ETV Bharat / bharat

ବର୍ଷେ ବଢିଲା ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ - ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)

ବର୍ଷେ ବଢିଲା ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ରଙ୍କ କାର୍ଯ୍ଯକାଳ । ଅନୁମୋଦନ ଦେଲେ ରାଷ୍ଚ୍ରପତି । ପଢନ୍ତୁ ଅଧିକ.....

ଏକ ବର୍ଷ ବଢିଲା ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ଅବଧି

author img

By

Published : Nov 14, 2020, 4:26 PM IST

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ଏସ.କେ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗତ 13 ତାରଖରେ ରାଷ୍ଟ୍ରପତି ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ ଦେଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେ ପୂର୍ବରୁ 2 ବର୍ଷ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରମୁଖ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ଏକ ବର୍ଷ ବଢିଲା ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ଅବଧି
ଏକ ବର୍ଷ ବଢିଲା ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ଅବଧି

ମିଶ୍ର 1984 ବ୍ୟାଚ୍ ଭାରତୀୟ ରାଜସ୍ବ ସେବାର ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ 2018 ମସିହା ନଭେମ୍ବର 19ରେ ଇଡି ନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଥିଲେ । ସେ ଚଳିତ ବର୍ଷ ନଭେମ୍ବର 18 ରେ ଅବସର ନେବାକୁ ଯାଉଥିବା ବେଳେ ତାଙ୍କ କାର୍ଯ୍ୟକାଳକୁ ଆଉ 1 ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ତାଙ୍କର ଏହି କାର୍ଯ୍ୟକାଳ ସମୟସୀମା ବୃଦ୍ଧି ପରେ ସେ ହେଉଛନ୍ତି ଦେଶର ପ୍ରଥମ ଇଡି ନିର୍ଦ୍ଦେଶକ । ତାଙ୍କ ପୁର୍ବରୁ ଏନ୍ୟ କୌଣସି ଅଧିକାରୀଙ୍କ କ୍ଷେତ୍ରରେ ଏପରି ହୋଇନଥିଲା । ଏହାପୂର୍ବରୁ କର୍ଣ୍ଣଲ ସିଂ ଦାୟିତ୍ବରୁ ଅବସର ନେବା ପରେ ତାଙ୍କୁ ଅକ୍ଟୋବର 27, 2018 ରେ ଇଡି ନିର୍ଦ୍ଦେଶକଙ୍କ ଅତିରିକ୍ତ ଚାର୍ଜ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.