ଶ୍ରୀନଗର: ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା 370 ହଟାଇବାକୁ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବାକୁ ତିନିବର୍ଷରୁ ଅଧିକ ଦିନ ହେଲାଣି । ଏହାରି ଭିତରେ କାଶ୍ମୀର ଉପତ୍ୟାକାରୁ ଭାରତୀୟ ସେନା ପ୍ରତ୍ୟାହାର କରାଯିବାକୁ ବିଚାର ବିମର୍ଷ ଚାଲିଛି । ଜମ୍ମୁ କାଶ୍ମୀରରୁ ଉପତ୍ୟାକାରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରାଯିବା ନେଇ ଚର୍ଚ୍ଚା ହେଉଛି । ପର୍ଯ୍ୟାୟ ଅନୁଯାୟୀ ଧୀରେ ଧୀରେ ସେନା ପ୍ରତ୍ୟାହାର କରାଯିବ ବୋଲି ଆଲୋଚନା ଚାଲିଛି ।
ରିପୋର୍ଟ ଅନୁସାରେ, ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ କିମ୍ବା ନିର୍ବାଚନ ପୂର୍ବରୁ କାଶ୍ମୀର ଉପତ୍ୟାକାର ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରୁ ଭାରତୀୟ ସେନାଙ୍କୁ ପ୍ରତ୍ୟାହାର କରାଯାଇପାରେ । ସେନା ପାଖରେ ପାଖାପାଖି 1.3 ଲକ୍ଷ ଯବାନ ଅଛନ୍ତି । ଏମାନଙ୍କ ମଧ୍ୟରେ 80 ହଜାର ସେନା ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ଅଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସରକାର କାଶ୍ମୀର ଘାଟି ଭିତର ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ବିଚାର କରୁଛନ୍ତି । ଏହି ସେନା ପ୍ରତ୍ୟାହାର ପ୍ରସ୍ତାବ ଉପରେ ବିଚାର ବିମର୍ଷ ଚାଲିଛି । ସରକାରଙ୍କ ମଞ୍ଜୁରି ମିଳିବା ପରେ କେବଳ ଏଲଓସିରେ ସେନା ନିୟୋଜିତ ହେବେ ।
ଜମ୍ମୁ କାଶ୍ମୀରରୁ ସେନା ପ୍ରତ୍ୟାହାର କରାଯିବା ପ୍ରସ୍ତାବ ଉପରେ କିଛି ବର୍ଷ ହେବ ବିଚାର ବିମର୍ଷ ଚାଲି ଆସୁଛି । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ, କେନ୍ଦ୍ର ଗୃହମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଘାଟିରୁ ଭାରତୀୟ ସେନା ପ୍ରତ୍ୟାହାର କରାଯିବ ଏବଂ ସେଠାରେ ସିଆରପିଏଫ ମୁତୟନ କରାଯିବ । ଘାଟିର ସୁରକ୍ଷା ଦାୟିତ୍ବ ସିଆରପିଏଫ ଯବାନଙ୍କ ହାତରେ ନ୍ୟସ୍ତ କରାଯିବ । ଆଇନ ବ୍ୟବସ୍ଥା ଓ ଆତଙ୍କବାଦୀ ବିରୋଧୀ ଅଭିଯାନର ଚ୍ୟାଲେଞ୍ଜର ମୁକାବିଲା କରିବେ ସିଆରପିଏଫ ଯବାନ । ତେବେ କେବେ ସେନା ପ୍ରତ୍ୟାହାର ନିଷ୍ପତ୍ତି ନିଆଯିବ ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।
ଜମ୍ମୁ କାଶ୍ମୀରରେ 60 ହଜାର ସିଆରିପିଏଫ ଯବାନ ମୁତୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 45 ହଜାର କାଶ୍ମୀର ଉପତ୍ୟାକାରେ ମୁତୟନ ହୋଇଛନ୍ତି । 83 ହଜାର ଜମ୍ମୁ କାଶ୍ମୀର ପୋଲିସ ସମଗ୍ର ଅଞ୍ଚଳର ଆଇନ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ନିକଟରେ କେନ୍ଦ୍ର ସରକାର କହିଥିଲେ କି ସୀମାରେ ଆତଙ୍କୀ କାର୍ଯ୍ୟକଳାପ କମିଛି । ବିଶେଷ କରି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହଟାଯିବା ପରେ ସ୍ଥିତିରେ ସୁଧାର ଆସିଛି ।
ଏହା ବି ପଢନ୍ତୁ...ଛତିଶଗଡରେ ଲାଲବାହିନୀର ଲଙ୍କାକାଣ୍ଡ, ମାଓବାଦୀଙ୍କ ଗୁଳିରେ 2 ଯବାନ ଶହୀଦ
ପ୍ରକାଶ ଥାଉ କି, 2019 ମସିହା ଅଗଷ୍ଟ 5 ତାରିଖରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା 370 ଉଚ୍ଛେଦ କରିଥିଲେ । ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ । ଧାରା 370 ଓ 35 ଏ ରଦ୍ଦ ପରେ ସୀମାରେ ଶାନ୍ତି ଫେରିଛି । ସୁରକ୍ଷା ସ୍ଥିତି ସୁଧୁରିଛି । ଆଇନ ଶୃଙ୍ଖଳା ଉଲ୍ଲଘଂନ ଘଟଣା ହ୍ରାସ ପାଇଛି ।