ETV Bharat / bharat

ଭାରତ ଉପରେ ମାଆ କାଳୀଙ୍କ ଆର୍ଶୀବାଦ ରହିଛି: ମୋଦି

author img

By

Published : Jul 10, 2022, 6:07 PM IST

ବିବାଦୀୟ କାଳୀ ପୋଷ୍ଟରକୁ ନେଇ ବିବାଦ ମଧ୍ୟରେ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ । ଭାରତ ଉପରେ ଦେବୀ କାଳୀଙ୍କ ଆର୍ଶୀବାଦ ରହିଛି କହିଲେ ମୋଦି । ଅଧିକ ପଢନ୍ତୁ

ଭାରତ ଉପରେ ଦେବୀ କାଳୀଙ୍କ ଆର୍ଶୀବାଦ ରହିଛି: ମୋଦି

କୋଲକାତା: ବିବାଦୀୟ କାଳୀ ପୋଷ୍ଟରକୁ ନେଇ ଦେଶରେ ବାଦବିବାଦ ଲାଗି ରହିଛି । ଏହାରି ଭିତରେ ମା' କାଳୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ପ୍ରକାଶ ପାଇଛି । ଭର୍ଚୁଆଲରେ ସ୍ବାମୀ ଆତ୍ମାସ୍ଥାନାନ୍ଦନଙ୍କ (Swami Atmasthananda) ଜନ୍ମ ଶତାବ୍ଦୀ ସମାରୋହକୁ ସମ୍ବୋଧିତ କରି ମୋଦି କହିଛନ୍ତି, ''ଦେବୀ କାଳୀଙ୍କ ଆର୍ଶୀବାଦ ଭାରତ ଉପରେ ରହିଛି । ସ୍ବାମୀ ପରମହଂସ ମା' କାଳୀଙ୍କ ସ୍ପଷ୍ଟ ଦର୍ଶନ କରିଥିଲେ । ମା'ଙ୍କ ଚରଣରେ ସେ ନିଜର ସର୍ବସ୍ବ ସମର୍ପି ଥିଲେ । ଏହି ସମ୍ପୂର୍ଣ୍ଣ ଜଗତ ମାଆଙ୍କ ଚେତନା ଦ୍ବାରା ବ୍ୟାପ୍ତ । ଏହି ଚେତନା ପଶ୍ଚିମବଙ୍ଗର କାଳୀ ପୂଜା ତଥା ସାରା ଭାରତର ଆସ୍ଥାରେ ପ୍ରତୀତ ହୋଇଥାଏ ।''

ମୋଦି ଆହୁରିମଧ୍ୟ କହିଛନ୍ତି ଯେ, ମା' କାଳୀଙ୍କ ଅପାର କରୁଣା ସବୁବେଳେ ଭାରତ ସହ ରହିଛି । ଏହି ଆଧ୍ୟାତ୍ମିକ ଶକ୍ତିକୁ ନେଇ ଆଜି ଭାରତ ବିଶ୍ବ କଲ୍ୟାଣ ଭାବନା ସହ ଆଗକୁ ବଢୁଛି । ମୋଦି ସମ୍ବୋଧନରେ ସ୍ବାମୀ ବିବେକାନନ୍ଦଙ୍କ ସମ୍ପର୍କରେ ମଧ୍ୟ କହିଛନ୍ତି । ବିବେକାନନ୍ଦ କାଳୀଙ୍କ ଆଧ୍ୟାତ୍ମିକ ଦର୍ଶନ ଲାଭ କରିଥିଲେ । ଏହା ତାଙ୍କ ମଧ୍ୟରେ ଆସାଧାରଣ ଶକ୍ତିର ସଂଚାର କରିଥିଲା । କାଳୀ ପୋଷ୍ଟର ଉପରେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନକୁ ନେଇ ଦେଶରେ ବିରୋଧ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି ।

ଏହାସହିତ ପ୍ରଧାନମନ୍ତ୍ରୀ ସ୍ବାମୀ ଆତ୍ମାସ୍ଥାନାନ୍ଦନଙ୍କ ସହ ବିତାଇଥିବା ସମୟକୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ''ଏହି ଆୟୋଜନ ଅନେକ ସ୍ମୃତି ଓ ଭାବନାରେ ଭରା । ମୋତେ ସବୁବେଳେ ତାଙ୍କ ଆର୍ଶୀବାଦ ମିଳିଛି । ତାଙ୍କ ସହ ରହିବାର ଅବସର ଲାଭ କରିଛି । ଅନ୍ତିମ ସମୟ ଯାଏଁ ମୁଁ ତାଙ୍କ ସହ ଥିଲି ଏହା ମୋର ସୌଭାଗ୍ୟ । ଶହଶହ ବର୍ଷ ପୂର୍ବର ଆଦି ଶଙ୍କରାଚାର୍ଯ୍ୟ ହୁଅନ୍ତୁ ଅବା ଆଧୁନିକ ସମୟରେ ସ୍ବାମୀ ବିବେକାନନ୍ଦ, ଭାରତର ସନ୍ଥ ପରମ୍ପରା ସର୍ବଦା 'ଏକ ଭାରତ ଶ୍ରେଷ୍ଠ ଭାରତର' ନେତୃତ୍ବ କରିଥାଏ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.