ETV Bharat / bharat

Goa Poll: ଆଜି ଗୋଆ ଯିବେ ରାହୁଲ, ପ୍ରାର୍ଥୀଙ୍କୁ ଦେବେ ଗୁରୁମନ୍ତ୍ର

author img

By

Published : Feb 4, 2022, 9:58 AM IST

ବିଧାନସଭା ନିର୍ବାଚନୀ ମୁହାଁ ୫ ରାଜ୍ୟରେ ସରଗରମ ରହିଛି ରାଜନୀତି । ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଗୋଆ ଗସ୍ତ କରିବେ । ଅଧିକ ପଢନ୍ତୁ

Goa Poll: ଆଜି ଗୋଆ ଯିବେ ରାହୁଲ
Goa Poll: ଆଜି ଗୋଆ ଯିବେ ରାହୁଲ

ପାଣାଜୀ: ବିଧାନସଭା ନିର୍ବାଚନୀ ମୁହାଁ ୫ ରାଜ୍ୟରେ ସରଗରମ ରହିଛି ରାଜନୀତି । ନିର୍ବାଚନ ଯେତେ ପାଖଉଛି ପ୍ରାର୍ଥୀଙ୍କ ମନରେ ଉତ୍ସାହ ସେତେ ବଢୁଛି । ସେହିପରି ଭୋଟରଙ୍କ ମନ ଜିଣିବାକୁ ବିଭିନ୍ନ ଦଳର ମୁଖିଆ ଶ୍ରେଣୀ ନେତା ନିର୍ବାଚନ ହେବାକୁ ଥିବା ରାଜ୍ୟ ଗସ୍ତ କରିବାକୁ ଲାଗିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଗୋଆ ଗସ୍ତ କରିବେ । ସେଠାରେ ଆଶାୟୀ ପ୍ରାର୍ଥୀଙ୍କୁ ନିର୍ବାଚନ ଜିତିବା ପାଇଁ ଗୁରୁମନ୍ତ୍ରୀ ଦେବ ରାହୁଲ ।

ଗୋଆ ପ୍ରଦେଶ କଂଗ୍ରେସ ଅଧକ୍ଷ ଅମରନାଥ ପାନଜୀକର ଏକ ବିବୃତ୍ତିରେ ସୂଚନା ଦେଇ କହିଛନ୍ତି, ଗତ ଫେବୃଆରୀ ୨ ତାରିଖରେ ରାହୁଲ ଗୋଆ ଗସ୍ତରେ ଆସିବାର ଥିଲା । ସଂସଦ କାର୍ଯ୍ୟକ୍ରମ ଓ ରାୟପୁର ଗସ୍ତ ପାଇଁ ତାହାକୁ ଘୁଞ୍ଚାଇ ଦିଆଯାଇଥିଲା । ଆଜି ଗୋଆ ଗସ୍ତରେ ଆସି ସାଦାରେ ଘରକୁ ଘର ବୁଲି ପ୍ରଚାର କରିବେ ୱାୟନାଡ ସାଂସଦ ରାହୁଲ ଗାନ୍ଧୀ । ପୂର୍ବାହ୍ନ ୧୦ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହା ପରେ ସେ ଅପରାହ୍ନ ୧୨ଟାରେ ଡୋନା ପାଉଲାରେ ପ୍ରାର୍ଥୀଙ୍କ ସହିତ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ପରେ ଡୋନା ପାଉଲାରେ ପର୍ଯ୍ୟଟନ ପ୍ରତିନିଧି, ସାକ ୱର୍ନର ଏବଂ ସିଆଇଆଇ ପ୍ରତିନିଧିଙ୍କ ସହିତ ବୈଠକ କରିବେ ରାହୁଲ । ସନ୍ଧ୍ୟାରେ ସଙ୍ଖାଳି ମୁନସିପାଲଟି ଗ୍ରାଉଣ୍ଡରେ ନିର୍ଧର ଭର୍ଚୁଆଲ ରାଲି କରିବେ । ଗୋଆରେ ଫେବ୍ରୁଆରୀ ୧୪ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

ପ୍ରକାଶ ଥାଉ କି ଗତକାଲି(ଗୁରୁବାର) ଲୋକସଭା ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡ ବସ୍ତର ଜିଲ୍ଲା ଗସ୍ତ କରିଥିଲେ । ରାୟପୁରରେ ଅମର ଯବାନ ଜ୍ୟୋତିର ନିର୍ମାଣ ପାଇଁ ଶିଳାନ୍ୟାସ କରିବା ସହିତ ବହୁ ଲୋକାଭିମୁଖୀ ଯୋଜନାର ଶୁଭାରମ୍ଭ କରିଥିଲେ ରାହୁଲ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.