ETV Bharat / bharat

ଅଟଳ ବିହାରୀ ବାଜପେୟୀଙ୍କ 99ତମ ଜନ୍ମଜୟନ୍ତୀ, ଆଧୁନିକ ଭାରତର ସେ ଥିଲେ କର୍ଣ୍ଣଧାର

author img

By ETV Bharat Odisha Team

Published : Dec 25, 2023, 7:50 AM IST

Atal Bihari Vajpayee Birth Anniversary: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ସୁଶାସନ ଦିବସ ଭାବେ ପାଳନ କରୁଛି ଦେଶ । ଅଧିକ ପଢନ୍ତୁ

ଅଟଳ ବିହାରୀ ବାଜପେୟୀ
Atal Bihari Vajpayee Birth Anniversary

ହାଇଦ୍ରାବାଦ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି 99ତମ ଜନ୍ମଜୟନ୍ତୀ । ସେ ଥିଲେ ରାଜନୀତିର ଅଜାତଶତ୍ରୁ । ଆଧୁନିକ ଭାରତର କର୍ଣ୍ଣଧାର । ଓଜସ୍ବୀନି ବକ୍ତା, ଜଣେ ପ୍ରସିଦ୍ଧ ହିନ୍ଦୀ କବି ଓ ହିନ୍ଦୁସ୍ଥାନର ଜଣେ ସଫଳ ପ୍ରଧାନମନ୍ତ୍ରୀ । ଆଜିର ଦିନକୁ ସୁଶାସନ ଦିବସ ବା Good Governance Day ଭାବେ ପାଳନ କରୁଛି ପୁରା ଦେଶ । ଆଜି ଅଟଳ ବିହାରୀ ନାହାଁନ୍ତି ସତ କିନ୍ତୁ ତାଙ୍କ ପ୍ରେରଣା, ପରାମର୍ଶ, ମାର୍ଗଦର୍ଶନ ଆର୍ଶିବାଦ ସବୁଦିନ ପାଇଁ ଦେଶର ସମ୍ପଦ ହୋଇ ରହିଛି ଓ ରହିବ । 2018, ଅଗଷ୍ଟ 16 ତାରିଖରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବାଜପେୟୀ ।

ସୁ-ଶାସନ ଦିବସର ଇତିହାସ: 2014 ଡିସେମ୍ବର 23 ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏବଂ ପଣ୍ଡିତ ମଦନ ମୋହନ ମାଲାଭିଆଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଥିଲା। ଏହା ପରେ ଡିସେମ୍ବର 25 କୁ ସୁ-ଶାସନ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇ ଏପରି ଘୋଷଣା କରିଥିଲେ ମୋଦି ।

ସୁ-ଶାସନ ଦିବସର ଉଦ୍ଦେଶ୍ୟ: ସୁ ଶାସନ ମାଧ୍ୟମରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ସେବାରେ ଜନସାଧାରଣଙ୍କ ସଂଖ୍ୟା ବୃଦ୍ଧି କରିବା ।

ଏହା ମଧ୍ୟ ପଢନ୍ତୁ-'ମେଁ ଅଟଲ୍ ହୁଁ'ର ଟ୍ରେଲର ରିଲିଜ, ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ

ଅଟଳ ବିହାରୀ ବାଜପେୟୀ କିଏ? 1924 ମସିହା ଆଜିର ଦିନରେ ମଧ୍ୟ ପ୍ରଦେଶର ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଜପେୟୀ । ଭାରତୀୟ ରାଜନୀତିରେ ତାଙ୍କର ଭୂମିକା ଅତୁଳନୀୟ । "ଜନତାଙ୍କ ନେତା" (man of the masses) ଭାବରେ ଜଣାଶୁଣା ବାଜପେୟୀ ଭାରତଛଡା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଯେଉଁଥି ପାଇଁ ତାଙ୍କୁ 23 ଦିନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ରାଜନୈତିକ ଜୀବନରେ ସେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । 1957ରୁ 2009 ପର୍ଯ୍ୟନ୍ତ 9 ଥର ଲୋକସଭାକୁ ସେ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ 1962 ଓ 1986 ରେ ଦୁଇଥର ନିର୍ବାଚିତ ହୋଇଥିଲେ । ସଂସଦରେ 50 ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିଲେ ବାଜପେୟୀ । ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ଭଳି 4 ଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ମୋରାରଜୀ ଦେଶାଇଙ୍କ ସରକାରରେ 1977 ରୁ 1979 ପର୍ଯ୍ୟନ୍ତ ସେ ବୈଦେଶିକ ମନ୍ତ୍ରୀ ଥିଲେ । ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ ଯିଏ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବନ୍ବିତ କରିଥିଲେ । ଭାରତୀୟ ଜନତା ପାର୍ଟି ତରଫରୁ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । 1996ରେ 13 ଦିନ, 1998ରୁ 1999ମଧ୍ୟରେ 13 ମାସ ଏବଂ 1999ରୁ 2004 ପୁରା 5 ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ବାଜପେୟୀଙ୍କ ସଫଳତା: ବାଜପେୟୀଙ୍କ ନେତୃତ୍ୱ ଭାରତର ରାଜନୈତିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଛାପ ଛାଡିଛି । ତିନି ଥର ସେ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କ ସମୟରେ 1998ରେ ପୋଖରାନରେ କରାଯାଇଥିବା ଅପରେସନ ଶକ୍ତି ଥିଲା ବାଜପେୟୀଙ୍କ ବଡ଼ ସଫଳତା । ଏହାପରେ ବିଶ୍ୱର କେତୋଟି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତ ହୋଇଥିଲା ସାମିଲ । ପ୍ରଥମ ଭାରତୀୟ ରାଜନେତା ଭାବେ ହିନ୍ଦୀ ଭାଷାରେ ସେ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । 2005ରେ ସେ ରାଜନୀତିରୁ ଅବସର ନେଇଥିଲେ ଏବଂ ଡିସେମ୍ବର 2015ରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

ବାଜପେୟୀଙ୍କ ଅବଦାନ: ଦେଶ ପ୍ରତି ବାଜପେୟୀଙ୍କ ଅବଦାନ ଅତୁଳନୀୟ । 1974 ମସିହାରେ ଭାରତର ପ୍ରଥମ ଆଣବିକ ପରୀକ୍ଷଣ ଠାରୁ ଆରମ୍ଭ କରି ନୂଆ ଟେଲିକମ ନୀତି, ଚନ୍ଦ୍ରଯାନ 1 ଏବଂ ଦେଶର ଶିକ୍ଷା ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ବଡ଼ ବଡ଼ ନିଷ୍ପତି ନେଇଥିଲେ ବଜପେୟୀ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ ନୀତି ଦେଶର ଶିକ୍ଷା ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ବଡ ବଡ ନିଷ୍ପତି ନେଇଥିଲେ । 1999ରେ କାର୍ଗିଲ ଯୁଦ୍ଧ 2001ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ଯ୍ୟକାଳରେ ହୋଇଥିଲା । ଯାହା ବାଜପେୟୀଙ୍କୁ କିଛିମାତ୍ରାରେ ଚିନ୍ତାରେ ପକାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.