ETV Bharat / bharat

ପୋରବନ୍ଦରରୁ 5 ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ବାନ୍ଧିଲା ATS

author img

By

Published : Jun 10, 2023, 8:37 PM IST

ଗୁଜୁରାଟ ପୋରବନ୍ଦରରୁ ଗିରଫ ହେଲେ 5 ଜଣ ISIS ସନ୍ଦିଗ୍ଧ ଆତଙ୍କୀ । ଜଳପଥ ଦେଇ ଭାରତ ଛାଡିବାକୁ କରୁଥିଲେ ଉଦ୍ୟମ । ଜାରି ରହିଛି ଜେରା । ଅଧିକ ପଢନ୍ତୁ

ପୋରବନ୍ଦରରୁ 5 ISIS ସନ୍ଦିଗ୍ଧ ଆତଙ୍କୀଙ୍କୁ ବାନ୍ଧିଲା ATS

ଗାନ୍ଧୀନଗର: ଗୁଜୁରାଟ ପୋରବନ୍ଦରରୁ 5 ଜଣ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ରାଜ୍ୟ ଆତଙ୍କବାଦ ନିରୋଧୀ ଦଳ (ATS) ଗିରଫ କରିବାରେ ସଫଳ ହୋଇଛି । ଏହି ସନ୍ଦିଗ୍ଧ ଆତଙ୍କୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛି । କୁଖ୍ୟାତ ଆତଙ୍କୀ ସଂଗଠନ ISISର ଏକ ଶାଖା ସଂଗଠନ ISKP ପାଇଁ ଏମାନେ କାର୍ଯ୍ୟ କରୁଥିବା ଏଟିଏସ ନିକଟରେ ସୂଚନା ଥିଲା । ଏମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଆଜି ପୋରବନ୍ଦରର ଏକାଧିକ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଛି ଏଟିଏସ ଟିମ୍‌ । ଏମାନେ ରହୁଥିବା ସ୍ଥାନରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି ।

ଆଜି କାର୍ଯ୍ୟନୁଷ୍ଠାନ ନେଇ ଗୁଜୁରାଟ ପୋଲିସ ମହାନିର୍ଦ୍ଦେଶକ ବିକାଶ ସହାୟ ପ୍ରେସମିଟ କରି ସୂଚନା ଦେଇ କହିଛନ୍ତି, ଏମାନେ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତ ଥିବା ତଥ୍ୟ ମିଳିଥିଲା । ଏମାନଙ୍କ ମଧ୍ୟରୁ 3 ଜଣ ISKP ସଦସ୍ୟ ଗୁଜୁରାଟ ଉପକୂଳ ଦେଇ ଜଳପଥରେ ଭାରତ ଛାଡି ଚାଲିଯିବାକୁ ଉଦ୍ୟମ କରୁଥିବା ମଧ୍ୟ ସୂଚନା ମିଳିଥିଲା । ଏଟିଏସ ଏକ ମିଶନ ମୋଡରେ ଏମାନଙ୍କୁ ଗିରଫ କରିବାରେ ସଫଲ ହୋଇଛି । ସନ୍ଦିଗ୍ଧ ଆତଙ୍କୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ଗିରଫ ପରେ ଜେରା କରାଯାଉଛି । ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଅନୁସରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ଗିରଫ ସନ୍ଦିଗ୍ଧ ଆତଙ୍କୀଙ୍କ ସମ୍ପର୍କରେ ସୂଚନା ଦେଇ ଡିଜିପି କହିଛନ୍ତି, ସେମାନେ ଉବେଦ ନସିର, ହନନ ହାୟତ ଓ ମହମ୍ମଦ ହାଜିମ ଶାହ ଭାବେ ଚିହ୍ନଟ ହୋଇଛନ୍ତି । ଏହି ତିନି ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ପୋରବନ୍ଦର ରେଲଓ୍ବେ ଷ୍ଟେସନରେ ଠାବ କରାଯାଇଥିଲା । ଏମାନଙ୍କ ଅଟକ ରଖି ଜେରା କରିବା ପରେ ଏମାନେ ଆତଙ୍କୀ ସଂଗଠନ ସହ ଲିଙ୍କରେ ଥିବା ଜଣାପଡିଥିଲା । ସେମାନଙ୍କୁ ଜେରା ଆଧାରରେ ସେମାନଙ୍କ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଆତଙ୍କୀ ଲିଙ୍କରେ ସାମିଲ ଥିବା ଜଣାପଡିଥିଲା । ପରେ ଜଣେ ମହିଳାଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଥିଲା । ଏହି 5 ସନ୍ଦିଗ୍ଧ ଆତଙ୍କୀଙ୍କୁ ଏବେ ଜେରା ଜାରି ରଖିଛି ଆତଙ୍କୀ ନିରୋଧୀ ସ୍କ୍ବାଡ ।

ଡିଜିପି କହିଛନ୍ତି, ଗୁଜୁରାଟ ଏକ ସୀମାନ୍ତ ରାଜ୍ୟ ହୋଇଥିବାରୁ ଏକାଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ସୀମାପାର ଆତଙ୍କବାଦ, ନିଶା କାରବାର ଓ ଜଳସୀମା ଦେଇ ଅନୁପ୍ରବେଶ ରୋକିବା ପାଇଁ ପୋଲିସ ପ୍ରାଶାସନ ସଜାଗ ରହିଛି । ଆଣ୍ଟି ଟେରରିଷ୍ଟ ସ୍କ୍ବାଡ ସହ ସୀମା ସୁରକ୍ଷା ବଳର ଯବାନ ମାନେ ଗୁଜୁରାଟ ଉପକୂଳରେ ଗତିବିଧି ଉପରେ ନଜର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.