ETV Bharat / bharat

‘ଅଭିଷେକ ବାନାର୍ଜୀଙ୍କ ଜୀବନ ପ୍ରତି ରହିଛି ବିପଦ’

author img

By

Published : Aug 9, 2021, 10:23 PM IST

ତୃଣମୂଳ କଂଗ୍ରସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଜୀବନ ପ୍ରତି ବିପଦ ରହିଛି । ଅଭିଯୋଗ ଆଣିଲେ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

‘ ଅଭିଷେକ ବାନାର୍ଜୀଙ୍କ ଜୀବନ ପ୍ରତି ରହିଛି ବିପଦ’

କୋଲକାତା: ତୃଣମୂଳ କଂଗ୍ରସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କ ପଛରେ ଗୁଣ୍ଡା ଲଗାଯାଇଛି । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀ ଏ ସମ୍ପର୍କରେ କୌଣସି ପ୍ରତ୍ୟକ୍ଷ ଇଙ୍ଗିତ କରିନଥିବାବେଳେ ବିଜେପି ପ୍ରତି ପରୋକ୍ଷ ଇଙ୍ଗିତ କରିଥିବା ଲକ୍ଷ୍ୟ କରାଯାଇଛି ।

ନିକଟରେ ଅଭିଷେକ ବାନାର୍ଜୀ ତ୍ରିପୁରା ଗସ୍ତରେ ଯାଉଥିବାବେଳେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମମତା କହିଛନ୍ତି, ସେହି ଦିନ ଅଭିଷେକଙ୍କର ବୁଲେଟ ପ୍ରୁଫ୍ କାର ଥିଲା, ନଚେତ୍ ସେ ଗୁରୁତର ଆହତ ହୋଇଥାନ୍ତେ । ମମତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଭିଷେକ ବାନାର୍ଜୀଙ୍କ ବିମାନ ପାଖରେ ୪ରୁ ୫ ସିଟରେ ମଧ୍ୟ ଗୁଣ୍ଡାମାନଙ୍କୁ ପଠାଯାଇ ତାଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ତେଣୁ କୌଣସି ମୂହୂର୍ତ୍ତରେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ।

ତ୍ରିପୁରାରେ ଘଟିଥିବା କାଣ୍ଡ ପାଇଁ ମମତା ସିଧାସଳଖ ଏସମସ୍ତ କାର୍ଯ୍ୟକଳାପ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦଶରେ ହେଉଥିବା ଅଭିଯୋଗ ଆଣିଛନ୍ତି । ତ୍ରିପୁରାରେ ଯାହା ହେଲା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରଚ୍ଛଦ ସମର୍ଥନ ନଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ କେବେ ଏପରି କରିବାକୁ ସାହସ କରିପାରିନଥାନ୍ତେ ବୋଲି ମମତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.