ETV Bharat / bharat

5 ମାସର ପୁଅକୁ ବଞ୍ଚାଇବା ପ୍ରୟାସ, 42 ଦିନରେ 16 କୋଟି ଯୋଗାଡ କଲେ ପିତାମାତା - 16 କୋଟି ଯୋଗାଡ କଲେ ପିତାମାତା

ନିଜ ଶିଶୁର ଜୀବନ ସୁରକ୍ଷା ପାଇଁ 42 ଦିନରେ 16 କୋଟି ଟଙ୍କା ସଂଗ୍ରହ କରିଛନ୍ତି ପିତା-ମାତା । ସ୍ପାଇନାଲ୍ ମସକୁଲାର୍ ଆଟ୍ରୋଫି ରୋଗରେ ପୀଡିତ 5 ମାସର ଶିଶୁର ରକ୍ଷା ପାଇଁ ଏକ ସମାଜସେବୀ ସଂଗଠନ ସହ ମିଶି 16 କୋଟି କ୍ରାଉଡ ଫଣ୍ଡିଂ ଯୋଗାଡ କରିଛନ୍ତି ପିତା-ମାତା । ଅଧିକ ପଢନ୍ତୁ...

5 ମାସର ଶିଶୁକୁ ବଞ୍ଚାଇବାକୁ ପ୍ରୟାସ
5 ମାସର ଶିଶୁକୁ ବଞ୍ଚାଇବାକୁ ପ୍ରୟାସ
author img

By

Published : May 6, 2021, 10:25 AM IST

ଗାନ୍ଧୀନଗର: ନିଜ ଶିଶୁର ଜୀବନ ସୁରକ୍ଷା ପାଇଁ 42 ଦିନରେ 16 କୋଟି ଟଙ୍କା ସଂଗ୍ରହ କରିଛନ୍ତି ପିତା-ମାତା । ସ୍ପାଇନାଲ୍ ମସକୁଲାର୍ ଆଟ୍ରୋଫି ରୋଗରେ ପୀଡିତ 5 ମାସର ଶିଶୁର ରକ୍ଷା ପାଇଁ ଏକ ସମାଜସେବୀ ସଂଗଠନ ସହ ମିଶି 16 କୋଟି କ୍ରାଉଡ ଫଣ୍ଡିଂ ଯୋଗାଡ କରିଛନ୍ତି ପିତା-ମାତା । ବୁଧବାର ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଶିଶୁକୁ 16 କୋଟିର ଇଞ୍ଜେକ୍ସନ ଦିଆଯାଇଥିବା ନେଇ ପିତା ରାଜଦୀପସିନ୍ ରାଥୋଡ କହିଛନ୍ତି ।

ମେରୁଦଣ୍ଡର ମସକୁଲାର ଆଟ୍ରୋଫି ହେଉଛି ଏକ ଜେନେଟିକ ବ୍ୟାଧି ଯେଉଁଥିରେ ମେରୁଦଣ୍ଡ ଏବଂ ମସ୍ତିଷ୍କରେ ସ୍ନାୟୁ କୋଷ ନଷ୍ଟ ହୋଇଯାଏ । ଫଳରେ ଜଣେ ବ୍ୟକ୍ତି ମାଂସପେଶୀର ଗତିକୁ ନିୟନ୍ତ୍ରଣ କରିପାରିବ ନାହିଁ । ଏହା ମାଂସପେଶୀର ଦୁର୍ବଳତା ସୃଷ୍ଟି କରେ ଏବଂ ଶ୍ବାସକ୍ରିୟାକୁ ପ୍ରଭାବିତ କରିବା ସହିତ ଅଙ୍ଗପ୍ରତ୍ୟଙ୍ଗର ଗତିକୁ ମଧ୍ୟ ପ୍ରଭାବିତ କରିଥାଏ ।

ରାଥୋଡ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚରେ ଏହି ଅଭିଯାନ ଆରମ୍ଭ ହେବାର 42 ଦିନ ମଧ୍ୟରେ ସେ ଏବଂ ତାଙ୍କ ପତ୍ନୀ ଜିନାଲବା ତାଙ୍କ ପୁଅ ଧୀରରାଜଙ୍କ ଚିକିତ୍ସା ପାଇଁ 16 କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଥିଲେ । ଏଥିପାଇଁ ସେ ଗୁଜୁରାଟ ତଥା ବିଦେଶ ସମେତ ଅନ୍ୟାନ୍ୟ ସ୍ଥାନରୁ ଦାତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.