ETV Bharat / bharat

ହାଇଆଲର୍ଟରେ ପଠାନକୋଟ ପୋଲିସ, ସେନା କ୍ୟାମ୍ପକୁ ଗ୍ରେନେଡ ମାଡ

author img

By

Published : Nov 22, 2021, 9:06 AM IST

ପଠାନକୋଟ ସେନା କ୍ୟାମ୍ପ ତ୍ରିବେଣୀ ଫାଟକରେ ଗ୍ରେନେଡ ବିସ୍ଫୋରଣ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ପଠାନକୋଟରେ ଗ୍ରେନେଡ ବିସ୍ଫୋରଣ
ପଠାନକୋଟରେ ଗ୍ରେନେଡ ବିସ୍ଫୋରଣ

ଚଣ୍ଡିଗଡ: ପଞ୍ଜାବ ପଠାନକୋଟରେ ଗ୍ରେନେଡ ମାଡ । ପଠାନକୋଟ ଧିରା ବ୍ରିଜ ନିକଟରେ ଥିବା ସେନା କ୍ୟାମ୍ପ ତ୍ରିବେଣୀ ଫାଟକରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । କିଛି ବାଇକ ଚାଳକ ସେନା କ୍ୟାମ୍ପକୁ ଗ୍ରେନେଡ ମାଡ କରିଥିବା ବିଶେଶସୁତ୍ରରୁ ସୂଚନା ମିଳିଛି । ତେବେ ଗ୍ରେନେଡ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ପଠାନକୋଟ ଏସଏସପି ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ଏଥି ସହ ପଠାନକୋଟର ସମସ୍ତ ପୋଲିସ କର୍ମଚାରୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.