ETV Bharat / bharat

ସରକାର ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି: ରାକେଶ ଟିକାୟତ

ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଚାଷୀ ନେତା ରାକେଶ ଟିକାୟତ । ତାଙ୍କୁ ହତ୍ୟା କରିବା ପାଇଁ ସରକାର ଚାହୁଁଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 4, 2022, 1:17 PM IST

ସରକାର ମୋର ହତ୍ୟା କରିବାକୁ ଚାହୁଁଛନ୍ତି: ରାକେଶ ଟିକାୟତ

ଲକ୍ଷ୍ନୌ: ଭାରତୀୟ କିଷାନ ୟୁନିଅନ(BKU)ର ଜାତୀୟ ମୁଖପାତ୍ର ତଥା ଚାଷୀନେତା ରାକେଶ ଟିକାୟତ (Rakesh Tikait) ସରକାରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସରକାର ତାଙ୍କର ହତ୍ୟା କରିବାକୁ ଚାହୁଁଥିବା ସେ ଶୁକ୍ରବାର ମିରଟର କଙ୍କର ଖେରାଠାରେ ଏକ 'କିଷାନ ପଞ୍ଚାୟତ'ରେ ଯୋଗଦେଇ ଏହି ଅଭିଯୋଗ ଆଣିଛନ୍ତି । ତେବେ କର୍ଣ୍ଣାଟକରେ ତାଙ୍କ ଉପରେ ହୋଇଥିବା କାଳିମାଡ଼ ଓ ଦିଲ୍ଲୀ ଆକ୍ରମଣ ଏହାର ପ୍ରମାଣ ବୋଲି ସେ କହିଛନ୍ତି ।

ନିକଟରେ କର୍ଣ୍ଣାଟକରେ ତାଙ୍କ ଉପରେ ହୋଇଥିବା କାଳିମାଡ଼ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସେ କହିଛନ୍ତି । ଏହାସହିତ ଦିଲ୍ଲୀରେ ଯେତେବେଳେ ସେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ସେ ତାଙ୍କ ବାସଭବନକୁ ଶୋକ ସନ୍ତପ ପରିବାରକୁ ସାନ୍ତ୍ବନା ଦେବା ଉଦ୍ଦେଶ୍ୟରେ ଯାଇଥିଲେ । ସେଠାରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ।

ଏହା ବି ପଢନ୍ତୁ- ଚାଷୀ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

ସେ ଆହୁରି କହିଛନ୍ତି ଯେ, "ସରକାର ଚାଷୀଙ୍କ ସହିତ ନ୍ୟୁନ ରାଜନୀତି ଚଳାଇଛି । ମାତ୍ର ଟିକାୟତ ପରିବାର ସର୍ବଦା ଚାଷୀଙ୍କ ସ୍ବରକୁ ଦୃଢତାର ସହିତ ଉଠାଇବ ଏବଂ ଏହି କାର୍ଯ୍ୟ ଏହିପରି ଜାରି ରଖିବ ।" ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ସରକାର ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ ସେବା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ, ମାତ୍ର ଏଯାବତ ଏହାକୁ ପୂରଣ କରିନାହାନ୍ତି । ଆଉ ସେପଟେ ଚାଷୀ ନଳକୂପ ମୋଟର ଲଗାଇ ଜଳସେଚନ କରୁଛି । ଏହି ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଥିବା ସେ କହିଛନ୍ତି ।

ଅନ୍ୟପଟେ ଏଠାରେ ଟ୍ରାକ୍ଟରର ବ୍ୟବହାରକୁ ଗତ ୧୦ ବର୍ଷ ଧରି ବନ୍ଦ କରାଯାଇଛି । BKU ଏହା ବିରୋଧରେ ଲଗାତର ଭାବେ ପ୍ରତିବାଦ କରି ଆସୁଛି । ସମସ୍ତେ ଦୃଢତାର ସହିତ ସରକାରଙ୍କ ବିରୋଧରେ ଆନ୍ଦୋଳନ କଲେ ଏହାର ପ୍ରକୃତ ଫଳ ମିଳିବ ବୋଲି କହିଛନ୍ତି ଟିକାୟତ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.