାରେ ଏତଲା ଦେଇଥିଲେ । ତେବେ ଘଟଣାର କିଛି ଦିନ ପରେ କାନାଡ଼ା ପୋଲିସ ଏକ ମୃତଦେହ ଜବତ କରିଥିଲା ଏବଂ ତାହା ଆୟୁଷଙ୍କ ମୃତଦେହ ବୋଲି ବନ୍ଧୁମାନେ ଚିହ୍ନଟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Russia-Ukraine War: ଯୁଦ୍ଧ ଖବର ସଂଗ୍ରହ ପାଇଁ ଯାଇଥିଲେ, ରକେଟ ମାଡରେ ଆଖି ବୁଜିଲେ ସାମ୍ବାଦିକ

ଅନ୍ୟପଟେ କାନାଡ଼ା ପୋଲିସ ଏହି ଘଟଣାର ତଦନ୍ତ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି । ଆୟୁଷ ଯାଇଥିବା ଆଖପାଖ ଅଞ୍ଚଳର ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି ବୋଲି ତାଙ୍କ ବନ୍ଧୁମାନେ ପରିବାର ଲୋକଙ୍କୁ କହିଛନ୍ତି । ଏହି ଖବର ଶୁଣିବା ପରେ ଆୟୁଷଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । କାନାଡ଼ାରୁ ତାଙ୍କ ମୃତଦେହ ଭାରତକୁ ଅଣାଯାଇଛି । ରବିବାର ଭାବନଗରରେ ତାଙ୍କ ଅନ୍ତିମ ସଂସ୍କାର ହୋଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.