ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ଜନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଆରମ୍ଭ ଘୋଷଣା କରିଥିବା ବେଳେ ଏହାକୁ ନେଇ ପୁଣି ଦ୍ବନ୍ଦ ଦେଖିବାକୁ ମିଳିଛି । ଶିଶୁଙ୍କୁ ଟିକା ନିଷ୍ପତ୍ତିକୁ ବିଜ୍ଞାନସମ୍ମତ ନୁହେଁ ବୋଲି ମତ ଦେଇଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ । ଦିଲ୍ଲୀ ଏମ୍ସର (AIIMS)ର ବରିଷ୍ଠ ମହାମାରୀ ବିଶେଷଜ୍ଞ (AIIMS epidemiologist)ଡାକ୍ତର ସଞ୍ଜୟ କେ ରାୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଜ୍ଞାନସମ୍ମତ ନୁହେଁ ବୋଲି ଦର୍ଶାଇବା ସହ ଏଥିରେ କୌଣସି ପ୍ରକାର ଅତିରିକ୍ତ ଲାଭ ମିଳିବ ନାହିଁ ବୋଲି ମଧ୍ୟ ମତ ରଖିଛନ୍ତି ।
ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଭାରତୀୟ ଜନସ୍ୱାସ୍ଥ୍ୟ ସଂଘର ସଭାପତି (president of the Indian Public Health Association) ଥିବା ଡ. କେ ରାୟ କହିଛନ୍ତି ଯେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ପିଲାମାନଙ୍କ ପାଇଁ ଟୀକାକରଣ ଆରମ୍ଭ କରିସାରିଥିବା ଦେଶର ତଥ୍ୟକୁ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି । ଅନୁଧ୍ୟାନ ପରେ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ହିଁ ଉଚିତ ହେବ ।
ଗତକାଲି (ଶନିବାର) ରାତିରେ ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 3 ତାରିଖରୁ 15 ରୁ 18 ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ ଟୀକାକରଣ ହେବା ନେଇ ଘୋଷଣା କରିଥିଲେ । ତେବେ ସରକାରଙ୍କ ନିଷ୍ପତ୍ତି ପରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏପରି ମତ ପ୍ରକାଶ ପାଇବା ପୁଣି ଥରେ ଆଶଙ୍କାକୁ ବଢାଇଛି ।
ଗତକାଲି ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଏହି ନିର୍ଦ୍ଦିଷ୍ଟ ବର୍ଗର ଟିକାକରଣ ଫଳରେ ସ୍କୁଲ ଏବଂ କଲେଜକୁ ଯାଉଥିବା ପିଲାମାନଙ୍କ ପାଇଁ ସଂକ୍ରମଣ ଚିନ୍ତା ହ୍ରାସ ପାଇବ ଏବଂ ମହାମାରୀ ବିରୋଧରେ ଲଢେଇ ଆଉ ଏକପାଦ ଆଗେଇବ । ତେବେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏପରି ଚିନ୍ତାଜନକ ଟିପ୍ପଣୀ ଦେଖିବକୁ ମିଳିଛି । ଏପରି ନିଷ୍ପତ୍ତିକୁ ଅଜ୍ଞାତ ନିଷ୍ପତ୍ତି ବୋଲି ଦର୍ଶାଇ ଡାକ୍ତର ରାୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ବିଟ କରିଥିବା ମଧ୍ୟ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Omicron Scare: ୩ ଜାନୁଆରୀରୁ ୧୫-୧୮ ବୟସ୍କଙ୍କ ପାଇଁ ଟିକା, ୧୦ରୁ ବୁଷ୍ଟର ଡୋଜ
ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ଭାବେ ତାଙ୍କ ଅନୁଭବ ଓ ଦୃଷ୍ଟିକୋଣକୁ ବର୍ଣ୍ଣନା କରି ଡାକ୍ତର ରାୟ କହିଛନ୍ତି ଯେ ଟୀକାକରଣ କରୋନା ଭୂତାଣୁର ସଂକ୍ରମଣକୁ ପ୍ରତିରୋଧ କରୁନାହିଁ କିନ୍ତୁ ଗମ୍ଭୀରତା ଏବଂ ମୃତ୍ୟୁ ହାର ରୋକିବାରେ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରୁଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି । ଆହୁରି ମଧ୍ୟ ସେ କହିଛନ୍ତି, ଦେଶର ମୋଟ ଜନସଂଖ୍ୟା ଅନୁପାତରେ ମୃତ୍ୟୁହାର 1.5 ପ୍ରତିଶତ ଅଟେ ଏବଂ ଟୀକାକରଣ ମାଧ୍ୟମରେ ଆମେ ଏହି ମୃତ୍ୟୁର 80-90 ପ୍ରତିଶତକୁ ରୋକି ପାରିବା । ଯଦି ଆମେ ବୟସ୍କମାନଙ୍କ କ୍ଷେତ୍ରକୁ ବିଶ୍ଳେଷଣ କରନ୍ତି, ତେବେ ଏହା ଏକ ବଡ଼ ଲାଭ ଅଟେ।ଶିଶୁଙ୍କ କ୍ଷେତ୍ରରେ ସେ କହିଛନ୍ତି ଯେ ସଂକ୍ରମଣର ଗମ୍ଭୀରତା ବହୁତ କମ୍ ଏବଂ ଉପଲବ୍ଧ ତଥ୍ୟ ଅନୁଯାୟୀ, ପ୍ରତି ମିଲିୟନ୍ ଜନସଂଖ୍ୟାରେ କେବଳ ଦୁଇଟି ମୃତ୍ୟୁ ଘଟିଛି ।
ଶିଶୁଙ୍କ ମଧ୍ୟରେ ଟୀକାକରଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଆମେରିକା ସମେତ ଅଳ୍ପ କିଛି ବିକଶିତ ଗତ ଦେଶ ଚାରି-ପାଞ୍ଚ ମାସ ପୂର୍ବରୁ ଶିଶୁଙ୍କ ଟୀକାକରଣ ଆରମ୍ଭ କରିଥିଲେ । ତେବେ ସେମାନଙ୍କ ଉପଲବ୍ଧି ତଥା ସମ୍ପ୍ରତିକ ଅବସ୍ଥାକୁ ଭାରତ ସରକାର ପ୍ରଥମେ ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।
PTI